ବନ୍ୟଜନ୍ତୁ ଜନବସତିମୁହାଁ

ବାରିପଦା ଅଫିସ,୧୦ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏବେ ବି ନିଅଁା ହୁତୁ ହୁତୁ ହୋଇ ଜଳୁଛି। ଅଗ୍ନି ନିର୍ବାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଜଣିଆ ଓଡ୍ରାଫ ଟିମ୍‌ ପହଞ୍ଚିଛନ୍ତି। ସେମାନେ ୪ଟି ଟିମ୍‌ରେ ବିଭକ୍ତ ହୋଇ ଚହଲା, ପିଠାବଟା, ଯଶିପୁର ଓ କରଞ୍ଜିଆ ରେଞ୍ଜରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅଭୟାରଣ୍ୟର କରଞ୍ଜିଆ ଡିଭିଜନର ଦୁଧିଆଳି ଜଙ୍ଗଲରେ ନିଆଁ ଲଗାଉଥିବା ୨ଯୁବକଙ୍କୁ ବନଖଣ୍ଡ କର୍ମଚାରୀମାନେ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଉକ୍ତ ଯୁବକଦ୍ୱୟ ହେଲେ କରଞ୍ଜିଆ ଥାନା ଖଡିକୁଦ ଗ୍ରାମର ସାଲୁ ତିଉ(୨୫) ଓ ଦୁଧିଆଳୀ ଗ୍ରାମର ପ୍ରତାପ ହେମ୍ବ୍ରମ(୩୦)। ସାଲୁଙ୍କଠାରୁ ୪୧୫ଫୁଟର ୨୨ଟି ଫାଶ ଜବତ କରାଯାଇଛି। ଠେକୁଆ ଶିକାର ପାଇଁ ଏହାକୁ ବ୍ୟବହାର କରାଯାଉଥିବା ଗିରଫ ଯୁବକଦ୍ୱୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଅଗ୍ନିକାଣ୍ଡ ଯୋଗୁ ଅଭୟାରଣ୍ୟର ଜୀବଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି। ଗ୍ରୀଷ୍ମର ତାପମାତ୍ରା ବୃଦ୍ଧି ସାଙ୍ଗକୁ ନିଆଁର ପ୍ରକୋପ ବନ୍ୟଜନ୍ତୁକୁ ଅସ୍ତବ୍ୟସ୍ତ କରିପକାଇଛି। ଫଳରେ କୋର୍‌ ଅଞ୍ଚଳରୁ ବନ୍ୟଜନ୍ତୁମାନେ ଗ୍ରାମ ଓ ସହରାଭିମୁଖୀ ହେଉଛନ୍ତି। ନିଆଁର ସ୍ଥିତି ପରଖିବା ପାଇଁ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ଏସ୍‌ପି ସ୍ମିଥ୍‌ ପି. ପରମାର ଓ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।
ସୋମବାର ବିଳମ୍ବିତ ରାତିରେ କରଞ୍ଜିଆ ଡିଭିଜନର ଦୁଧିଆଣି ରେଞ୍ଜ ଭଞ୍ଜକିଆସ୍ଥିତ ଝରାଫୁଲ ଗ୍ରାମର ବିଜୁ ମହାରଣାଙ୍କ ଘରେ ଏକ ୪/୫ବର୍ଷର ହରିଣ ପଶିଯାଇଥିଲା। ବନବିଭାଗର କର୍ମଚାରୀମାନେ ପହଞ୍ଚି ହରିଣକୁ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ନେଇ ଚିକିତ୍ସା ଜାରି ରଖିଛନ୍ତି। ବାଙ୍ଗରିପୋଷି, ଚହଲା, ଉଷକି, ବରେହିପାଣି, କବାଟଘାଇ, ଦୁଧିଆଣି, ପାଟବିଲ୍‌, ଦେବସ୍ଥଳ, କାଣ୍ଡଭେନୁ, ସାରୁଆ, ନଅଁଣା ସାଉଥ୍‌ ଓ ନରଥ୍‌ ଆଦି ରେଞ୍ଜ ଅଞ୍ଚଳରେ ଏବେ ବି ନିଆଁ ଜଳୁଛି। ତେବେ ଆବଶ୍ୟକତାଠାରୁ ବହୁ କମ୍‌ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ଘଟୁଛି ବୋଲି ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ସରକାରୀ ସ୍ତରରେ କୋର ଅଞ୍ଚଳରେ ବନ୍ୟଜନ୍ତୁ ପ୍ରଭାବିତ ହୋଇ ନ ଥିବା ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଉଥିବା ବେଳେ ପ୍ରକୃତ ସ୍ଥିତି ଭିନ୍ନ ରହିଛି। ଚାରିପଟ ନିଆଁ ଆବଦ୍ଧ କରି ରଖିଥିବା ବେଳେ ଅଭୟାରଣ୍ୟର କୋର ଅଞ୍ଚଳର ୩ଟି, ବୋଫର ଅଞ୍ଚଳର ୬୧ଟି ଓ ପାଦଦେଶରେ ଥିବା ୧୨ଶହ ଗ୍ରାମର ଲୋକେ ପ୍ରଭାବିତ ହୋଇଛନ୍ତି। ଫଳରେ ଜଙ୍ଗଲ ଉପରେ ନିର୍ଭର କରୁଥିବା ହଜାର ହଜାର ବନବାସୀ ଜୀବିକା ହରାଇ ବସିଛନ୍ତି। ଏହି ଗ୍ରାମଗୁଡିକ ମଧ୍ୟରେ ବଡଗାଁ ସେକ୍ସନର ମଶିଣାବିଲା ଜଙ୍ଗଲରେ ଲାଗିଥିବା ନିଆଁର ସ୍ଥିତି ଅନୁଧ୍ୟାନ ଲାଗି ମୟୂରଭଞ୍ଜ ଜିଲାପାଳ ଭରଦ୍ୱାଜ, ଏସ୍‌ପି ପରମାର ଓ ବାରିପଦା ବନଖଣ୍ଡ ଅଧିକାରୀ ଯୋଶୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିଭିନ୍ନ ସଙ୍ଗଠନ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡିଛି। ତେବେ ନିଆଁକୁ ଆୟତ୍ତ କରାଯିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉ ବୋଲି ପରିବେଶବିତ୍‌ ସଂଯୁକ୍ତା ବଶା ଓ ଅଜିତ ଜେନା ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri