Categories: ଖେଳ

ବିଦା ହେବାରୁ ବର୍ତ୍ତିଲା ଡିଫେଣ୍ଡିଂ ଚାମ୍ପିୟନ

ଶାରଜା,୨୯।୧୦: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍‌ରେ ବିଜୟ ସ୍ବାଦ ଚାଖିଛି ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ। ଶୁକ୍ରବାର ଏଠାରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୩ ରନ୍‌ରେ ବାଂଲାଦେଶକୁ ହରାଇ ଦେଇଛି। ଏହି ବିଜୟ ସହ ଓ୍ବେଷ୍ଟଇଣ୍ଡିଜର ସେମିଫାଇନାଲ ଆଶା ଉଜ୍ଜୀବିତ ରହିଛି। ଅନ୍ୟପକ୍ଷରେ କ୍ରମାଗତ ୩ୟ ପରାଜୟ ଯୋଗୁ ଟୁର୍ନାମେଣ୍ଟରୁ ପ୍ରାୟତଃ ବିଦାୟ ନେଇଛି ବାଂଲାଦେଶ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜର ବ୍ୟାଟରଙ୍କୁ ୧୪ ଓଭର ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ ବାଂଲାଦେଶ ବୋଲରମାନେ। କିନ୍ତୁ ନିକୋଲାସ ପୁରନଙ୍କ ବିସ୍ଫୋରକ ୪୦ (୧ ଚୌକା ଓ ୪ ଛକା) ଓ ଜାସନ ହୋଲ୍ଡର ୧୫*(୨ ଛକା)ଙ୍କ ଯୋଗୁ ଓ୍ବେଷ୍ଟଇଣ୍ଡିଜ ୭୨ ରନ୍‌ କରିଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟ ହରାଇ ୧୪୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଶସ୍ତାରେ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା ବାଂଲାଦେଶ। କିନ୍ତୁ ମଧ୍ୟକ୍ରମରେ ଲିଟନ ଦାସ ୪୪ ଓ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିବା ଅଧିନାୟକ ମେହମ୍ମଦୁଲାଙ୍କ ୩୧* ରନ୍‌ର ପାଳି ସତ୍ତ୍ୱେ ବାଂଲାଦେଶ ବିଜୟ ଲକ୍ଷ୍ୟଠାରୁ ୪ ରନ୍‌ ଦୂରରେ ରହି ଯାଇଥିଲା।

Share