ଗ୍ରହ ଶାନ୍ତି ନାଁରେ ବନ୍ୟପ୍ରାଣୀ ଅଙ୍ଗ ଚାଲାଣ, ଓଡ଼ିଶାରୁ ଦକ୍ଷିଣ ଏସିଆକୁ ଲମ୍ବିଛି ଚେର

ଭୁବନେଶ୍ୱର,୨ା୯(ସତ୍ୟଜିତ୍‌ ରାଉତ): ଗ୍ରହ ଶାନ୍ତି ନାଁରେ ବିରଳ ବନ୍ୟପ୍ରାଣୀ ଅଙ୍ଗ ବିଦେଶକୁ ଚୋରା ଚାଲାଣ ହେଉଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ଜଙ୍ଗଲରୁ ସଂରକ୍ଷିତ ବନ୍ୟପ୍ରାଣୀ ବଜ୍ରକାପ୍ତା, ହରିଣ, ମନିଟର ଲିଜାର୍ଡ ସହ ବହୁ ସାମୁଦ୍ରିକ ଜୀବଙ୍କୁ ଶିକାର କରାଯାଉଛି। ଦେଶରେ ସକ୍ରିୟ ଥିବା ଏହି ଅନ୍ତର୍ଜାତୀୟ ର଼୍ୟାକେଟର ଚେର ଓଡ଼ିଶାରୁ ଦକ୍ଷିଣପୂର୍ବ ଏସିଆକୁ ଲମ୍ବିଥିବାବେଳେ ବହୁ କୋଟିର କାରବାର ହେଉଥିବା ଜଣାପଡିଛି। ଏନେଇ ସୁରାକ ମିଳିବା ପରେ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଏବଂ ୱାଇଲ୍ଡ ଲାଇଫ୍‌ ଜଷ୍ଟିସ୍‌ କମିଶନ (ଡବ୍ଲ୍ୟୁଜେସି)ର ଏକ ମିଳିତ ଟିମ୍‌ ଭୁବନେଶ୍ୱରରେ ଚଢ଼ାଉ କରିଛି। ଶନିବାର ଏହି ମିଳିତ ଟିମ୍‌ ଶହୀଦନଗରସ୍ଥିତ ଏକ ଗ୍ରହରତ୍ନ ପଥର ହୋଲ୍‌ସେଲ ଷ୍ଟୋର୍‌ରେ ଚଢ଼ାଉ କରି ବହୁ ବନ୍ୟପ୍ରାଣୀ ଅଙ୍ଗ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ଏଥିମଧ୍ୟରେ ରହିଛି ବଜ୍ରକାପ୍ତା କାତିରୁ ତିଆରି ମୁଦି, (ମନିଟର୍‌ ଲିଜାର୍ଡ)ଗୋଧି ପ୍ରଜାତି ପ୍ରାଣୀର ଅଙ୍ଗ, ହରିଣର କସ୍ତୁରୀ ଏବଂ ବିଭିନ୍ନ ସାମୁଦ୍ରିକ ପ୍ରାଣୀର ଅଙ୍ଗରୁ ପ୍ରସ୍ତୁତ ସାମଗ୍ରୀ। ଜବତ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏସବୁ ବନ୍ୟପ୍ରାଣୀ ୱାଇଲ୍ଡଲାଇଫ୍‌ ପ୍ରୋଟେକ୍ସନ ଆକ୍ଟ ୧୯୭୨ର ସିଡ୍ୟୁଲ ୧ରୁ ୪ ଅନ୍ତର୍ଭୁକ୍ତ ବୋଲି ଡିଆର୍‌ଆଇ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ତେବେ ଏହି ସାମଗ୍ରୀଗୁଡିକୁ ଡିଆର୍‌ଆଇ ଭୁବନେଶ୍ୱର ସିଟି ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ ସିଟି ଡିଏଫ୍‌ଓ ଅଜିତ କୁମାର ଶତପଥୀ କହିଛନ୍ତି, ଜବତ ବନ୍ୟପ୍ରାଣୀ ଅଙ୍ଗର ସିଡ୍ୟୁଲ୍‌ ଯାଞ୍ଚ ପାଇଁ ଭାରତୀୟ ପ୍ରାଣୀ ସର୍ବେକ୍ଷଣ(ଜେଡ୍‌ଏସ୍‌ଆଇ) ସଂସ୍ଥା ଏବଂ ଓୟୁଏଟିସ୍ଥିତ କେମିକାଲ ଲ୍ୟାବ୍‌କୁ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି।
