Posted inଫୁରସତ

ମୁଣ୍ଡକୁ ଚଢ଼ିଗଲା ରାଗ: ସ୍ବାମୀଙ୍କୁ ଛାତରୁ ଠେଲିଦେଲେ ସ୍ତ୍ରୀ, ଭିଡିଓ ଦେଖିଲେ କହିବେ…

ଆଜିକାଲି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେଲେ ସାରା ଦୁନିଆ ଜାଣୁଛି ବା ଦେଖୁଛି। ଦିନ ଥିଲା ଏହି ଘଟଣା ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହୁଥିଲା। ମାତ୍ର ଏବେ ସାମାନ୍ୟ କଳି ହେଲେ ବି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସ୍ତ୍ରୀ ଏବଂ ସ୍ବାମୀ ପରସ୍ପର ମଧ୍ୟରେ ଝଗଡ଼ା ଲାଗୁଛନ୍ତି। ଏହା ପରେ ସ୍ତ୍ରୀ ଜଣକ ଉତ୍‌କ୍ଷିପ୍ତ ହୋଇ ସ୍ବାମୀଙ୍କୁ ଛାତରୁ ତଳକୁ ଠେଲି ଦେଉଛନ୍ତି। ଭିଡିଓ ଦେଖିବା ପରେ ଲୋକଙ୍କ ନିଃଶ୍ୱାସ ବି କିଛି ସମୟ ପାଇଁ ବନ୍ଦ ହୋଇଯାଉଛି।

ସାଧାରଣତଃ ଯଦି ଦମ୍ପତିଙ୍କ ମଧ୍ୟରେ ବିବାଦ ବଢ଼ିଯାଏ, ତେବେ ସମ୍ପର୍କରେ ଫାଟ ମଧ୍ୟ ବଢ଼ିଯାଏ, କିନ୍ତୁ ଆଜିକାଲି ଆସିଥିବା ଭିଡିଓଟି ଦେଖିବା ପରେ, ଆପଣ ନିଶ୍ଚିତ ଭାବରେ ହସି ହସି ଗଡ଼ିଯିବେ। ପ୍ରକୃତରେ ଏହି ଭିଡିଓରେ,ସ୍ତ୍ରୀ-ସ୍ବାମୀ ଛାତ ଉପରେ ଝଗଡ଼ା କରୁଥିବାର ଦେଖାଯାଉଛି ଏବଂ ମାମଲା ଏତେ ଉଗ୍ରରୂ ନେଉଛି ଯେ,ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଧକ୍କା ମାରି ଠେଲି ଦେଉଛନ୍ତି। କିଛି ଲୋକ ଏହାକୁ ଉପଭୋଗ କରୁଥିବାବେଳେ ଆଉ କିଛି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, କେଉଁ ସ୍ଥାନରେ ଏପରି ଘଟଣା ଘଟିଛି।

ଭିଡିଓରେ ମହିଳା ଜଣଙ୍କ ସ୍ବାମୀଙ୍କୁ ଠେଲିଦେବା ପରେ ସେ ଏକ ଚାଳିଆ ଛପର ଉପରେ ପଡ଼ି ତଳେ ପଡି ଯାଉଛନ୍ତି। ସୌଭାଗ୍ୟବଶତଃ ସ୍ବାମୀ ଜଣଙ୍କୁ କୁଡ଼ିଆଟି ରକ୍ଷା କରିଦେଇଥିଲା, ନଚେତ୍‌ ବ୍ୟକ୍ତି ଜଣକ ଗୁରୁତର ହୋଇଥାନ୍ତେ। ଏହି ସମ୍ପୂର୍ଣ୍ଣ ଦୃଶ୍ୟ ପାଖରେ ବସିଥିବା ଜଣେ ବ୍ୟକ୍ତି କ୍ୟାମେରାରେ ରେକର୍ଡ କରିଥିଲେ, ଯାହା ଏବେ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଏବଂ ୟୁଜର୍ସମାନେ ଏହାକୁ ବହୁଳ ଭାବରେ ଶେୟାର ମଧ୍ୟ କରୁଛନ୍ତି।

ଏହି ଭିଡିଓଟିକୁ @rareindianclips ନାମକ ଏକ ଆକାଉଣ୍ଟ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି, ଯାହା ଉପରେ ଲୋକମାନେ ବହୁତ ମନ୍ତବ୍ୟ ଦେଉଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏମିତି କିଏ ଲଢ଼େ ଭାଇ?’ ଅନ୍ୟ ଜଣେ ଲେଖିଛନ୍ତି, ଲୋକମାନେ ଏବେ ଲାଇକ ଏବଂ ଭ୍ୟୁ ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପ୍ରସ୍ତୁତ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଏହି ଭିଡିଓ ଭାଇରାଲ ହୋଇଛି କିନ୍ତୁ ଏବେ କେହି ଦୟାକରି ମୋତେ କୁହନ୍ତୁ ଯେ, ଏତେ ଭୟଙ୍କର ଝଗଡ଼ା କାହିଁକି ହେଲା।’ଯଦିଓ ଭିଡିଓଟି କେଉଁସ୍ଥାନର ସେ ସମ୍ପର୍କରେ ସୂଚନା ଦିଆଯାଇନାହିଁ ମାତ୍ର ଫୋନ୍‌କୁ ଫୋନ ଘୂରି ବୁଲୁଛି ଏହି ଭିଡିଓ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri