Posted inଜାତୀୟ

ଇନକମ ଟ୍ୟାକ୍ସ ଉପରେ କାହିଁକି ୧୨ ଲକ୍ଷ ପର୍ଯ୍ୟନ୍ତ ଦିଆଗଲା ଛାଡ? ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର (ଫେବୃଆରୀ ୧) ତାଙ୍କର ଲଗାତାର ଅଷ୍ଟମ ବଜେଟ ଉପସ୍ଥାପନ କରିଛନ୍ତି। ସେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସ ପରିସରରୁ ବାହାରେ ରଖିବା ପାଇଁ ଏକ ବଡ଼ ଘୋଷଣା କରିଥିଲେ, ଯାହା କେବଳ ଅର୍ଥନୀତିକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ ତା ନୁହେଁ ବରଂ ସାଧାରଣ ଲୋକଙ୍କ ଏକ ବଡ଼ ବର୍ଗକୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିପାରିବ।
ବଜେଟ ପରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ନିର୍ମଳା ସୀତାରମଣ ବଜେଟ ୨୦୨୬କୁ ‘ଜନତାଙ୍କ ପାଇଁ, ଲୋକଙ୍କ ବଜେଟ’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ବଜେଟରେ ଟିକସ ଛାଡ଼ର ଚିନ୍ତାଧାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନ ପାଇଥିଲା, କିନ୍ତୁ ଅମଲାମାନଙ୍କୁ ବୁଝାଇବା ପାଇଁ ବହୁତ ସମୟ ଲାଗିଥିଲା।
ଅର୍ଥମନ୍ତ୍ରୀ ପୂର୍ବତନ ଆମେରିକା ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ କଥା ଉଲ୍ଲେଖ କରି, ୨୦୨୫ ମସିହାର କେନ୍ଦ୍ରୀୟ ବଜେଟକୁ ‘ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ, ଲୋକଙ୍କର’ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରରମନ ପୂର୍ବରୁ ମଧ୍ୟବିତ୍ତ ବର୍ଗର ଆୟକରଦାତାଙ୍କ ବିଷୟରେ ଅନେକ ଥର କଥା ହୋଇଥିଲେ, କିନ୍ତୁ ଏଥର ସେମାନେ ସେମାନଙ୍କ ସ୍ବାର୍ଥ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି।
ବାର୍ଷିକ ୭ ଲକ୍ଷ ଟଙ୍କାରୁ ସିଧାସଳଖ ୧୨ ଲକ୍ଷ ଟଙ୍କାକୁ ଆୟକର ଛାଡ଼ ସୀମା ବୃଦ୍ଧି କରିବା ସରକାରଙ୍କର‘ମଧ୍ୟମ ବର୍ଗ’ ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ସାଧାରଣ କରଦାତାଙ୍କ ପାଖରେ ଅତିରିକ୍ତ ୧.୧ ଲକ୍ଷ କୋଟି ଟଙ୍କା ଉପଲବ୍ଧ କରିବ, ଯାହା ଘରୋଇ ଚାହିଦା ବୃଦ୍ଧି କରିବାରେ ସାହାଯ୍ୟ କରିବ।
ଏକ ସାକ୍ଷାତକାର ସମୟରେ, ଯେତେବେଳେ ଅର୍ଥମନ୍ତ୍ରୀଙ୍କୁ ପଚରାଗଲା ଯେ ସରକାର ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସ ପରିସରରୁ ବାହାରେ ରଖିବା ପାଇଁ କାହିଁକି ନିଷ୍ପତ୍ତି ନେଲେ, ଅର୍ଥମନ୍ତ୍ରୀ ଏହାର ଉତ୍ତର ଦେଇଥିଲେ।
ସେ କହିଥିଲେ, ‘ମଧ୍ୟବିତ୍ତ ବର୍ଗରେ ସେମାନେ କ’ଣ ପାଇଲେ ସେ ବିଷୟରେ ବହୁତ ଆଲୋଚନା ହେଉଛି। ଆମର ଧ୍ୟାନ ସର୍ବଦା ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ଉପରେ। ଏଥର ଆମେ ଦେଖିଲୁ ଯେଉଁମାନେ ଅତି କମରେ ୧ ଲକ୍ଷ ଟଙ୍କା ରୋଜଗାର କରନ୍ତି ସେମାନଙ୍କର ଜୀବନଶୈଳୀ କ’ଣ? ଏମାନେ କିପରି ବଞ୍ଚନ୍ତି? ସେମାନେ କି ପ୍ରକାରର ଜୀବନଶୈଳୀ ବଜାୟ ରଖନ୍ତି? ଏସବୁ ଦେଖିବା ପରେ, ଆମେ ମାସିକ ୧ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଟ୍ୟାକ୍ସ ଛାଡ ଦେବାକୁ ନିଷ୍ପତ୍ତି ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri