ପହଞ୍ଚିବେ କି ୩୭ ?

ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଭାଜପାର ଦୀର୍ଘଦିନର ଷଡ଼ଯନ୍ତ୍ର ସେଠାକାର ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମ୍‌ଭିଏ) ସରକାରକୁ ଅଡ଼ୁଆରେ ପକାଇଛି। ସଦ୍ୟ ଘଟଣାକ୍ରମରେ ଉଦ୍ଧବ ଠାକ୍‌ରେ ସରକାରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ ଶିବସେନାର ୩୦ରୁ ଅଧିକ ବିଧାୟକଙ୍କୁ ଧରି ଗୁଜରାଟର ସୁରଟ୍‌ ସ୍ଥିତ ଏକ ହୋଟେଲରେ ରହିଥିବା ଜଣାପଡ଼ିଛି। କୁହାଯାଉଛି ଶିବସେନା ୨୦୧୯ ନଭେମ୍ବରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଓ କଂଗ୍ରେସ ଭଳି ଧର୍ମନିରପେକ୍ଷ ଦଳ ସହ ମିଶି ସରକାର ଗଢ଼ିବା ପରେ ଏକନାଥ ଅସନ୍ତୁଷ୍ଟ ଥିଲେ। କାରଣ ସେ ବାଲ୍‌ ଠାକ୍‌ରେଙ୍କ ଚାଟଶାଳୀରୁ ରାଜନୀତିରେ ଆଗେଇଥିଲେ। ବାଲ୍‌ ଠାକ୍‌ରେ ସବୁବେଳେ ମୁସଲମାନ ବିରୋଧୀ, କଂଗ୍ରେସ ବିରୋଧୀ ଏବଂ ମରାଠୀ ମାନୁସ୍‌ର ଧ୍ୱନି ଦେଇ ଆଞ୍ଚଳିକ ପରିଚୟକୁ ଗୁରୁତ୍ୱ ଦେଇଆସୁଥିଲେ। ଏକ ବାଧ୍ୟବାଧକତାରେ ଏକନାଥ ଏମ୍‌ଭିଏ ସରକାରରେ ସାମିଲ ହୋଇଥିଲେ ବୋଲି ଏବେ କୁହାଯାଉଛି। କିନ୍ତୁ ମନ୍ତ୍ରୀ ହେଲା ବେଳକୁ ସେ କୌଣସି ପ୍ରତିବାଦ କରି ନ ଥିଲେ। ତେବେ ଭାଜପାର ଅପର୍ଯ୍ୟାପ୍ତ ଅର୍ଥ ବଳ ସମ୍ମୁଖରେ କୌଣସି ରାଜନୈତିକ ବିଶ୍ୱାସ ଦୃଢ଼ ଭାବେ ରହିବା କଷ୍ଟକର ହେଉଛି। ଅବଶ୍ୟ ସେହି ଯନ୍ତାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଓ କେସିଆର୍‌ଙ୍କ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)କୁ ସେଭଳି ଅର୍ଥବଳ ପ୍ରଭାବିତ କରିପାରୁ ନାହିଁ।
କ୍ଷମତା ରାଜନୀତିରେ କୌଣସି ରାଜନୈତିକ ଦଳ କାହାର ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନ ଥାଆନ୍ତି। ମହାରାଷ୍ଟ୍ର ବିଧାନସଭା ଲାଗି ୨୦୧୯ ଅକ୍ଟୋବରରେ ହୋଇଥିବା ନିର୍ବାଚନ ଓ ତା’ ପରବର୍ତ୍ତୀ ଦୃଶ୍ୟପଟକୁ ଦେଖିଲେ ସେତେବେଳେ ସୃଷ୍ଟି ହୋଇଥିବା ଚିତ୍ର ଅନେକଙ୍କ ମନେଥିବ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ନିର୍ବାଚନ ସମୟରେ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ମଧ୍ୟ ହୋଇଥିଲା। ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିବାରୁ ଉଭୟ ପରସ୍ପରଠାରୁ ଦୂରେଇ ଯାଇଥିଲେ। ଏକ ନୂଆ ଘଟଣାକ୍ରମରେ ୨୩ ନଭେମ୍ବର ୨୦୧୯ ସକାଳେ ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ଓ ଏନ୍‌ସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଶପଥପାଠ କରାଇଥିଲେ। ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ୍‌ ଉପମୁଖ୍ୟମନ୍ତ୍ରୀ ହୋଇଥିବା ବିଷୟ ଜଣାପଡ଼ିବା ପରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ତାଙ୍କ ପୁତୁରା ଅଜିତ୍‌ଙ୍କ ନିଷ୍ପତ୍ତି ବ୍ୟକ୍ତିଗତ କହି ଦଳକୁ ସରକାର ଗଠନଠାରୁ ଦୂରେଇ ରଖିଲେ। ଫଳରେ ଫଡ୍‌ନବିସଙ୍କ ମୁଖ୍ୟମନ୍ତ୍ରୀ ଆଶା ମଉଳିଯାଇଥିଲା। ପରବର୍ତ୍ତୀ ସମୟରେ ଏନ୍‌ସିପି ଓ କଂଗ୍ରେସ ସହାୟତାରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବର ସ୍ଥିତି ଦେଖିଲେ ଯଦି ଏକନାଥ ସିନ୍ଧେ ନିଜ ଜିଦ୍‌ରେ ଅଟଳ ରହି ସରକାରଠାରୁ ଦୂରେଇ ରୁହନ୍ତି, ତାହା ହେଲେ ଉଦ୍ଧବ ଠାକ୍‌ରେଙ୍କ ସରକାର ସଂଖ୍ୟାଲଘୁ ଆଡ଼କୁ ଯାଇପାରେ। ବିରୋଧୀ ମେଣ୍ଟର ସ୍ଥିତି ଦେଖିଲେ ଭାଜପା ୧୦୬ ଓ ଅନ୍ୟାନ୍ୟ ଦଳକୁ ନେଇ ୧୧୩ ଅଙ୍କରେ ରହିଛି। ଭାଜପା ସମର୍ଥିତ ଗଣମାଧ୍ୟମରେ କୁହାଯାଉଛି ଯେ, ୩୦ରୁ ଅଧିକ ଶିବସେନା ବିଧାୟକ ଏବେ ଗୁଜରାଟର ଏକ ହୋଟେଲରେ ଲୁଚିଛନ୍ତି। ସେପଟେ ଶିବସେନାରୁ ସେହି ସଂଖ୍ୟକ ବିଧାୟକ ଯଦି ଭାଜପା ଆଡ଼କୁ ଚାଲିଯାଆନ୍ତି ଓ ଆଉ କିଛି ସଂଖ୍ୟା ଯୋଗାଡ଼ ହୋଇପାରେ, ତାହାହେଲେ ବିରୋଧୀ ପକ୍ଷ ହୁଏତ ମ୍ୟାଜିକ୍‌ ନମ୍ବର ଛୁଇଁପାରେ। କିନ୍ତୁ ଏଥିରେ ଏକ କେଁ ରହିଛି। କୌଣସି ଦଳରୁ ଯଦି ଦୁଇ ତୃତୀୟାଂଶ ବାହାରି ଯାଇ ଅନ୍ୟ ଦଳ ସହ ମିଶିଯାଆନ୍ତି ସେତେବେଳେ ଆଣ୍ଟି-ଡିଫେକ୍ସନ ଆଇନ ଲାଗୁ ହେବ ନାହିଁ। ସେହି ଦୃଷ୍ଟିରୁ ଦେଖିଲେ ଶିବସେନାର ୫୬ ବିଧାୟକଙ୍କ ମଧ୍ୟରୁ ଏକନାଥ ୩୭ ଜଣଙ୍କୁ ତାଙ୍କ ସାଥୀରେ ନେବା ଦରକାର। ବର୍ତ୍ତମାନ ସ୍ଥିତିରେ ସେହି ସଂଖ୍ୟା ତାଙ୍କୁ ମିଳିବା ସହଜ ମନେହେଉ ନାହିଁ।
ଭାଜପାର ମୂଲଚାଲ ରାଜନୀତି ବିଷୟରେ ସମସ୍ତେ ଜାଣିଛନ୍ତି। ଏଥିସହିତ ଯେଉଁଠାରୁ ବା ଯାହାଙ୍କଠାରୁ ଏହା ଠୋକର ଖାଇଥାଏ ସେହି ସ୍ଥିତି ବା ବ୍ୟକ୍ତିଙ୍କ ପ୍ରତି ପ୍ରତିଶୋଧପରାୟଣ ରହିବା ଭାଜପା ଶୀର୍ଷ ନେତୃତ୍ୱଠାରେ ଦେଖିବାକୁ ମିଳେ। ଯଦି ଶିବସେନା ଭିତରେ ଏକନାଥଙ୍କ ପଲା ଭାରି ପଡ଼େ ତେବେ ମହାରାଷ୍ଟ୍ରରେ ଭାଜପା ସରକାର ଗଢ଼ିବା ସମ୍ଭବ ହୋଇପାରେ ଏବଂ ସେ ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ସମ୍ମାନ ପାଇପାରନ୍ତି। ତାହା ନ ହୋଇ ସେ ରାଜସ୍ଥାନର ସଚିନ ପାଇଲଟଙ୍କ ଭଳି ହୋଇ ରହିଗଲେ ଶିବସେନା ଭିତରେ ହଟହଟା ହେବା ନିଶ୍ଚିତ। ସମୟକୁ ଅପେକ୍ଷା ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri