କାଳେ ସଙ୍ଗଠିତ ହୋଇଯିବେ

ଯାଜପୁର ଅଫିସ, ୮।୧୨: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟତଃ ବାହାର ଜିଲା ଓ ରାଜ୍ୟର ଶ୍ରମିକଙ୍କୁ ଠିକାଦାରଙ୍କ ଅଧୀନରେ ନିଯୁକ୍ତି ଦିଆଯାଉଛି। ବାହାର ଅଞ୍ଚଳର ପ୍ରାୟ ୩୦୦ ଠିକା ସଂସ୍ଥା ଏଠାରେ ନିୟୋଜିତ ଥିବା ଜଣାପଡିଛି। ସ୍ଥାନୀୟ ଲୋକେ କାଳେ ସଙ୍ଗଠିତ ହୋଇଯିବେ ଭାବି କାରଖାନା ମାଲିକମାନେ ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଉପେକ୍ଷା କରୁଛନ୍ତି। କେଉଁ କାରଖାନାରେ କେତେ ସଂଖ୍ୟକ ଶ୍ରମିକ ନିଯୁକ୍ତି, କେତେ ଠିକାଦାରଙ୍କୁ ଲାଇସେନ୍ସ ଦିଆଯାଇ ଶ୍ରମିକ ନିୟୋଜନ କ୍ଷମତା ଦିଆଯାଇଛି ସେ ଦିଗରେ ଶ୍ରମ ବିଭାଗ ଦ୍ୱାରା କୌଣସି ସ୍ବଚ୍ଛତା ରକ୍ଷା କରାଯାଉଥିବା ଦେଖାଯାଉନାହିଁ। ଏହି କାରଣରୁ ଗତ ୫ ବର୍ଷ ମଧ୍ୟରେ ୧୬ ଶିଳ୍ପ କାରଖାନାରେ ୨୩,୯୩୦ ଜଣ ଠିକା ଶ୍ରମିକ ଜୀବିକା ହରାଇଛନ୍ତି।
ଯାଜପୁର ଜିଲା କେବଳ ଇସ୍ପାତ ଉତ୍ପାଦନରେ ସୀମିତ ରହିନାହିଁ। ଗତ ୫ ବର୍ଷ ମଧ୍ୟରେ ୩ ସିମେଣ୍ଟ କମ୍ପାନୀ ଉତ୍ପାଦନ ଆରମ୍ଭ କରିଛି। ଅନ୍ୟ ଏକ ସିମେଣ୍ଟ କାରଖାନା ନିର୍ମାଣାଧୀନ ରହିଛି। ଗତବର୍ଷ ଅତ୍ୟଧିକ ସ୍ଥାନୀୟ ରାଜନୈତିକ ହସ୍ତକ୍ଷେପ ଯୋଗୁ ଆଉ ଏକ ସିମେଣ୍ଟ କମ୍ପାନୀ ଭିତ୍ତିଭୂମି ସ୍ଥାପନ ନ କରି ଫେରି ଯାଇଥିଲା। ଏଥିଯୋଗୁ ପ୍ରାୟ ୨ ହଜାର ନିଯୁକ୍ତି ଆଶା ମଉଳି ଯାଇଥିଲା। ସମ୍ପ୍ରତି କେତେକ ଇସ୍ପାତ ଓ ସିମେଣ୍ଟ କାରଖାନାରେ ଅବ୍ୟବସ୍ଥା ଓ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଶ୍ରମିକମାନେ ସଂଗଠିତ ହୋଇ ନ ପାରିବାରୁ ମାଲିକମାନଙ୍କର ସ୍ବେଚ୍ଛାଚାରିତ ବଢ଼ିଚାଲିଛି। ଷଡ଼ଯନ୍ତ୍ର କରାଯାଇ କୌଣସି ଟ୍ରେଡ୍‌ ୟୁନିୟନକୁ ମୁଣ୍ଡ ଟେକିବାକୁ ଦିଆଯାଉନାହିଁ। ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ବିନା ନୋଟିସରେ ବାହାର କରି ଦେଉଛନ୍ତିି। ଏଠାରେ ଶ୍ରମ ଆଇନ ଯେତେ ଉଲ୍ଲଂଘନ ହେଲେ ମଧ୍ୟ ଶ୍ରମ ବିଭାଗ ଆଖିବୁଜି ଦେଉଛି। ଯେଉଁ କାର୍ଯ୍ୟରେ ଅର୍ଥ ନେଣଦେଣ ରହୁଛି ସେଥିପ୍ରତି ଶ୍ରମ ବିଭାଗ ଅଧିକାରୀମାନେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗରିବ ଲୋକଙ୍କ ବିଭିନ୍ନ ମାମଲା ପଡ଼ିରହୁଛି ବୋଲି ଶ୍ରମିକ ନେତା ମହିରାମ ପୂର୍ତ୍ତି କହିଛନ୍ତି। ଯାଜପୁର ଜିଲାରେ ସର୍ବନିମ୍ନ ମଜୁରି ଆଇନ, ଠିକା ଶ୍ରମିକ ଉଚ୍ଛେଦ ଆଇନ, ଶିଳ୍ପ ବିବାଦ ଆଇନ, ଇଣ୍ଡଷ୍ଟ୍ର୍ରିଆଲ ଏମ୍ପ୍ଲୟମେଣ୍ଟ ଷ୍ଟାଣ୍ଡିଂ ଅର୍ଡର ପ୍ରଭୃତି ଶ୍ରମିକ ଆଇନ ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଫଳରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ତୁରନ୍ତ ନ୍ୟାୟ ପାଉ ନଥିବାରୁ ଶ୍ରମ ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି। ଶ୍ରମିକ ନେତା ପୂର୍ତ୍ତି କହିଛନ୍ତି ଯେ, ସ୍ଥାୟୀ କାର୍ଯ୍ୟରେ ଠିକା ଶ୍ରମିକଙ୍କୁ ନିୟୋଜିତ କରାଯାଇ ଠିକା ଶ୍ରମିକ ଉଚ୍ଛେଦ ଆଇନକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରାଯାଉଛି। ଏହାଦ୍ୱାରା ଶିଳ୍ପପତିମାନେ ଲାଭବାନ ହେଉଛନ୍ତି। ଏକକାଳୀନ ଆଠ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ କାର୍ଯ୍ୟ କଲେ ବି ଆଇନ ଅନୁଯାୟୀ ଓଭର ଟାଇମ୍‌ ଡ୍ୟୁଟିରେ ଅତିରିକ୍ତ ମଜୁରି ପ୍ରଦାନ ନ କରିବା, କୌଣସି ପ୍ରକାର ସୁରକ୍ଷା ସାମଗ୍ରୀ ନ ଯୋଗାଇବା ତଥା ସ୍ଥାୟୀ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଥାଇ ବି ଚାକିରିର ସ୍ଥାୟିତ୍ୱ ନ ରହିବା ଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଶ୍ରମିକ ଗଣେଶ ରାଉତ, ବିଜୟ ମହାନ୍ତି ପ୍ରମୁଖଙ୍କ କହିବାନୁଯାୟୀ, କାର୍ଯ୍ୟକ୍ଷେତ୍ରରେ ତୀବ୍ର ପ୍ରଦୂଷଣ ଯୋଗୁ ପ୍ରତିକୂଳ ପରିବେଶ ଓ ପରିସ୍ଥିତି ମଧ୍ୟରେ କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କୁ ଚରମ ସ୍ବାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡ଼ୁଛି। କିନ୍ତୁ ଏହାର ପ୍ରତିକାର କୌଣସି ସ୍ତରରେ ହେଉନାହିଁ ବୋଲି ସେମାନେ କହିଛନ୍ତି।
ଶ୍ରମିକ ନେତା ବାବୁଲି ପୂର୍ତ୍ତି କୁହନ୍ତି, ଜନ ପ୍ରତିନିଧି ଓ ରାଜନେତାଙ୍କ ପାଖ ଲୋକମାନେ ଅଧିକାଂଶ କାରଖାନାରେ ଶ୍ରମିକ ଯୋଗାଣକାରୀ ଠିକାଦାର ଭାବେ କାରଖାନା ମାଲିକଙ୍କ ଦ୍ୱାରା ଥଇଥାନ ହୋଇଥିବାରୁ କମ୍ପାନୀର ଅନ୍ୟାୟ ଅତ୍ୟାଚାର ବିରୋଧରେ ନେତାଏ ମୁହଁ ଖୋଲିବା ଦୁରୂହ ହୋଇପଡୁଛି। ଏଥିଯୋଗୁ ଶ୍ରମିକ ଶ୍ରେଣୀ ଲୋକ ହନ୍ତସନ୍ତ ହେଉଛନ୍ତି। ଏହାର ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ଯୁଗ୍ମ ଶ୍ରମ ଆୟୁକ୍ତ ସୁନୀଲ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ବିଭିନ୍ନ ଶ୍ରମିକ ଆଇନ ଠିକ ଭାବେ କାର୍ଯ୍ୟକାରୀ ହେଉଛି। ମାମଲାଗୁଡିକର ଶୁଣାଣି ମଧ୍ୟ କରାଯାଇ ଫୁଲ ଆଣ୍ଡ ଫାଇନାଲ କରାଯାଉଛି। ତେବେ ପ୍ରାୟ ୨ ବର୍ଷ ହେଲା ଜିଲା ଶ୍ରମ ଅଧିକାରୀ ପଦବୀ ଖାଲି ପଡିଥିବାରୁ ସାମାନ୍ୟ ସମସ୍ୟା ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri