ସ୍ତ୍ରୀ ଜିଲା ପରିଷଦ, ସ୍ବାମୀ ସରପଞ୍ଚ

ଜୁନାଗଡ଼,୨୭।୨(ଡି.ଏନ୍‌.ଏ.): ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଏକ ଦମ୍ପତି ଭୋଟରଙ୍କୁ ଆକୃଷ୍ଟ କରି ମନ ଜିଣିଛନ୍ତି। ଫଳସ୍ବରୁପ ସ୍ତ୍ରୀ ଜିଲା ପରିଷଦ ଓ ସ୍ବାମୀ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ହେବା ଏହା ପ୍ରମାଣିତ କରୁଛି।

ସେମାନେ ହେଲେ ଜୁନାଗଡ ବ୍ଲକ ଆଟିଗାଁ ୧ ନମ୍ବର ଜୋନ୍‌ର ବିଜେଡି ଜିଲା ପରିଷଦ ପ୍ରାର୍ଥତ୍ନୀ ସୁଧିରା ମେହେର ଓ ତାଙ୍କ ସ୍ବାମୀ ଚିଚୈଗୁଡା ପଞ୍ଚାୟତରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ସରପଞ୍ଚ ପରମେଶ୍ୱର ମେହେର। ଉତ୍ତମ ବ୍ୟବହାର ସହ ବିକାଶ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଥିବାରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଅଞ୍ଚଳରେ ଏବେ ବେଶ୍‌ ଜଣାଶୁଣା। ଏହି ବିଜୟ ଲୋକଙ୍କ ଭଲ ପାଇବାର ବିଜୟ ଓ ଆଗାମୀ ଦିନରେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଅଞ୍ଚଳରେ ଅଧିକରୁ ଅଧିକ ବିକାଶ ମୂଳକ କାର୍ଯ୍ୟ କିପରି ହେବ ସେ ନେଇ ଚେଷ୍ଠା କରିବୁ ବୋଲି ଉଭୟ ଦମ୍ପତି ପ୍ରକାଶ କରିଛନ୍ତି।