୫୦୦ ଶହ ଟଙ୍କିଆ ନୋଟ ବନ୍ଦ ହେବ କି ? ସ୍ପଷ୍ଟୀକରଣ ଦେଲେ ସରକାର…

ନୂଆଦିଲ୍ଲୀ,୨୫।୭ : ନୂତନ ୨୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଲୋକଙ୍କ ମନରେ ଏକ ଭୟ ରହିଛି ସରକାର ମଧ୍ୟ ୫୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରି ନେଇପାରନ୍ତି। ଏବେ ସରକାର ଏହାର ଉତ୍ତର ଦେଇଛନ୍ତି। ଏହା ସହିତ ସରକାର ୧୦୦୦ ଟଙ୍କିଆ ନୋଟକୁ ପୁଣି ଚାଲୁ କରିବାର ଯୋଜନା ଉପରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି।

ମୌସୁମୀ ଅଧିବେଶନରେ ଅର୍ଥ ମନ୍ତ୍ରଣାଳୟକୁ ଏନେଇ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ ଅର୍ଥ ମନ୍ତ୍ରଣାଳୟ ୫୦୦ ନୋଟକୁ ବିମୁଦ୍ରୀକରଣ କରିବାକୁ ମନା କରିଦେଇଛି। ଏହା ସହିତ ମନ୍ତ୍ରଣାଳୟ ପକ୍ଷରୁ ୧୦୦୦ ଟଙ୍କିଆ ନୋଟର ପୁଣି ପ୍ରଚଳନ ଖବରକୁ ପ୍ରତ୍ୟାଖ୍ୟାନ କରାଯାଇଛି।

Share