Posted inଜାତୀୟ

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଆଇପିସିର ଧାରା ୪୯୮ଏ (ଶାଶୂଘରେ ମହିଳାଙ୍କ ପ୍ରତି ନିଷ୍ଠୁରତା)ର ଦୁରୁପଯୋଗ କରାଯାଉଥିବା ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି। ସରକାର ଆଣିଥିବା ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ରେ ଉକ୍ତ ଧାରା ଅନୁରୂପ ଭାବେ ରହିଥିବାରୁ ସେଥିରେ ପରିବର୍ତ୍ତନ ପାଇଁ ଅଦାଲତ ସ୍ବରାଷ୍ଟ୍ର ଓ ଆଇନ ମନ୍ତ୍ରଣାଳୟକୁ କହିଛନ୍ତି। ଧାରା ୪୯୮ଏ’ରେ ସ୍ବାମୀ ଓ ତାଙ୍କ ସମ୍ପର୍କୀୟଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ମହିଳାଙ୍କ ତୁଚ୍ଛ ଅଭିଯୋଗକୁ ନେଇ ସେମାନଙ୍କୁ ଜେଲ୍‌ ଯିବାକୁ ପଡ଼ୁଛି। ସ୍ବାମୀ, ତାଙ୍କ ମାଆବାପା ଓ ଭଉଣୀଭାଇଙ୍କ ବିରୋଧରେ ଜଣେ ମହିଳା ଧାରା ୪୯୮ଏ’ରେ ଦାଏର କରିଥିବା ମାମଲାକୁ ଜଷ୍ଟିର୍ସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ମାଆବାପା ବା ସମ୍ପର୍କୀୟଙ୍କ ପ୍ରରୋଚନାରେ ସ୍ତ୍ରୀ ତାଙ୍କ ସ୍ବାମୀ ଓ ଶାଶୂଘର ଲୋକଙ୍କୁ ଗିରଫଦାରୀ ଭୟ ଦେଖାଇ ଟଙ୍କା ଆଦାୟ ପାଇଁ ପୋଲିସ କଳକୁ ବ୍ୟବହାର କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ସଙ୍କଟ ଦେଖାଦେଲେ କେତେ ଦିନ ପର୍ଯ୍ୟନ୍ତ ରହିପାରିବ ଭାରତ? ଜାଣନ୍ତୁ ଦେଶରେ କେତେ ତେଲ ଗଚ୍ଛିତ ଅଛି

ନୂଆଦିଲ୍ଲୀ,୧୦।୨: ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର (୯ ଫେବୃଆରୀ, ୨୦୨୬) ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ଯେ ଭାରତରେ ୭୪ ଦିନ ପାଇଁ ତୈଳ…

ନିଜ ଦଳର ମନ୍ତ୍ରୀଙ୍କୁ ଘେରିଲେ ମୈଥିଳୀ ଠାକୁର: ଗୃହରେ ସମସ୍ତେ ଆଶ୍ଚର୍ଯ୍ୟ

ପାଟନା,୧୦।୧: ବିହାର ବିଧାନସଭାର ବଜେଟ ଅଧିବେଶନରେ ସରକାରୀ ହସ୍ପିଟାଲଗୁଡ଼ିକର ଶୋଚନୀୟ ଅବସ୍ଥା ପୁଣି ଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥର ଯୁବ ବିଧାୟକ ଏବଂ ପ୍ରସିଦ୍ଧ ଲୋକ…

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ…

ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ, ଅଷ୍ଟପ୍ରହରୀ ପୂଜା ସାରି ଶୋଇଥିଲେ, ହେଲେ…

ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri