ସୁରକ୍ଷିତ ନୁହନ୍ତି ବନ୍ୟପ୍ରାଣୀ

ନୟାଗଡ଼ ଅଫିସ,୩୦।୪: ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆଉ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି । ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇଥିବାବେଳେ ବନବିଭାଗ ଏହାର ଟେର ପାଉ ନାହିଁ । ଜିଲାର ବିଭିନ୍ନ ଜଙ୍ଗଲିଆ ଅଞ୍ଚଳରେ ଫାଶ ପକାଇ, ବିଦ୍ୟୁତ୍‌ ତାର ବିଛାଇ, ଖାଦ୍ୟରେ ବିଷ ଦେଇ ଓ ବନ୍ଧୁକରେ ଶିକାର ଚାଲିଛି । ସେହିପରି କୁକୁର ଲଗାଇ ମଧ୍ୟ ଶିକାର ହେଉଛି । ତେବେ ଗ୍ରୀଷ୍ମଋତୁରେ ଖାଦ୍ୟ ଓ ପାଣି ଅନ୍ବେଷଣରେ ଗଁା,ସହର ମୁହଁା ହେଉଥିବା ବନ୍ୟପ୍ରାଣୀକୁ ଶିକାର କରିବା ସୁବିଧା ହେଉଛି । ଏଥିପାଇଁ ଶିକାରୀମାନେ ବନ୍ୟପ୍ରାଣୀ ଆସୁଥିବା ବିଭିନ୍ନ ଜଳାଶ୍ରୟକୁ ଚିହ୍ନଟ କରୁଛନ୍ତି । ପରେ ଜଳାଶ୍ରୟ ନିକଟରେ ଲୁଚି ଛପି ଶିକାର କରୁଛନ୍ତି। ଅଧିକାଂଶ ଜଳାଶ୍ରୟ ନିକଟରେ କୁକୁର ଦ୍ୱାରା ଶିକାରୀମାନେ ଶିକାର କରୁଛନ୍ତି । ଜିଲାରେ ଶିକାର ହେଉଥିବା ବିଭିନ୍ନ ବନ୍ୟପ୍ରାଣୀ ମଧ୍ୟରେ ବାର୍‌ହାର ସଂଖ୍ୟା ଅଧିକ ରହୁଛି ।
ସୂଚନା ଅନୁଯାୟୀ, ମାଳ ସଂରକ୍ଷିତ ଜଙ୍ଗଲର ଭେଟବର, ବଜ୍ରକୋଟ, ବନ୍ଧମୁଣ୍ଡା, ଶଙ୍ଖଯୋଡି, ନେଳିପଡା ଅଞ୍ଚଳର ପରି ରଣପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ସମ୍ବର, କୁଟୁରା, ହରିଣ, ବାରହା ଶିକାର ଚାଲିଛି । ପ୍ରାୟ ୬ ମାସ ମଧ୍ୟରେ ମାଳ ସଂରକ୍ଷିତ ଜଙ୍ଗଲରୁ ୫ସମ୍ବର, ୭କୁଟୁରା, ୫୦ ବାରହା ଫାଶ, ବିଦ୍ୟୁତ୍‌ ତାର ଓ ଗୁଳି ଯୋଗେ ଶିକାର ହୋଇଥିବା ବେସରକାରୀ ଭାବେ ଜଣାପଡିଛି । ସେହିପରି ଓଡ଼ଗଁା ରେଞ୍ଜର ଗୋଛା, ଗୟଳସିଂହ ଜଙ୍ଗଲରେ ଅନୁରୂପ ଭାବେ ଶିକାର ହୋଇଛି । ଏଠାରେ ବେଶି ବାର୍‌ହା ଶିକାର ହେଉଛି। ପୁଣି ଗଜେନ୍ଦ୍ରାପଲ୍ଲୀ, ଚୋରାଖୋଲ, ହଳଙ୍ଗାପଲ୍ଲୀ, ଚେମେଡି, ବାଣ୍ଠପୁର, କୁରାଢ଼ିଘଷା ଅଞ୍ଚଳରେ ଅନୁରୂପ ଭାବେ ଶିକାର ଚାଲିଛି । ଓଡ଼ଗଁା ରେଞ୍ଜର ରଙ୍ଗଣୀପାଟଣା ଛକ, ବାଘୁଆ ଛକରେ ଜଙ୍ଗଲି ମାଂସ ମିଳୁଛି । ଶରଣକୁଳ ଭଣ୍ଡାର ମୁଣ୍ଡିିଆରୁ ବନ୍ୟପ୍ରାଣୀକୁ ଶିକାର କରାଯାଇ ମାଂସ ବିକ୍ରି ହେଉଛି । ଗଞ୍ଜାମରୁ ହରିଣ ମାଂସ ଓଡ଼ଗଁା, ପଞ୍ଚରିଡା, ବଡପୁଟ, ଶରଣକୁଳ ଅଞ୍ଚଳରେ ବିକ୍ରି ହେଉଛି । ଗୋଡିପଡ଼ା ଅଞ୍ଚଳରେ ହରିଣ, ବାର୍‌ହା, ସମ୍ବର ମାଂସ ବିକ୍ରି ହେଉଛି । ମହିପୁର, ନୂଆଗଁା ଓ ଗଣିଆରେ ମଧ୍ୟ ବନ୍ରପ୍ରାଣୀ ମାଂସ ମିଳୁଛି । ଖୋର୍ଦ୍ଧା ଜିଲାର ବରବରା, ଧୁଅଁାନଳୀ ଜଙ୍ଗଲ ସହ ରଣପୁରର ବିଭିନ୍ନ ଜଙ୍ଗଲରୁ ଜଙ୍ଗଲୀ ପଶୁଙ୍କ ମାଂସ ଗୋଡିପଡ଼ାକୁ ଆସୁଛି । ମହିପୁର ରେଞ୍ଜର ହାତୀମୁଣ୍ଡା, ପାଲଭାରେ ଶିକାରକୁ ରୋକିବା କାଠିକର ପାଠ । ପୁଣି ରଗଡିମଡା, ମିନା ଗାଡିଆ, ଗୁମି, ସିଙ୍ଗାରପୁର, କୋଶଳାଙ୍ଗ ଅଞ୍ଚଳରେ ଅନୁରୂପ ଭାବେ ଶିକାର ହେଉଛି । ଗଣିଆର ବାଇସିପଲ୍ଲୀ ଅଭାୟରଣ୍ୟ ଭିତରେ ଶିକାର ଚାଲିଛି । ପୁଣି ମଣିଭଦ୍ରା, ସାତପୁରି ଜଙ୍ଗଲରୁ ହରିଣ ଶିକାର ବଢ଼ି ଚାଲିଛି । କଟକ ଜିଲ ନରସିଂହପୁର ଅଞ୍ଚଳର କେତେଜଣ ଶିକାରୀ ହରିଣ ଶିକାର କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବା ସହ ନରସିଂହପୁରକୁ ଚାଲାଣ କରୁଥିବା ଅଭିଯୋଗ ରହିଛି। ପ୍ରାୟ ୧ବର୍ଷ ତଳେ ଗଣିଆ ନନ୍ଦନ ହୋଟେଲରେ ଜଙ୍ଗଲ ମାଂସ ବିକ୍ରି ହେବା ଏହାର ନଜିର ରହିଛି । ହୋଟେଲର ମାଲିକଙ୍କ ଘରୁ ଜଙ୍ଗଲୀ ମାଂସ ଜବତ ସହ ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପୁଣି ଗଣିଆର ବିଞ୍ଜଗିରି ଜଙ୍ଗଲରେ ଶିକାରୀଙ୍କ ରାଜ୍‌ ବଢ଼ି ଚାଲିଛି। ଛାମୁଣ୍ଡିଆ, ବଡସିଲିଙ୍ଗା, କରଡାପଡା, ବଡମୂଳରେ ଶିକାର ଚାଲିଛି । ଭାପୁର ବ୍ଲକର ବାଇଗୁଣିଆ, ବାନ୍ଦେରା ଶାଳ ଜଙ୍ଗଲରେ ଚଉସିଙ୍ଗ, ବାର୍‌ହା, ହରିଣ ଶିକାର ଚାଲିଛି । ସେହିଭଳି ଖଣ୍ଡପଡ଼ା ଗୋହିରିଆପଡା, କିଆଝର ଜଙ୍ଗଲରେ ଅନୁରୂପ ଶିକାର ଚାଲିଛି । ଜିଲାରେ ମୋଟାମାଟି ଭାବେ ଶିକାରୀ ସକ୍ରିୟ ହୋଇ ପଡିଥିବାବେଳେ ବନବିଭାଗ ପକ୍ଷରୁ ଚଢ଼ାଉକୁ ତ୍ୱରାନ୍ବିତ କରାଯାଇ ପାରୁ ନାହିଁ। ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଧରପଗଡ ହେଉଛି । ଏପରିକି ଶିକାରୀଙ୍କୁ ଗିରଫ ସହ ଜଙ୍ଗଲ ମାଂସ ଜବତ କରାଯାଇଛି । ହେଲେ ବନବିଭାଗର କାର୍ଯ୍ୟାନୁଷ୍ଠାନ ଶିକାରୀ ଓ ଶିକାରକୁ ରୋକିପାରୁ ନାହିଁ ବୋଳି ଅଭିଯୋଗ ହୋଇ ଆସୁଛି । ଏନେଇ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ବନବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରାଯାଇ ଶିକାରୀ ଓ ବନ୍ୟ ପ୍ରାଣୀ ମାଂସ ଜବତ କରାଯାଉଛି। ବନ୍ଧୁକ ବି ଜବତ ହେଉଛି । ଶିକାରୀଙ୍କୁ ଧରପଗଡ଼ ପାଇଁ ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ପୁଣି ଚଢ଼ାଉକୁ ତ୍ୱରାନ୍ବିତ କରାଯାଇଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri