Categories: ଖେଳ

ରଶିଦଙ୍କୁ କାହିଁକି ରଖିଲା ନାହିଁ ସନରାଇଜର୍ସ

ନୂଆଦିଲ୍ଲୀ,୧।୧୨: ଆଗାମୀ ସିଜନ ଲାଗି ହେବାକୁ ଥିବା ମେଗା ଅକଶନ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ତା’ର ସୁବଠୁ ମୁଖ୍ୟ ଖେଳାଳି ରଶିଦ ଖାନଙ୍କୁ ରିଟେନ କରିନାହିଁ। ଏହା ଆଇପିଏଲ ରିଟେନଶନ ଇଭେଣ୍ଟର ସବୁଠୁ ଚର୍ଚ୍ଚିତ ବିଷୟ ଥିଲା। ତେବେ ଅଧିକ ଟଙ୍କା ପାଇଁ ଆଫଗାନିସ୍ତାନର ଲେଗ୍‌ ସ୍ପିନର ଅକଶନ ପୁଲରେ ସାମିଲ ହେବାକୁ ଥିବା ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ହାଇଦ୍ରାବାଦ ଫ୍ରାଞ୍ଚାଇଜ ସିଇଓ କେ ଶାମି।

“ଏହା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ଥିଲା। କିନ୍ତୁ ଯଦି ଜଣେ ଖେଳାଳି ଅଧିକ ଟଙ୍କା ପାଇଁ ଅକ୍‌ଶନ ପୁଲକୁ ଯିବାକୁ ଚାହାନ୍ତି, ତେବେ ଆମେ ନିଶ୍ଚିତ ଭାବେ ତାଙ୍କ ଇଚ୍ଛାକୁ ସମ୍ମାନ ଦେବୁ। ତାଙ୍କୁ ଠିକ୍‌ ମୂଲ୍ୟରେ ଆମ ଦଳରେ ସାମିଲ କରିବା ପାଇଁ ଚେଷ୍ଟା କରିବୁ” ବୋଲି ଏସ୍‌ଆରଏଚ୍‌ ମୁଖ୍ୟ କହିଛନ୍ତି।

ରଶିଦଙ୍କୁ ଏସ୍‌ଆର୍‌ଏଚ୍‌ ପ୍ରଥମେ ୨୦୧୭ ଆଇପିଏଲରେ ୪ କୋଟି ଟଙ୍କାରେ କିଣିଥିଲା। ପରବର୍ତ୍ତୀ ସିଜନରେ ରଶିଦଙ୍କ ପାଇଁ ଅକ୍‌ଶନରେ ପଞ୍ଜାବ କିଙ୍ଗ୍ସଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ସନରାଇଜର୍ସ। ଏପରିକି ୯ କୋଟି ଟଙ୍କାରେ ଲେଗ୍‌ ସ୍ପିନରଙ୍କୁ କିଣିବା ପାଇଁ ହାଇଦ୍ରାବାଦକୁ ରାଇଟ୍‌ ଟୁ ମ୍ୟାଚ୍‌ (ଆରଟିଏମ୍‌) କାର୍ଡ ବ୍ୟବହାର କରିବାକୁ ପଡ଼ିଥିଲା। ରଶଦି ହାଇଦ୍ରାବାଦ୍‌ ପାଇଁ ୭୬ ମ୍ୟାଚ୍‌ ଖେଳି ଉଲ୍ଲେଖନୀୟ ଇକୋନୋମି ହାର(୬.୩୩)ରେ ୯୩ ଉଇକେଟ ନେଇଛନ୍ତି।

Share