ବନ୍ୟପ୍ରାଣୀ ଅଙ୍ଗ ଚୋରାଚାଲାଣ ର଼୍ୟାକେଟ୍‌ ଓଡ଼ିଶା ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ନିକୋବର, ହିମାଳୟରେ ସକ୍ରିୟ ରହିଥିବା ତଦନ୍ତ ବେଳେ ଜଣାପଡିଛି। ଏପରିକି ବିରଳ ପ୍ରାଣୀରୁ ପ୍ରସ୍ତୁତ ଏସବୁ ସାମଗ୍ରୀ ଭାରତରୁ ଦକ୍ଷିଣ ପୂର୍ବ ଏସିଆ ଚାଲାଣ ହେଉଥିବା ଡିଆର୍‌ଆଇ ସନ୍ଦେହ କରୁଛି। ଗତ ଜୁନ ୨୨ରେ ୱାଇଲ୍ଡଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି), ଡବ୍ଲ୍ୟୁଜେସି ଓ ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ୍‌ର ଏକ ମିଳିତ ଟିମ୍‌ ଆନ୍ଧ୍ରପ୍ରଦେଶ ବିଜୟୱାଡାର ଏକ ଷ୍ଟୋର୍‌ରେ ଚଢ଼ାଉ କରି ୯୧ ଲକ୍ଷ ଟଙ୍କାର ସାମୁଦ୍ରିକ ଜୀବର ଅଙ୍ଗ
ଓ ବିରଳ ବନ୍ୟପ୍ରାଣୀ ଅଙ୍ଗରୁ ପ୍ରସ୍ତୁତ ସାମଗ୍ରୀ ଜବତ କରି ଜଣଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ଏହାର ଲିଙ୍କ୍‌ ଭୁବନେଶ୍ୱରରେ ରହିଥିବା ଜଣାପଡିଥିଲା। ଲୋକାଲ ସପ୍ଲାୟର, ମିଡିଲ୍‌ମ୍ୟାନ, ରିଟେଲରଙ୍କ ଜରିଆରେ ଏହି ଚୋରା ଚାଲାଣ ହେଉଥିବା ଜଣାପଡିଥିଲା। ଡବ୍ଲ୍ୟୁଜେସିର ସୂଚନା ଆଧାରରେ ଏକ ୧୨ ଜଣିଆ ଟିମ୍‌ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ୧୬ ନମ୍ବର ଜାତୀୟ
ଗ୍ରହ ଶାନ୍ତି ନଁାରେ …
ରାଜପଥ ପାର୍ଶ୍ୱ ଶହୀଦନଗରସ୍ଥିତ ଉକ୍ତ ଷ୍ଟୋର୍‌ରେ ଚଢ଼ାଉ କରିଥିଲା। ଅପରାହ୍ନରୁ ରାତି ୯଼ଟା ୩୦ରେ ଯାଏ ୯ ଘଣ୍ଟା ଧରି ଟିମ୍‌ ଯାଞ୍ଚ ଜାରି ରଖିଥିଲା। ପରେ ଏହି ମାମଲାରେ ଡିଆର୍‌ଆଇ କେତେଜଣ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରିବା ସହ ବହୁ ତଥ୍ୟ ହାସଲ କରିଥିଲା। ଅନ୍ୟପକ୍ଷରେ ଏହି ଚଢ଼ାଉ ଓ ଜବତ ଘଟଣାକୁ ନେଇ ଷ୍ଟୋର ପକ୍ଷରୁ ସଫେଇ ଦିଆଯାଇଛି। ଜୁଲୋଜିକାଲ୍‌ ଯାଞ୍ଚ ପରେ ଏହାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଷ୍ଟୋର କର୍ତ୍ତୃପକ୍ଷ କହିଛନ୍ତି।
ତେବେ ଭୁବନେଶ୍ୱରର ଏକ ଷ୍ଟୋରରୁ ବହୁ ବଣ୍ୟପ୍ରାଣୀ ଅଙ୍ଗ ମିଳିବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଓ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ବନ୍ୟପ୍ରାଣୀ ଚୋରାଚାଲାଣ ରୋକିବାକୁ ଏସ୍‌ଟିଏଫ୍‌ ସ୍ପେଶାଲ ଡ୍ରାଇଭ୍‌ ଚଳାଇଥିବା ବେଳେ ବନବିଭାଗ ଏହା ଉପରେ ବେଶି ଗୁରୁତ୍ୱ ଦେଉଥିବା କହୁଛି। ହେଲେ ଭୁବନେଶ୍ୱରରୁ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ର଼୍ୟାକେଟ ପଦାକୁ ଆସିବା ପରେ ଏସ୍‌ଟିଏଫ୍‌ ଓ ବନବିଭାଗ କ’ଣ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri