Posted inଜାତୀୟ

ସ୍ବାମୀଙ୍କ ମୃତ୍ୟୁ ପରେ ମଲ୍‌ର ତୃତୀୟ ମହଲାରୁ ଡେଇଁଲେ ସ୍ତ୍ରୀ, ଆଉ ତା’ ପରେ…

ଭୋପାଳ,୧୨ା୯: ଇନ୍ଦୋରର ବିଜୟନଗର ଥାନା ଅନ୍ତର୍ଗତ ସି-୨୧ ମଲ୍‌ର ତୃତୀୟ ମହଲାରୁ ଜଣେ ମହିଳା ଡେଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। କାରଣ ତାଙ୍କ ସ୍ବାମୀଙ୍କର ଦୁଇଦିନ ପୂର୍ବରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗିପଡ଼ି ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିଥିଲା ସେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରୁ। ଏଥିରେ ଲେଖାଥିଲା, ମୁଁ ଚାହୁଁଥିଲି ସ୍ବାମୀଙ୍କ ସହ ମୋ’ର ଅନ୍ତିମ ସଂସ୍କାର ହେଉ ବୋଲି।
ମହିଳା ଜଣଙ୍କ ଯେତେବେଳେ ମଲ୍‌ର ତୃତୀୟ ମହଲାରୁ ଡେଇଁବାକୁ ଚେଷ୍ଟା କରୁଥିଲେ କେତେକ କର୍ମଚାରୀ ତାଙ୍କୁ ରକ୍ଷା କରିବା ପାଇଁ ଦୌଡ଼ି ଯାଇଥିଲେ। ମାତ୍ର ଅଟକାଇ ପାରି ନ ଥିଲେ। ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା।
ସୂଚନାଯୋଗ୍ୟ, ୧୫ ଦିନ ପୂର୍ବରୁ ସାନିଆ ସୁମନ ଉଜୈନ ନିବାସୀ ଶୁଭମ୍‌ ଖଣ୍ଡେଲ୍‌ଓ୍ବାଲଙ୍କୁ ବିବାହ କରିଥିଲେ। ଦୁଇଦିନ ପୂର୍ବରୁ ଶୁଭମ୍‌ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେ ଚାହୁଁଥିଲେ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ଅନ୍ତିମ ସଂସ୍କାର ହେଉ। ତେଣୁ ସେ ଏପରି ପଦକ୍ଷେପ ନେଇଥିଲେ। ସାନିଆଙ୍କ ନିକଟରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟରୁ ପିତାଙ୍କ ଫୋନ୍‌ ନମ୍ବର ମିଳିଥିଲା। ତାଙ୍କ ସହ କଣ୍ଟାକ୍ଟ କରି ମେଡିକାଲକୁ ଡାକିଥିଲେ ଉଦ୍ଧାରକାରୀମାନେ।
ଜଣେ ମଲ୍‌ କର୍ମଚାରୀ କୁହନ୍ତି, ଶନିବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ସେମାନେ ସମସ୍ତେ କାମରେ ଲାଗିଥିବା ବେଳେ ଅଚାନକ ଜଣେ ପାଟି କରିବାକୁ ଲାଗିଲେ। ଦେଖିଲା ବେଳକୁ ଏହି ମହିଳା ଜଣକ ମଲ୍‌ର ତୃତୀୟ ମହଲାରେ ଠିଆ ହୋଇ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହଁୁଥିଲେ। ସମସ୍ତେ ଦୌଡ଼ି ଯାଇଥିଲେ ମଧ୍ୟ କେହି ଅଟକାଇ ପାରି ନ ଥିଲେ। ସେ ତଳକୁ ଡେଇଁ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୋଲିସ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି। ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri