ବିପଦରେ ବନ୍ୟଜୀବନ

ଢେଙ୍କାନାଳ ଅଫିସ୍‌, ୬ା୫ କପିଳାସ ଅଭୟାରଣ୍ୟ। ଏକଦା ଏହି ସଂରକ୍ଷିତ ଜଙ୍ଗଲ ଭର୍ତ୍ତି ହୋଇଥିଲା ନଭଶ୍ଚୁମ୍ବୀ ଦ୍ରୁମରେ। ପଡୁ ନ ଥିଲା ସୂର୍ଯ୍ୟକିରଣ। ଏଠାକାର ଥଣ୍ଡା ପରିବେଶ ପାଲଟିଥିଲା ବନ୍ୟପ୍ରାଣୀଙ୍କ ପାଇଁ ଭୂସ୍ବର୍ଗ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଥିଲା ସମଗ୍ର ଅଞ୍ଚଳ। ହେଲେ ଏବେ ଶିରୀ ହରାଇବାରେ ଲାଗିଛି ଏହି ଅଭୟାରଣ୍ୟ। ପତ୍ରଝଡ଼ା ସମୟରେ ବନାଗ୍ନି ମୂଲ୍ୟବାନ ବୃକ୍ଷରାଜିକୁ ଭୟଙ୍କର କ୍ଷତି ପହଞ୍ଚାଉଥିବାବେଳେ ଉଜୁଡ଼ା ଜଙ୍ଗଲ ପାଇଁ ଉତ୍ତପ୍ତ ହେବାରେ ଲାଗିଛି ପରିବେଶ। ଢେଙ୍କାନାଳ ଜିଲାର ଫୁସ୍‌ଫୁସ୍‌ ଭାବେ ପରିଚିତ ଉକ୍ତ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆ ନ ଗଲେ ଏହା ନିକଟ ଅତୀତରେ ବୁମେରାଂ ସାବ୍ୟସ୍ତ ହେବ ବୋଲି ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି।
କପିଳାସ ଅଭୟାରଣ୍ୟର ସୀମା କଟକ ଏବଂ ଯାଜପୁର ଜିଲା ଯାଏ ଲମ୍ବିଛି। ୧୨୫.୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ବିଶାଳକାୟ ବନାଞ୍ଚଳକୁ ୨୦୧୧ରେ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ହାତୀ, କଲରାପତରିଆ, ହରିଣ, ସମ୍ବର, ବାର୍‌ହା, ଭାଲୁ, ଠେକୁଆ, ଝିଙ୍କ ସମେତ ଅହିରାଜ, ଅଜଗର ଭଳି ବିଭିନ୍ନ ପ୍ରଜାତିର ସରୀସୃପଙ୍କ ପ୍ରାକୃତିକ ଆବାସସ୍ଥଳୀ ପାଲଟିଛି ଏହି ବିସ୍ତୀର୍ଣ୍ଣ ଜଙ୍ଗଲ। ତେବେ ଅଭୟାରଣ୍ୟ ଘୋଷଣା ପରେ ଏହାର ସୁରକ୍ଷା ଦିଗରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବନ ବିଭାଗ ନିଜର ସ୍ବଳ୍ପ କର୍ମଚାରୀଙ୍କୁ ନେଇ ସଂରକ୍ଷିତ ଜଙ୍ଗଲରେ ଅବାଧ ପ୍ରବେଶ ଏବଂ ଶିକାର ରୋକିବା ଲାଗି ଉଦ୍ୟମ ଜାରି ରହିଛି। ତେବେ ଜଙ୍ଗଲ ନିଅଁା ବ୍ୟାପିଲେ ଏହାକୁ ଆୟତ୍ତ କରିବା ଲାଗି ସଂଘର୍ଷ କରିବାକୁ ପଡୁଛି। ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ମାର୍ଚ୍ଚରୁ ଅଭୟାରଣ୍ୟରେ ଥିବା ବଡ଼ବଡ଼ ଶାଳଗଛ ପତ୍ରଝଡ଼ା ଦେଇଥିଲା। ଶୁଖିଲା ପତ୍ରରେ ନିଅଁା ଲାଗି ଜଙ୍ଗଲର କିଛି ଅଂଶ ଜଳିଯାଇଛି। ଏହି କାରଣରୁ ଢେଙ୍କାନାଳ-କପିଳାସ ରାସ୍ତାର ଦତ୍ତାତ୍ରେୟ ସାଇ ଆଶ୍ରମ ନିକଟ ଡାହାଣ ପାର୍ଶ୍ୱ ଜଙ୍ଗଲ ଉଜୁଡ଼ିଯାଇଛି। ଏହାର ପ୍ରଭାବରେ ପରିବେଶ ପୂର୍ବାପେକ୍ଷା ଉତ୍ତପ୍ତ ରହୁଛି, ଯାହା ବନ୍ୟଜୀବନକୁ ପ୍ରଭାବିତ କରୁଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ସାଧାରଣତଃ ମାର୍ଚ୍ଚରେ ଅଭୟାରଣ୍ୟର ଶାଗୁଆନ ଗଛ ପତ୍ରଝଡ଼ା ଦେଇଥାନ୍ତି। ଶୁଖିଲା ପତ୍ରରେ ନିଅଁା ଲାଗିଯାଇଥାଏ। ଚଳିତବର୍ଷ ଦତ୍ତାତ୍ରେୟ ସାଇ ଆଶ୍ରମ ପରଠାରୁ ପ୍ରାୟ ୩-୪ ହେକ୍ଟର ଜଙ୍ଗଲରେ ନିଅଁା ଲାଗି କ୍ଷତିଗ୍ରସ୍ତ ହୋଇଛି। ମେ’ ମାସରେ ଗଛରେ ନୂଅଁାପତ୍ର କଅଁଳିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri