ବିଲ୍‌ ସାଇକଲ: କାହିଁକି ଏ ପରିବର୍ତ୍ତନ

ଭୁବନେଶ୍ୱର,୯। ୮(ବ୍ୟୁରୋ): ଉପଭୋକ୍ତାଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଗୋଟିଏ ପରେ ଗୋଟିଏ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି। ପ୍ରଥମେ ଆମେରିକୀୟ କମ୍ପାନୀ ଏଇଏସ୍‌(୧୯୯୯ ରୁ ୨୦୦୧ ), ଏହାପରଠାରୁ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଦ୍ୱାରା ୨୦୨୦ ମେ ୩୧ ପର୍ଯ୍ୟନ୍ତ ପରିଚାଳିତ ହେଉଥିଲା। ଏବେ ଗତ ଜୁନ୍‌ ୧ରୁ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ(ଟିପିସିଏଲ୍‌)କୁ ସେସୁର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏଥିସହିତ ଟାଟା ପାଓ୍ବାର ସେସୁର ନାମ ପରିବର୍ତ୍ତନ କରି ଟାଟା ପାଓ୍ବାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌(ଟିପିସିଓଡିଏଲ୍‌) ରଖିଛି। ଗ୍ରୀଡ୍‌କୋ ସହ ଚୁକ୍ତି ସମୟରେ ଗ୍ରାହକଙ୍କୁ ଉନ୍ନତ ସେବା, ବୈଷୟିକ ଓ ବାଣିଜ୍ୟ କ୍ଷତି କମାଇବା, ନୂତନ ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶ କରିବା ଆଦି ଚୁକ୍ତିରେ ଉଲ୍ଲେଖ ରହିଥିଲା। ହେଲେ ଗ୍ରାହକଙ୍କୁ ଉତ୍ତମ ସେବା ଦେବା ପରିବର୍ତ୍ତେ ଟିପିସିଓଡିଏଲ୍‌ ପ୍ରଥମରୁ ଶୋଷଣ କରିବା ଆରମ୍ଭ କଲାଣି। ଜୁନ ମାସରୁ ବିଲ୍‌ ସାଇକଲ ଫନ୍ଦି ଆରମ୍ଭ କରିଛି। ସେସୁଠାରୁ ମାଲିକାନା ମଙ୍ଗ ଧରିବା ମାତ୍ରକେ ଟାଟା ପାଓ୍ବାର ଗ୍ରାହକଙ୍କୁ ମିଳୁଥିବା ୧୫ ଦିନିଆ ବିଲ୍‌ ପଇଠ ସୁବିଧାକୁ ଛଡ଼ାଇ ନେଇଛି। ସପ୍ତାହକ ମଧ୍ୟରେ ବିଦ୍ୟୁତ୍‌ ଦେୟ ଦାଖଲ ନ କଲେ କୌଣସି ରିହାତି ମିଳିବ ନାହିଁ ବୋଲି ଟାଟା କମ୍ପାନୀ ଗ୍ରାହକଙ୍କୁ ନୋଟିସ ଧରାଇ ଦେଇଛି। ଟାଟା କମ୍ପାନୀର ଏଭଳି ଷଡ଼ଯନ୍ତ୍ରକୁ ନେଇ ଉପଭୋକ୍ତା ମହଲ୍‌ରେ ଅସନ୍ତୋଷ ଦେଖା ଦେଇଛି। ଆଧୁନିକ ମାର୍କେଟିଂ ପାଠରେ କୁହାଯାଏ ଯେ, ଅର୍ଥର ସମୟ ଓ ସୁଯୋଗର ମୂଲ୍ୟ ଗ୍ରାହକ ପାଇବା ଦରକାର। ଟାଟା ପାଓ୍ବାର ବିଲ୍‌ ପରିବର୍ତ୍ତନ ସମୟକୁ ଦେଖିଲେ, ସେହି ଅର୍ଥକୁ ଖୁବ୍‌ଶୀଘ୍ର ଗ୍ରାହକଙ୍କ ଠାରୁ ଛଡ଼ାଇନେବା ଫଳରେ କମ୍ପାନୀର ଲାଭ ବୃଦ୍ଧି ହେବା ସହିତ ଗ୍ରାହକଙ୍କର କ୍ଷତି ଘଟୁଛି। ଉଲ୍ଲେଖଯୋଗ୍ୟ ଯେ, ଟାଟା ପାଓ୍ବାର ନେଇଥିବା ସେସୁ ହେଉଛି ଓଡ଼ିଶାର ୪ଟି ଡିଭିଜନ୍‌ ମଧ୍ୟରୁ ସର୍ବବୃହତ୍‌ ଏବଂ ସର୍ବାଧିକ ଲାଭ କରିଥାଏ। ଏଠାରେ ଆମେ ଅନେକ କୋଟି ଘରୋଇ ଗ୍ରାହକଙ୍କ ସମେତ ବହୁଳ ପରିମାଣର ବ୍ୟବସାୟିକ ସଂସ୍ଥା ଏବଂ ଶିଳ୍ପାନୁଷ୍ଠାନର ବିଲ୍‌ ସମ୍ପର୍କରେ ଆଲୋଚନା କରୁଛେ।

ସେସୁ ମାଲିକାନାରେ ବିଦ୍ୟୁତ୍‌ ବ୍ୟବସ୍ଥା ଥିବାବେଳେ ଉପଭୋକ୍ତାମାନେ ବିଲ୍‌ ଦାଖଲ କରିବାକୁ ୧୫ଦିନ ସମୟ ପାଉଥିଲେ। ଅର୍ଥାତ୍‌ ଯଦି ଜଣେ ଗ୍ରାହକଙ୍କୁ ମାସର ୧୩ ତାରିଖରେ ବିଲ୍‌ ଦିଆଯାଏ ତେବେ ସେ ସେହି ମାସର ୨୮ତାରିଖ ମଧ୍ୟରେ ଦେୟ ଜମା କରିପାରୁଥିଲେ। ଏଭଳି ଏକ ବିଲ୍‌ର ନକଲ ପାର୍ଶ୍ୱରେ ଦିଆଯାଇଛି। ଉକ୍ତ ସମୟ ସୀମା ମଧ୍ୟରେ ବିଲ୍‌ ପଇଠ କଲେ ଉପଭୋକ୍ତାମାନେ ୨ପ୍ରତିଶତ ରିହାତି ପାଇପାରୁଥିଲେ। ପୂର୍ବରୁ ଦିଆଯାଉଥିବା ୧୫ଦିନିଆ ସମୟ ସୀମା ଗ୍ରାହକଙ୍କୁ ବିଦ୍ୟୁତ୍‌ ଦେୟ ପଇଠ କରିବାରେ ସୁବିଧା ହେଉଥିଲା। ଏହି ବ୍ୟବସ୍ଥାକୁ କାହିଁକି ଟିପିସିଓଡିଏଲ୍‌ ବଦଳାଇଲା ତାହା ବୁଝିବା ଅତି ସହଜ। ଓଇଆର୍‌ସି ଅଧୀନରେ ଥିବା ଅନ୍ୟ ୩ଟି ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ନେସ୍‌କୋ, ୱେସ୍‌କୋ ଏବଂ ସାଉଥ୍‌କୋରେ ବିଲ୍‌ ପଇଠ ପାଇଁ ଏବେ ମଧ୍ୟ ୧୫ ଦିନିଆ ସମୟ ରହିଛି। ଟାଟା ପାୱାର ସେସୁ ମାଲିକାନା ନେବା ପରେ ଗତ ଜୁନ ଓ ଜୁଲାଇ ମାସରେ ୫୦୯.୯୧କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିଛି। ଜୁନ ମାସରେ ୨୪୫.୩୬କୋଟି ଏବଂ ଜୁଲାଇରେ ୨୬୪.୫୫କୋଟି ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୋଟ ବିଲ୍‌ର ପରିମାଣ ଆଦାୟ ପରିମାଣଠାରୁ ଅଧିକ। ହେଲେ ଟାଟା ପାଓ୍ବାର ସରକାରଙ୍କ ହାତରୁ ସେସୁର ଦାୟିତ୍ୱ ନେବା ସମୟରେ ଏହାର ମୂଲ୍ୟ ମୋଟ ୩୫୦କୋଟି ଟଙ୍କାର ଆକଳନ କରାଯାଇଥିଲା।

ଭୁବନେଶ୍ୱର ବାସିନ୍ଦା ଉପଭୋକ୍ତା ପ୍ରଫୁଲ୍ଲ ଦାସ କହିଛନ୍ତି, ଟାଟା ପାୱାର ବିଦ୍ୟୁତ ଦାୟିତ୍ୱ ନେବା ପରେ ଆମେମାନେ ହଇରାଣ ହେଉଛୁ। ୭ଦିନ ମଧ୍ୟରେ ବିଲ୍‌ ପଇଠ ନ କଲେ ରିହାତି ମିଳୁ ନାହିଁ। ଘନ ଘନ ବିଦୁତ୍‌ କାଟ ମଧ୍ୟ ହେଉଛି ବୋଲି ସେ କହିଛନ୍ତି। ସେସୁ ଓଇଆର୍‌ସି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିବାବେଳେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳି ପାରୁଥିଲା। ଟାଟା ହାତକୁ ଯିବାପରେ ବାରମ୍ବାର ବିଦ୍ୟୁତ୍‌ କାଟ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏ ସମ୍ପର୍କରେ ଟିପିସିଓଡିଏଲର ମୁଖ୍ୟ ବାଣିଜି୍ୟକ ସେବା ଅଧିକାରୀ ରାଜୀବ ଖରିଆଲଙ୍କୁ ଧରିତ୍ରୀ ପକ୍ଷରୁ ମତ ଲୋଡ଼ାଯାଇଥିଲା। ତାଙ୍କ କହିବା ଅନୁସାରେ ଓଇଆର୍‌ସିଙ୍କ ନିର୍ଦ୍ଦେଶକ୍ରମେ ୧୫ଦିନ ବଦଳରେ ୭ଦିନ ମଧ୍ୟରେ ବିଦ୍ୟୁତ୍‌ ବିଲ୍‌ ଆଦାୟ ବ୍ୟବସ୍ଥା ପ୍ରଚଳନ କରାଯାଉଛି। ବିଦ୍ୟୁତ୍‌ କାଟ ସମ୍ପର୍କରେ ସେ କହିଛନ୍ତି, ରକ୍ଷଣାବେକ୍ଷଣ କାମ ଚାଲୁ ରହିଥିବାରୁ ଅସ୍ଥାୟୀ ବିଦ୍ୟୁତ୍‌ କାଟ ହେଉଛି। ଆସନ୍ତା ଦେଢମାସ ମଧ୍ୟରେ ସବୁ ଠିକ୍‌ ହୋଇଯିବ। ଗ୍ରାହକମାନଙ୍କର ଯଦି କିଛି ଅସୁବିଧା ଥିବ ତେବେ ସେମାନେ କଲ୍‌ସେଣ୍ଟରକୁ ଫୋନ କରି ସମସ୍ୟାର ସମାଧାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri