କାଳେ ସଙ୍ଗଠିତ ହୋଇଯିବେ

ଯାଜପୁର ଅଫିସ, ୮।୧୨: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟତଃ ବାହାର ଜିଲା ଓ ରାଜ୍ୟର ଶ୍ରମିକଙ୍କୁ ଠିକାଦାରଙ୍କ ଅଧୀନରେ ନିଯୁକ୍ତି ଦିଆଯାଉଛି। ବାହାର ଅଞ୍ଚଳର ପ୍ରାୟ ୩୦୦ ଠିକା ସଂସ୍ଥା ଏଠାରେ ନିୟୋଜିତ ଥିବା ଜଣାପଡିଛି। ସ୍ଥାନୀୟ ଲୋକେ କାଳେ ସଙ୍ଗଠିତ ହୋଇଯିବେ ଭାବି କାରଖାନା ମାଲିକମାନେ ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଉପେକ୍ଷା କରୁଛନ୍ତି। କେଉଁ କାରଖାନାରେ କେତେ ସଂଖ୍ୟକ ଶ୍ରମିକ ନିଯୁକ୍ତି, କେତେ ଠିକାଦାରଙ୍କୁ ଲାଇସେନ୍ସ ଦିଆଯାଇ ଶ୍ରମିକ ନିୟୋଜନ କ୍ଷମତା ଦିଆଯାଇଛି ସେ ଦିଗରେ ଶ୍ରମ ବିଭାଗ ଦ୍ୱାରା କୌଣସି ସ୍ବଚ୍ଛତା ରକ୍ଷା କରାଯାଉଥିବା ଦେଖାଯାଉନାହିଁ। ଏହି କାରଣରୁ ଗତ ୫ ବର୍ଷ ମଧ୍ୟରେ ୧୬ ଶିଳ୍ପ କାରଖାନାରେ ୨୩,୯୩୦ ଜଣ ଠିକା ଶ୍ରମିକ ଜୀବିକା ହରାଇଛନ୍ତି।
ଯାଜପୁର ଜିଲା କେବଳ ଇସ୍ପାତ ଉତ୍ପାଦନରେ ସୀମିତ ରହିନାହିଁ। ଗତ ୫ ବର୍ଷ ମଧ୍ୟରେ ୩ ସିମେଣ୍ଟ କମ୍ପାନୀ ଉତ୍ପାଦନ ଆରମ୍ଭ କରିଛି। ଅନ୍ୟ ଏକ ସିମେଣ୍ଟ କାରଖାନା ନିର୍ମାଣାଧୀନ ରହିଛି। ଗତବର୍ଷ ଅତ୍ୟଧିକ ସ୍ଥାନୀୟ ରାଜନୈତିକ ହସ୍ତକ୍ଷେପ ଯୋଗୁ ଆଉ ଏକ ସିମେଣ୍ଟ କମ୍ପାନୀ ଭିତ୍ତିଭୂମି ସ୍ଥାପନ ନ କରି ଫେରି ଯାଇଥିଲା। ଏଥିଯୋଗୁ ପ୍ରାୟ ୨ ହଜାର ନିଯୁକ୍ତି ଆଶା ମଉଳି ଯାଇଥିଲା। ସମ୍ପ୍ରତି କେତେକ ଇସ୍ପାତ ଓ ସିମେଣ୍ଟ କାରଖାନାରେ ଅବ୍ୟବସ୍ଥା ଓ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଶ୍ରମିକମାନେ ସଂଗଠିତ ହୋଇ ନ ପାରିବାରୁ ମାଲିକମାନଙ୍କର ସ୍ବେଚ୍ଛାଚାରିତ ବଢ଼ିଚାଲିଛି। ଷଡ଼ଯନ୍ତ୍ର କରାଯାଇ କୌଣସି ଟ୍ରେଡ୍‌ ୟୁନିୟନକୁ ମୁଣ୍ଡ ଟେକିବାକୁ ଦିଆଯାଉନାହିଁ। ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ବିନା ନୋଟିସରେ ବାହାର କରି ଦେଉଛନ୍ତିି। ଏଠାରେ ଶ୍ରମ ଆଇନ ଯେତେ ଉଲ୍ଲଂଘନ ହେଲେ ମଧ୍ୟ ଶ୍ରମ ବିଭାଗ ଆଖିବୁଜି ଦେଉଛି। ଯେଉଁ କାର୍ଯ୍ୟରେ ଅର୍ଥ ନେଣଦେଣ ରହୁଛି ସେଥିପ୍ରତି ଶ୍ରମ ବିଭାଗ ଅଧିକାରୀମାନେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗରିବ ଲୋକଙ୍କ ବିଭିନ୍ନ ମାମଲା ପଡ଼ିରହୁଛି ବୋଲି ଶ୍ରମିକ ନେତା ମହିରାମ ପୂର୍ତ୍ତି କହିଛନ୍ତି। ଯାଜପୁର ଜିଲାରେ ସର୍ବନିମ୍ନ ମଜୁରି ଆଇନ, ଠିକା ଶ୍ରମିକ ଉଚ୍ଛେଦ ଆଇନ, ଶିଳ୍ପ ବିବାଦ ଆଇନ, ଇଣ୍ଡଷ୍ଟ୍ର୍ରିଆଲ ଏମ୍ପ୍ଲୟମେଣ୍ଟ ଷ୍ଟାଣ୍ଡିଂ ଅର୍ଡର ପ୍ରଭୃତି ଶ୍ରମିକ ଆଇନ ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଫଳରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ତୁରନ୍ତ ନ୍ୟାୟ ପାଉ ନଥିବାରୁ ଶ୍ରମ ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି। ଶ୍ରମିକ ନେତା ପୂର୍ତ୍ତି କହିଛନ୍ତି ଯେ, ସ୍ଥାୟୀ କାର୍ଯ୍ୟରେ ଠିକା ଶ୍ରମିକଙ୍କୁ ନିୟୋଜିତ କରାଯାଇ ଠିକା ଶ୍ରମିକ ଉଚ୍ଛେଦ ଆଇନକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରାଯାଉଛି। ଏହାଦ୍ୱାରା ଶିଳ୍ପପତିମାନେ ଲାଭବାନ ହେଉଛନ୍ତି। ଏକକାଳୀନ ଆଠ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ କାର୍ଯ୍ୟ କଲେ ବି ଆଇନ ଅନୁଯାୟୀ ଓଭର ଟାଇମ୍‌ ଡ୍ୟୁଟିରେ ଅତିରିକ୍ତ ମଜୁରି ପ୍ରଦାନ ନ କରିବା, କୌଣସି ପ୍ରକାର ସୁରକ୍ଷା ସାମଗ୍ରୀ ନ ଯୋଗାଇବା ତଥା ସ୍ଥାୟୀ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଥାଇ ବି ଚାକିରିର ସ୍ଥାୟିତ୍ୱ ନ ରହିବା ଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଶ୍ରମିକ ଗଣେଶ ରାଉତ, ବିଜୟ ମହାନ୍ତି ପ୍ରମୁଖଙ୍କ କହିବାନୁଯାୟୀ, କାର୍ଯ୍ୟକ୍ଷେତ୍ରରେ ତୀବ୍ର ପ୍ରଦୂଷଣ ଯୋଗୁ ପ୍ରତିକୂଳ ପରିବେଶ ଓ ପରିସ୍ଥିତି ମଧ୍ୟରେ କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କୁ ଚରମ ସ୍ବାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡ଼ୁଛି। କିନ୍ତୁ ଏହାର ପ୍ରତିକାର କୌଣସି ସ୍ତରରେ ହେଉନାହିଁ ବୋଲି ସେମାନେ କହିଛନ୍ତି।
ଶ୍ରମିକ ନେତା ବାବୁଲି ପୂର୍ତ୍ତି କୁହନ୍ତି, ଜନ ପ୍ରତିନିଧି ଓ ରାଜନେତାଙ୍କ ପାଖ ଲୋକମାନେ ଅଧିକାଂଶ କାରଖାନାରେ ଶ୍ରମିକ ଯୋଗାଣକାରୀ ଠିକାଦାର ଭାବେ କାରଖାନା ମାଲିକଙ୍କ ଦ୍ୱାରା ଥଇଥାନ ହୋଇଥିବାରୁ କମ୍ପାନୀର ଅନ୍ୟାୟ ଅତ୍ୟାଚାର ବିରୋଧରେ ନେତାଏ ମୁହଁ ଖୋଲିବା ଦୁରୂହ ହୋଇପଡୁଛି। ଏଥିଯୋଗୁ ଶ୍ରମିକ ଶ୍ରେଣୀ ଲୋକ ହନ୍ତସନ୍ତ ହେଉଛନ୍ତି। ଏହାର ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ଯୁଗ୍ମ ଶ୍ରମ ଆୟୁକ୍ତ ସୁନୀଲ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ବିଭିନ୍ନ ଶ୍ରମିକ ଆଇନ ଠିକ ଭାବେ କାର୍ଯ୍ୟକାରୀ ହେଉଛି। ମାମଲାଗୁଡିକର ଶୁଣାଣି ମଧ୍ୟ କରାଯାଇ ଫୁଲ ଆଣ୍ଡ ଫାଇନାଲ କରାଯାଉଛି। ତେବେ ପ୍ରାୟ ୨ ବର୍ଷ ହେଲା ଜିଲା ଶ୍ରମ ଅଧିକାରୀ ପଦବୀ ଖାଲି ପଡିଥିବାରୁ ସାମାନ୍ୟ ସମସ୍ୟା ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri