ଚିଲିକାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଣ ବିରାଡି ଗଣତି

ଖୋର୍ଦ୍ଧା ଅଫିସ, ୪।୩: ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡିଙ୍କ ସଂଖ୍ୟା ଗଣତି ଚାଲିଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡି ଦେଖିବାକୁ ମିଳିଥିଲା । ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି ଆରମ୍ଭ ହେବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଗଣତିରେ ଚିଲିକା ବନଖଣ୍ଡ ବିଭାଗ, ମାଛରଙ୍କା ବିରାଡି ସଂରକ୍ଷଣ ସଂସ୍ଥା ଏଥିରେ ସହଯୋଗ କରିବେ । ଏଥିରେ ସ୍ଥାନୀୟ ମତ୍ସ୍ୟଜୀବୀ, ବନ୍ୟଜୀବ ସୁରକ୍ଷା କମିଟିର ସଦସ୍ୟ, ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରଗଣ ଅଂଶ ଗ୍ରହଣ କରିବେ ବୋଲି ବଣ ବିରାଡି ବିଶେଷଜ୍ଞ ଜିମ ସାଣ୍ଡରସନ ଜଣାଇଛନ୍ତି ।