ସୁରକ୍ଷିତ ନୁହନ୍ତି ବନ୍ୟପ୍ରାଣୀ

ନୟାଗଡ଼ ଅଫିସ,୩୦।୪: ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆଉ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି । ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇଥିବାବେଳେ ବନବିଭାଗ ଏହାର ଟେର ପାଉ ନାହିଁ । ଜିଲାର ବିଭିନ୍ନ ଜଙ୍ଗଲିଆ ଅଞ୍ଚଳରେ ଫାଶ ପକାଇ, ବିଦ୍ୟୁତ୍‌ ତାର ବିଛାଇ, ଖାଦ୍ୟରେ ବିଷ ଦେଇ ଓ ବନ୍ଧୁକରେ ଶିକାର ଚାଲିଛି । ସେହିପରି କୁକୁର ଲଗାଇ ମଧ୍ୟ ଶିକାର ହେଉଛି । ତେବେ ଗ୍ରୀଷ୍ମଋତୁରେ ଖାଦ୍ୟ ଓ ପାଣି ଅନ୍ବେଷଣରେ ଗଁା,ସହର ମୁହଁା ହେଉଥିବା ବନ୍ୟପ୍ରାଣୀକୁ ଶିକାର କରିବା ସୁବିଧା ହେଉଛି । ଏଥିପାଇଁ ଶିକାରୀମାନେ ବନ୍ୟପ୍ରାଣୀ ଆସୁଥିବା ବିଭିନ୍ନ ଜଳାଶ୍ରୟକୁ ଚିହ୍ନଟ କରୁଛନ୍ତି । ପରେ ଜଳାଶ୍ରୟ ନିକଟରେ ଲୁଚି ଛପି ଶିକାର କରୁଛନ୍ତି। ଅଧିକାଂଶ ଜଳାଶ୍ରୟ ନିକଟରେ କୁକୁର ଦ୍ୱାରା ଶିକାରୀମାନେ ଶିକାର କରୁଛନ୍ତି । ଜିଲାରେ ଶିକାର ହେଉଥିବା ବିଭିନ୍ନ ବନ୍ୟପ୍ରାଣୀ ମଧ୍ୟରେ ବାର୍‌ହାର ସଂଖ୍ୟା ଅଧିକ ରହୁଛି ।
ସୂଚନା ଅନୁଯାୟୀ, ମାଳ ସଂରକ୍ଷିତ ଜଙ୍ଗଲର ଭେଟବର, ବଜ୍ରକୋଟ, ବନ୍ଧମୁଣ୍ଡା, ଶଙ୍ଖଯୋଡି, ନେଳିପଡା ଅଞ୍ଚଳର ପରି ରଣପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ସମ୍ବର, କୁଟୁରା, ହରିଣ, ବାରହା ଶିକାର ଚାଲିଛି । ପ୍ରାୟ ୬ ମାସ ମଧ୍ୟରେ ମାଳ ସଂରକ୍ଷିତ ଜଙ୍ଗଲରୁ ୫ସମ୍ବର, ୭କୁଟୁରା, ୫୦ ବାରହା ଫାଶ, ବିଦ୍ୟୁତ୍‌ ତାର ଓ ଗୁଳି ଯୋଗେ ଶିକାର ହୋଇଥିବା ବେସରକାରୀ ଭାବେ ଜଣାପଡିଛି । ସେହିପରି ଓଡ଼ଗଁା ରେଞ୍ଜର ଗୋଛା, ଗୟଳସିଂହ ଜଙ୍ଗଲରେ ଅନୁରୂପ ଭାବେ ଶିକାର ହୋଇଛି । ଏଠାରେ ବେଶି ବାର୍‌ହା ଶିକାର ହେଉଛି। ପୁଣି ଗଜେନ୍ଦ୍ରାପଲ୍ଲୀ, ଚୋରାଖୋଲ, ହଳଙ୍ଗାପଲ୍ଲୀ, ଚେମେଡି, ବାଣ୍ଠପୁର, କୁରାଢ଼ିଘଷା ଅଞ୍ଚଳରେ ଅନୁରୂପ ଭାବେ ଶିକାର ଚାଲିଛି । ଓଡ଼ଗଁା ରେଞ୍ଜର ରଙ୍ଗଣୀପାଟଣା ଛକ, ବାଘୁଆ ଛକରେ ଜଙ୍ଗଲି ମାଂସ ମିଳୁଛି । ଶରଣକୁଳ ଭଣ୍ଡାର ମୁଣ୍ଡିିଆରୁ ବନ୍ୟପ୍ରାଣୀକୁ ଶିକାର କରାଯାଇ ମାଂସ ବିକ୍ରି ହେଉଛି । ଗଞ୍ଜାମରୁ ହରିଣ ମାଂସ ଓଡ଼ଗଁା, ପଞ୍ଚରିଡା, ବଡପୁଟ, ଶରଣକୁଳ ଅଞ୍ଚଳରେ ବିକ୍ରି ହେଉଛି । ଗୋଡିପଡ଼ା ଅଞ୍ଚଳରେ ହରିଣ, ବାର୍‌ହା, ସମ୍ବର ମାଂସ ବିକ୍ରି ହେଉଛି । ମହିପୁର, ନୂଆଗଁା ଓ ଗଣିଆରେ ମଧ୍ୟ ବନ୍ରପ୍ରାଣୀ ମାଂସ ମିଳୁଛି । ଖୋର୍ଦ୍ଧା ଜିଲାର ବରବରା, ଧୁଅଁାନଳୀ ଜଙ୍ଗଲ ସହ ରଣପୁରର ବିଭିନ୍ନ ଜଙ୍ଗଲରୁ ଜଙ୍ଗଲୀ ପଶୁଙ୍କ ମାଂସ ଗୋଡିପଡ଼ାକୁ ଆସୁଛି । ମହିପୁର ରେଞ୍ଜର ହାତୀମୁଣ୍ଡା, ପାଲଭାରେ ଶିକାରକୁ ରୋକିବା କାଠିକର ପାଠ । ପୁଣି ରଗଡିମଡା, ମିନା ଗାଡିଆ, ଗୁମି, ସିଙ୍ଗାରପୁର, କୋଶଳାଙ୍ଗ ଅଞ୍ଚଳରେ ଅନୁରୂପ ଭାବେ ଶିକାର ହେଉଛି । ଗଣିଆର ବାଇସିପଲ୍ଲୀ ଅଭାୟରଣ୍ୟ ଭିତରେ ଶିକାର ଚାଲିଛି । ପୁଣି ମଣିଭଦ୍ରା, ସାତପୁରି ଜଙ୍ଗଲରୁ ହରିଣ ଶିକାର ବଢ଼ି ଚାଲିଛି । କଟକ ଜିଲ ନରସିଂହପୁର ଅଞ୍ଚଳର କେତେଜଣ ଶିକାରୀ ହରିଣ ଶିକାର କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବା ସହ ନରସିଂହପୁରକୁ ଚାଲାଣ କରୁଥିବା ଅଭିଯୋଗ ରହିଛି। ପ୍ରାୟ ୧ବର୍ଷ ତଳେ ଗଣିଆ ନନ୍ଦନ ହୋଟେଲରେ ଜଙ୍ଗଲ ମାଂସ ବିକ୍ରି ହେବା ଏହାର ନଜିର ରହିଛି । ହୋଟେଲର ମାଲିକଙ୍କ ଘରୁ ଜଙ୍ଗଲୀ ମାଂସ ଜବତ ସହ ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପୁଣି ଗଣିଆର ବିଞ୍ଜଗିରି ଜଙ୍ଗଲରେ ଶିକାରୀଙ୍କ ରାଜ୍‌ ବଢ଼ି ଚାଲିଛି। ଛାମୁଣ୍ଡିଆ, ବଡସିଲିଙ୍ଗା, କରଡାପଡା, ବଡମୂଳରେ ଶିକାର ଚାଲିଛି । ଭାପୁର ବ୍ଲକର ବାଇଗୁଣିଆ, ବାନ୍ଦେରା ଶାଳ ଜଙ୍ଗଲରେ ଚଉସିଙ୍ଗ, ବାର୍‌ହା, ହରିଣ ଶିକାର ଚାଲିଛି । ସେହିଭଳି ଖଣ୍ଡପଡ଼ା ଗୋହିରିଆପଡା, କିଆଝର ଜଙ୍ଗଲରେ ଅନୁରୂପ ଶିକାର ଚାଲିଛି । ଜିଲାରେ ମୋଟାମାଟି ଭାବେ ଶିକାରୀ ସକ୍ରିୟ ହୋଇ ପଡିଥିବାବେଳେ ବନବିଭାଗ ପକ୍ଷରୁ ଚଢ଼ାଉକୁ ତ୍ୱରାନ୍ବିତ କରାଯାଇ ପାରୁ ନାହିଁ। ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଧରପଗଡ ହେଉଛି । ଏପରିକି ଶିକାରୀଙ୍କୁ ଗିରଫ ସହ ଜଙ୍ଗଲ ମାଂସ ଜବତ କରାଯାଇଛି । ହେଲେ ବନବିଭାଗର କାର୍ଯ୍ୟାନୁଷ୍ଠାନ ଶିକାରୀ ଓ ଶିକାରକୁ ରୋକିପାରୁ ନାହିଁ ବୋଳି ଅଭିଯୋଗ ହୋଇ ଆସୁଛି । ଏନେଇ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ବନବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରାଯାଇ ଶିକାରୀ ଓ ବନ୍ୟ ପ୍ରାଣୀ ମାଂସ ଜବତ କରାଯାଉଛି। ବନ୍ଧୁକ ବି ଜବତ ହେଉଛି । ଶିକାରୀଙ୍କୁ ଧରପଗଡ଼ ପାଇଁ ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ପୁଣି ଚଢ଼ାଉକୁ ତ୍ୱରାନ୍ବିତ କରାଯାଇଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri