Posted inଜାତୀୟ

ଓ୍ବାଇଫ୍‌-ସ୍ବାପିଙ୍ଗ୍‌ ମାମଲା, ତାଲିକାରେ ବହୁ ହାଇପ୍ରୋଫାଇଲ୍‌ ବ୍ୟକ୍ତି ଜଡିତ ଥିବା ସନ୍ଦେହ…

ଥିରୁଭାନନ୍ତପୁରମ୍‌, ୧୨।୧ : କେରଳରେ ଜାରି ରହିଥିବା ସ୍ତ୍ରୀ ଅଦଳବଦଳ(ଓ୍ବାଇଫ୍‌-ସ୍ବାପିଙ୍ଗ୍‌)ର ଘୃଣ୍ୟ ତଥା ଲଜ୍ଜାଜନକ ଖେଳର ପର୍ଦ୍ଦାଫାଶ୍‌ ଧୀରେଧୀରେ ହେବାରେ ଲାଗିଛି। ଏହା ସହିତ ନୂଆ ନୂଆ ସତ୍ୟ ସାମ୍ନାକୁ ଆସିବା ଆରମ୍ଭ କରିଛି। ଏହାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ ହେବାପରେ ସେମାନଙ୍କ କାର୍ଯ୍ୟକଳାପର ଅନୁସନ୍ଧାନରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ରାଜ୍ୟର ବହୁ ହାଇ ପ୍ରୋଫାଇଲ ଲୋକ ମଧ୍ୟ ଏହା ସହ ଜଡିତ ଥିବା ସନ୍ଦେହ କରାଯାଉଛି ।

କେରଳ ପୋଲିସର ସୂଚନାନୁସାରେ, ଏହି ଅନଲାଇନ ସେକ୍ସ ରିଙ୍ଗ ମାମଲାରେ ୧୦୦୦ରୁ ଅଧିକ ଲୋକ ଜଡିତ ରହିଥିବାା ଆଶଙ୍କା କରାଯାଉଛି। ଯୌନ ଶୋଷଣର ଏହି ବ୍ୟବସାୟରେ ଟଙ୍କା କାରବାର ହେଉଥିବାର ଅନୁମାନ କରାଯାଉଛି। ଜାନୁଆରୀ ୯ରେ କେରଳ ପୋଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିଲା। ପୀଡିତା ମହିଳାଙ୍କ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ହିଁ ତାଙ୍କୁ ଗ୍ରୁପ ସେକ୍ସ କରିବାକୁ ବାଧ୍ୟ କରିଥିଲେ ଏବଂ ଗତ ସାଢ଼େ ତିନି ବର୍ଷ ଧରି ଏହିପରି ତାଙ୍କ ସ୍ବାମୀ ଟଙ୍କା ରୋଜଗାର କରୁଥିଲେ।

କେରଳର ଡିଜିପି ଅନୀଲ କାଣ୍ଟ ନିଜେ ଏହି ଘଟଣା ଉପରେ ନଜର ରଖିଛନ୍ତି। ସମଗ୍ର ରାଜ୍ୟରେ ଜାରି ରହିଥିବା ଏହି ସେକ୍ସ୍‌ ଟ୍ରେଡ୍‌ର ଯାଞ୍ଚ ପାଇଁ ସେ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସର ସାଇବର ସେଲ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକର ଅନୁସନ୍ଧାନ କରୁଛନ୍ତିି ଯେଉଁଥିରେ ବିଭିନ୍ନ ଗ୍ରୁପ୍‌ ଗଠନ କରି ଏପରି ଅନୈତିକ ତଥା ଲଜ୍ଜାଜନକ ବ୍ୟବସାୟ ଚାଲିଥିଲା।

ଏହି ମାମଲାରେ ପ୍ରଥମ ଅଭିଯୋଗ ଜାନୁଆରୀ ୮ରେ କେଟ୍ଟୋୟାମ ଜିଲାର କାରୁକାଚାଲର ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା କରାଯାଇଥିଲା। ସେ ନଅ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିରେ ଅଭିଯୁକ୍ତମାନଙ୍କର ନାମ ଏବଂ ଫୋନ ନମ୍ବର ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ସହମତିରେ ଏହି ପୁରୁଷମାନେ ତାଙ୍କୁ ଓ୍ବାଇଫ୍‌-ସ୍ବାପିଙ୍ଗ୍‌ ଦ୍ୱାରା ଯୌନ ଶୋଷଣ କରିଥିଲେ। ଏହା ପରେ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି।

ପୋଲିସର କହିବା ଅନୁଯାୟୀ, ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତି ମଧ୍ୟ ଏହି ସେକ୍ସ ସିଣ୍ଡିକେଟ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ଏଥିରେ ଅନେକ ବ୍ୟବସାୟୀ, ଏନ୍‌ଆରଆଇ, ସରକାରୀ କର୍ମଚାରୀ ଏବଂ ଅଧିକାରୀ ଅନ୍ତର୍ଭୁକ୍ତ ରହିଥିବା ଆଶଙ୍କା ପ୍ରକାଶ ପାଇଛି। ଗିରଫ ଅଭିଯୁକ୍ତଙ୍କ କଲ ବିବରଣୀ ଏବଂ ସୋସିଆଲ ମିଡିଆ ଆପ ମାଧ୍ୟମରେ ହୋଇଥିବା ବାର୍ତ୍ତାଳାପ ସଂଗ୍ରହ କରାଯାଉଛି। ପୀଡିତା କହିଛନ୍ତି ଯେ ତାଙ୍କ ସ୍ବାମୀ ଅନେକ ସୋସିଆଲ ମିଡିଆ ସାଇଟରେ ସକ୍ରିୟ ଥିଲେ ଏବଂ ଏଥିରେ ଯୋଗ ଦେବାକୁ ଲୋକଙ୍କୁ ଇନଭାଇଟ୍‌ କରୁଥିଲେ।

ସୋସିଆଲ ମିଡିଆରେ ‘ମିଟ ଅପ କେରଳ’, ‘କପଲ୍‌ ମିଟ’, ‘ରିଅଲ ମିଟ’ ଭଳି ଗ୍ରୁପ୍‌ ଗଠନ କରାଯାଇ ଘୃଣ୍ୟ ବ୍ୟବସାୟ କରାଯାଉଥିଲା। ଯେଉଁମାନେ ଗ୍ରୁପ୍‌ରେ ଯୋଗଦେବାକୁ ଚାହୁଁଥିଲେ ସେମାନେ ସୋସିଆଲ ମିଡିଆର ଏହି ଗ୍ରୁପ୍‌ଗୁଡ଼ିକରେ ନିଜର ଫଟୋ ଏବଂ ଲୋକେଶନ ବିବରଣୀ ପ୍ରଦାନ କରୁଥିଲେ। ଏଥିରେ ତାଙ୍କୁ ତାଙ୍କ ପସନ୍ଦ ଜଣାଇବାକୁ ମଧ୍ୟ କୁହାଯାଉଥିଲା। ସେମାନଙ୍କର ତଥ୍ୟକୁ ଗୋପନୀୟ ରଖିବା ପାଇଁ ଟେଲିଗ୍ରାମ ଏବଂ ଇନଷ୍ଟାଗ୍ରାମ ପରି ଆପ ମାଧ୍ୟମରେ ଗ୍ରୁପ୍‌କୁ ପରିଚାଳିତ କରାଯାଉଥିଲ।

ଏନେଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ

ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛ ଓ ସୁନ୍ଦର…

ଖାମେନେଇଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କୁ ବଡ଼ ଅଫର୍‌ ଦେଲା ଇରାନ? ଚମକାଇଲା…

ତେହରାନ,୨୬।୩: ଆଜି ମଧ୍ୟପ୍ରାଚ୍ୟରେ ସଂଘର୍ଷର ୨୭ତମ ଦିନ। ଇରାନର ସର୍ୱୋଚ୍ଚ ନେତା ଖାମେନେଇଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ହତ୍ୟା ପରେ ମଧ୍ୟ, ଇରାନ ଆମେରିକା ଏବଂ…

ପ୍ରଥମେ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ନା ଗାଁରେ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬।୩: ଆଜିକାଲି ଲୋକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ ହେଉଛି ଯେ ସେମାନେ ପ୍ରଥମେ ସହରରେ ପ୍ରଥମେ ସିଲିଣ୍ଡର ପାଇବେ ନା ଗ୍ରାମାଞ୍ଚଳରେ। ବର୍ଦ୍ଧିତ ଚାହିଦା ଏବଂ…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ପୁଣିଥରେ ହେବ କି ୱାର୍କ ଫ୍ରମ୍ ହୋମ୍ ଏବଂ ସ୍କୁଲ ସଟ୍ ଡାଉନ? ଏପରି କିଛି କହିଦେଲେ ବିଶେଷଜ୍ଞ, ସମସ୍ତେ କାବା..

ନୂଆଦିଲ୍ଲୀ,୨୬।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହା ବିଶ୍ୱର ଶକ୍ତି ଯୋଗାଣ ଏବଂ ଇନ୍ଧନ…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri