ବନ୍ୟଜନ୍ତୁ ଜନବସତିମୁହାଁ

ବାରିପଦା ଅଫିସ,୧୦ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏବେ ବି ନିଅଁା ହୁତୁ ହୁତୁ ହୋଇ ଜଳୁଛି। ଅଗ୍ନି ନିର୍ବାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଜଣିଆ ଓଡ୍ରାଫ ଟିମ୍‌ ପହଞ୍ଚିଛନ୍ତି। ସେମାନେ ୪ଟି ଟିମ୍‌ରେ ବିଭକ୍ତ ହୋଇ ଚହଲା, ପିଠାବଟା, ଯଶିପୁର ଓ କରଞ୍ଜିଆ ରେଞ୍ଜରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅଭୟାରଣ୍ୟର କରଞ୍ଜିଆ ଡିଭିଜନର ଦୁଧିଆଳି ଜଙ୍ଗଲରେ ନିଆଁ ଲଗାଉଥିବା ୨ଯୁବକଙ୍କୁ ବନଖଣ୍ଡ କର୍ମଚାରୀମାନେ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଉକ୍ତ ଯୁବକଦ୍ୱୟ ହେଲେ କରଞ୍ଜିଆ ଥାନା ଖଡିକୁଦ ଗ୍ରାମର ସାଲୁ ତିଉ(୨୫) ଓ ଦୁଧିଆଳୀ ଗ୍ରାମର ପ୍ରତାପ ହେମ୍ବ୍ରମ(୩୦)। ସାଲୁଙ୍କଠାରୁ ୪୧୫ଫୁଟର ୨୨ଟି ଫାଶ ଜବତ କରାଯାଇଛି। ଠେକୁଆ ଶିକାର ପାଇଁ ଏହାକୁ ବ୍ୟବହାର କରାଯାଉଥିବା ଗିରଫ ଯୁବକଦ୍ୱୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଅଗ୍ନିକାଣ୍ଡ ଯୋଗୁ ଅଭୟାରଣ୍ୟର ଜୀବଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି। ଗ୍ରୀଷ୍ମର ତାପମାତ୍ରା ବୃଦ୍ଧି ସାଙ୍ଗକୁ ନିଆଁର ପ୍ରକୋପ ବନ୍ୟଜନ୍ତୁକୁ ଅସ୍ତବ୍ୟସ୍ତ କରିପକାଇଛି। ଫଳରେ କୋର୍‌ ଅଞ୍ଚଳରୁ ବନ୍ୟଜନ୍ତୁମାନେ ଗ୍ରାମ ଓ ସହରାଭିମୁଖୀ ହେଉଛନ୍ତି। ନିଆଁର ସ୍ଥିତି ପରଖିବା ପାଇଁ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ଏସ୍‌ପି ସ୍ମିଥ୍‌ ପି. ପରମାର ଓ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।
ସୋମବାର ବିଳମ୍ବିତ ରାତିରେ କରଞ୍ଜିଆ ଡିଭିଜନର ଦୁଧିଆଣି ରେଞ୍ଜ ଭଞ୍ଜକିଆସ୍ଥିତ ଝରାଫୁଲ ଗ୍ରାମର ବିଜୁ ମହାରଣାଙ୍କ ଘରେ ଏକ ୪/୫ବର୍ଷର ହରିଣ ପଶିଯାଇଥିଲା। ବନବିଭାଗର କର୍ମଚାରୀମାନେ ପହଞ୍ଚି ହରିଣକୁ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ନେଇ ଚିକିତ୍ସା ଜାରି ରଖିଛନ୍ତି। ବାଙ୍ଗରିପୋଷି, ଚହଲା, ଉଷକି, ବରେହିପାଣି, କବାଟଘାଇ, ଦୁଧିଆଣି, ପାଟବିଲ୍‌, ଦେବସ୍ଥଳ, କାଣ୍ଡଭେନୁ, ସାରୁଆ, ନଅଁଣା ସାଉଥ୍‌ ଓ ନରଥ୍‌ ଆଦି ରେଞ୍ଜ ଅଞ୍ଚଳରେ ଏବେ ବି ନିଆଁ ଜଳୁଛି। ତେବେ ଆବଶ୍ୟକତାଠାରୁ ବହୁ କମ୍‌ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ଘଟୁଛି ବୋଲି ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ସରକାରୀ ସ୍ତରରେ କୋର ଅଞ୍ଚଳରେ ବନ୍ୟଜନ୍ତୁ ପ୍ରଭାବିତ ହୋଇ ନ ଥିବା ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଉଥିବା ବେଳେ ପ୍ରକୃତ ସ୍ଥିତି ଭିନ୍ନ ରହିଛି। ଚାରିପଟ ନିଆଁ ଆବଦ୍ଧ କରି ରଖିଥିବା ବେଳେ ଅଭୟାରଣ୍ୟର କୋର ଅଞ୍ଚଳର ୩ଟି, ବୋଫର ଅଞ୍ଚଳର ୬୧ଟି ଓ ପାଦଦେଶରେ ଥିବା ୧୨ଶହ ଗ୍ରାମର ଲୋକେ ପ୍ରଭାବିତ ହୋଇଛନ୍ତି। ଫଳରେ ଜଙ୍ଗଲ ଉପରେ ନିର୍ଭର କରୁଥିବା ହଜାର ହଜାର ବନବାସୀ ଜୀବିକା ହରାଇ ବସିଛନ୍ତି। ଏହି ଗ୍ରାମଗୁଡିକ ମଧ୍ୟରେ ବଡଗାଁ ସେକ୍ସନର ମଶିଣାବିଲା ଜଙ୍ଗଲରେ ଲାଗିଥିବା ନିଆଁର ସ୍ଥିତି ଅନୁଧ୍ୟାନ ଲାଗି ମୟୂରଭଞ୍ଜ ଜିଲାପାଳ ଭରଦ୍ୱାଜ, ଏସ୍‌ପି ପରମାର ଓ ବାରିପଦା ବନଖଣ୍ଡ ଅଧିକାରୀ ଯୋଶୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିଭିନ୍ନ ସଙ୍ଗଠନ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡିଛି। ତେବେ ନିଆଁକୁ ଆୟତ୍ତ କରାଯିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉ ବୋଲି ପରିବେଶବିତ୍‌ ସଂଯୁକ୍ତା ବଶା ଓ ଅଜିତ ଜେନା ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri