Posted inଫୁରସତ

ମୁଣ୍ଡକୁ ଚଢ଼ିଗଲା ରାଗ: ସ୍ବାମୀଙ୍କୁ ଛାତରୁ ଠେଲିଦେଲେ ସ୍ତ୍ରୀ, ଭିଡିଓ ଦେଖିଲେ କହିବେ…

ଆଜିକାଲି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେଲେ ସାରା ଦୁନିଆ ଜାଣୁଛି ବା ଦେଖୁଛି। ଦିନ ଥିଲା ଏହି ଘଟଣା ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହୁଥିଲା। ମାତ୍ର ଏବେ ସାମାନ୍ୟ କଳି ହେଲେ ବି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସ୍ତ୍ରୀ ଏବଂ ସ୍ବାମୀ ପରସ୍ପର ମଧ୍ୟରେ ଝଗଡ଼ା ଲାଗୁଛନ୍ତି। ଏହା ପରେ ସ୍ତ୍ରୀ ଜଣକ ଉତ୍‌କ୍ଷିପ୍ତ ହୋଇ ସ୍ବାମୀଙ୍କୁ ଛାତରୁ ତଳକୁ ଠେଲି ଦେଉଛନ୍ତି। ଭିଡିଓ ଦେଖିବା ପରେ ଲୋକଙ୍କ ନିଃଶ୍ୱାସ ବି କିଛି ସମୟ ପାଇଁ ବନ୍ଦ ହୋଇଯାଉଛି।

ସାଧାରଣତଃ ଯଦି ଦମ୍ପତିଙ୍କ ମଧ୍ୟରେ ବିବାଦ ବଢ଼ିଯାଏ, ତେବେ ସମ୍ପର୍କରେ ଫାଟ ମଧ୍ୟ ବଢ଼ିଯାଏ, କିନ୍ତୁ ଆଜିକାଲି ଆସିଥିବା ଭିଡିଓଟି ଦେଖିବା ପରେ, ଆପଣ ନିଶ୍ଚିତ ଭାବରେ ହସି ହସି ଗଡ଼ିଯିବେ। ପ୍ରକୃତରେ ଏହି ଭିଡିଓରେ,ସ୍ତ୍ରୀ-ସ୍ବାମୀ ଛାତ ଉପରେ ଝଗଡ଼ା କରୁଥିବାର ଦେଖାଯାଉଛି ଏବଂ ମାମଲା ଏତେ ଉଗ୍ରରୂ ନେଉଛି ଯେ,ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଧକ୍କା ମାରି ଠେଲି ଦେଉଛନ୍ତି। କିଛି ଲୋକ ଏହାକୁ ଉପଭୋଗ କରୁଥିବାବେଳେ ଆଉ କିଛି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, କେଉଁ ସ୍ଥାନରେ ଏପରି ଘଟଣା ଘଟିଛି।

ଭିଡିଓରେ ମହିଳା ଜଣଙ୍କ ସ୍ବାମୀଙ୍କୁ ଠେଲିଦେବା ପରେ ସେ ଏକ ଚାଳିଆ ଛପର ଉପରେ ପଡ଼ି ତଳେ ପଡି ଯାଉଛନ୍ତି। ସୌଭାଗ୍ୟବଶତଃ ସ୍ବାମୀ ଜଣଙ୍କୁ କୁଡ଼ିଆଟି ରକ୍ଷା କରିଦେଇଥିଲା, ନଚେତ୍‌ ବ୍ୟକ୍ତି ଜଣକ ଗୁରୁତର ହୋଇଥାନ୍ତେ। ଏହି ସମ୍ପୂର୍ଣ୍ଣ ଦୃଶ୍ୟ ପାଖରେ ବସିଥିବା ଜଣେ ବ୍ୟକ୍ତି କ୍ୟାମେରାରେ ରେକର୍ଡ କରିଥିଲେ, ଯାହା ଏବେ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଏବଂ ୟୁଜର୍ସମାନେ ଏହାକୁ ବହୁଳ ଭାବରେ ଶେୟାର ମଧ୍ୟ କରୁଛନ୍ତି।

ଏହି ଭିଡିଓଟିକୁ @rareindianclips ନାମକ ଏକ ଆକାଉଣ୍ଟ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି, ଯାହା ଉପରେ ଲୋକମାନେ ବହୁତ ମନ୍ତବ୍ୟ ଦେଉଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏମିତି କିଏ ଲଢ଼େ ଭାଇ?’ ଅନ୍ୟ ଜଣେ ଲେଖିଛନ୍ତି, ଲୋକମାନେ ଏବେ ଲାଇକ ଏବଂ ଭ୍ୟୁ ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପ୍ରସ୍ତୁତ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଏହି ଭିଡିଓ ଭାଇରାଲ ହୋଇଛି କିନ୍ତୁ ଏବେ କେହି ଦୟାକରି ମୋତେ କୁହନ୍ତୁ ଯେ, ଏତେ ଭୟଙ୍କର ଝଗଡ଼ା କାହିଁକି ହେଲା।’ଯଦିଓ ଭିଡିଓଟି କେଉଁସ୍ଥାନର ସେ ସମ୍ପର୍କରେ ସୂଚନା ଦିଆଯାଇନାହିଁ ମାତ୍ର ଫୋନ୍‌କୁ ଫୋନ ଘୂରି ବୁଲୁଛି ଏହି ଭିଡିଓ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri