Posted inଫୁରସତ

ବ୍ୟାପକ ହୋଇଛି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ

ଭୁବନେଶ୍ୱର, ୪।୯(ଅସମାପିକା ସାହୁ): ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ଲୋକଙ୍କୁ ବନ୍ୟପ୍ରାଣୀଙ୍କ ପ୍ରତି ଉନ୍ନତମାନର ସଚେତନତା ପ୍ରତି ପ୍ରେରିତ କରିବା ଆଭିମୁଖ୍ୟ ନେଇ ଏହି ଦିବସ ପାଳନ କରାଯାଉଛି। ବନ୍ୟପ୍ରାଣୀ ଶିକାର ଯୋଗୁ ଏବେ ଏମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ଶିକାର ଦିନକୁ ଦିନ ବଢ଼ୁଥିବାରୁ ବହୁ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗୁଛି। ସେହିପରି ବହୁ ପ୍ରାଣୀଙ୍କୁ ମାରିବା ତ ଦୂର କଥା ପୋଷା କରି ରଖିଲେ ବି ଦଣ୍ଡବିଧାନ ରହିଛି। କିନ୍ତୁ ଉପଯୁକ୍ତ ସଚେତନତା ଅଭାବରୁ ଲୋକେ ଏହାକୁ ଜାଣୁନାହାନ୍ତି। ସେହିପରି ବହୁ ପ୍ରାଣୀ ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନ୍ତର୍ଭୁକ୍ତ ରହିଛନ୍ତି, ଯାହାକୁ ଶିକାର କରିବା, ମାଂସ ଖାଇବା ଓ ପୋଷା କରି ରଖିବା ଅପରାଧ ଏବଂ ଏଥିପାଇଁ ଜେଲ ଯିବାର ବି ବ୍ୟବସ୍ଥା ରହିଛି। ତେବେ ଲୋକଙ୍କୁ ଏ ନେଇ ସଚେତନ କରାଗଲେ ବହୁ ମାତ୍ରାରେ ଫଳପ୍ରଦ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି।

ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ରେ ଯେଉଁ ବନ୍ୟପ୍ରାଣୀ ସାମିଲ ନ ଥିଲେ ତାହା ୨୦୨୩ ଏପ୍ରିଲ ୧ ସଂଶୋଧିତ ଆଇନରେ ସ୍ଥାନିତ କରାଯାଇଛି ଏବଂ ଆଉ କିଛି ବନ୍ୟପ୍ରାଣୀଙ୍କ ସିଡ୍ୟୁଲ ବଢ଼ାଯାଇଛି; ଯାହା କି କେବଳ ସାଧାରଣ ଲୋକେ ନୁହେଁ କ୍ଷେତ୍ରୀୟ ବନ କର୍ମଚାରୀମାନେ ମଧ୍ୟ ଜାଣିବା ଉଚିତ। ସଂଶୋଧିତ ଆଇନରେ ବିଲୁଆକୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏମାନଙ୍କ ସଂଖ୍ୟା କମିଯାଉଥିବାରୁ ଏମାନଙ୍କୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଘରଚଟିଆ, ବାଦୁଡ଼ି ପୂର୍ବରୁ ଏଥିରେ ସାମିଲ ହୋଇ ନ ଥିବା ବେଳେ ଏବେ ଏମାନଙ୍କୁ ସିଡ୍ୟୁଲ-୨ ଅନ୍ତର୍ଭୁକ୍ତ କରାଯାଇଛି।

ହରିଣ, ବାର୍‌ହା, କୁଟୁରା ଭଳି ଏଥର ବାଦୁଡ଼ି ମାଂସ ଖାଇବା ବା ବାଦୁଡ଼ିକୁ ପୋଷିବା ବେଆଇନ୍‌ ହୋଇଗଲା। ଶାଳିଆପତନୀ, ନେଉଳ, ବହୁରୂପୀ ଏଣ୍ଡୁଅ, ନାଗ, ତମ୍ପ, ଚନ୍ଦନବୋଡ଼ା, ଧଣ୍ଡ, ଢମଣା ସାପ, ଜଙ୍ଗଲ କ୍ୟାଟ୍‌ ବା କଟାସ ବା ବଣଭୁଆ, ଝିଙ୍କ ଆଦି ପୂର୍ବରୁ ସିଡୁଲ-୨ ଅନ୍ତର୍ଭୁକ୍ତ ଥିବା ବେଳେ ଏବେ ତା’ର ଗୁରୁତ୍ୱ ବଢ଼ିଯାଇଛି ଏବଂ ଏମାନଙ୍କୁ ସିଡ୍ୟୁଲ-୧ରେ ରଖାଯାଇଛି। ସେହିଭଳି ଷ୍ଟାର୍‌ କଇଁଛ ପୂର୍ବରୁ ସିଡୁଲ-୪ରେ ଥିବାବେଳେ ଏବେ ତାକୁ ସିଡୁଲ-୧ରେ ସାମିଲ କରାଯାଇଛି। ଏହି କଇଁଛକୁ ବହୁ ଲୋକ ପୋଷା କରି ରଖନ୍ତି। ପେଟ୍‌ସପ୍‌ଗୁଡ଼ିକ ମଧ୍ୟ ବିକ୍ରି କରିଥାନ୍ତି। କିନ୍ତୁ ଏବେ ତାକୁ ଆଉ ବିିକ୍ରି କରିପାରିବେ ନାହିଁ। ଯେଉଁ ପ୍ରାଣୀମାନେ ସିଡ୍ୟୁଲ-୧ରେ ରହିଛନ୍ତି ସେମାନଙ୍କୁ ମାରିବା, ଶିକାର କରିବା ବା ବିକ୍ରି କରିଲେ ୩ ରୁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଯିବା ଏବଂ ଲକ୍ଷେ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ସେହିଭଳି ସିଡ୍ୟୁଲ-୨ରେ ଥିବା ବନ୍ୟପ୍ରାଣୀଙ୍କ ଅପରାଧ ହେଲେ ୩ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨୫ହଜାର ଟଙ୍କା ଜରିମାନା ପାଇଁ ନିୟମ ରହିଛି।

ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଭାରତୀୟ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ତାଲିକାକୁ ବ୍ୟାପକ କରାଯାଇଛି; ଯାହା ଫଳରେ ଶିକାରୀ ବା ଅପରାଧୀମାନଙ୍କ ପାଇଁ ଉଭୟ ଦଣ୍ଡ ଏବଂ ଜରିମାନା ବଢ଼େଇ ଦିଆଯାଇଛି। ଲୋକେ ଘରେ ଗୃହପାଳିତ ପଶୁ ପକ୍ଷୀ ଭାବରେ ପୋଷୁ ଥିବା ଶୁଆ, ନେଉଳ, ଶାରୀ ଆଦି ପାଇଁ ଏଥର ଅଧିକ ସମସ୍ୟାରେ ପଡ଼ିବେ। ତେଣୁ ଆଗରୁ ସଚେତନ ହୋଇ କୌଣସି ବନ୍ୟପ୍ରାଣୀଙ୍କୁ ଘରେ ରଖନ୍ତୁ ନାହିଁ ବୋଲି ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri