ସ୍ୱତନ୍ତ୍ର ଅଧିବେଶନ କାହିଁକି

ସେପ୍ଟେମ୍ବର ୯ରେ ‘ପୁରୁଣା ସଂସଦ ଭବନକୁ ବିଦାୟ ଦେବା ପାଇଁ ଉଭୟ ଗୃହର ମିଳିତ ବୈଠକ?’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ପ୍ରଶ୍ନ ଚିହ୍ନ ରହିବା ସ୍ବାଭାବିକ, କାରଣ ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ କ’ଣ ତାହା ଖୁବ୍‌ କମ୍‌ ଲୋକ ଜାଣନ୍ତି। ରିପୋର୍ଟରେ ଲେଖାଥିଲା, ”ଏବକାର ସଂସଦ ଭବନକୁ ବିଦାୟ ଦେବା ପାଇଁ ସେପ୍ଟେମ୍ବର ୧୯ରେ ପ୍ରତିଷ୍ଠିତ ସେଣ୍ଟ୍ରାଲ ହଲ୍‌ରେ ଦୁଇ ଗୃହର ମିଳିତ ବୈଠକ ଡକାଯିବ କି ନାହିଁ ତାହା ଉପରେ ପାଞ୍ଚଦିନିଆ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଅଧିକ କଳ୍ପନାଜଳ୍ପନା ପ୍ରକାଶ ପାଇଛିି।“ ଗୋଟିଏ କୋଠାକୁ ବିଦାୟ ଦେବା ପାଇଁ କାହିଁକି ପାଞ୍ଚଦିନ ଦରକାର? ଏକ ଗଣତନ୍ତ୍ରରେ ଆଇନ ଏବଂ ପରିବର୍ତ୍ତନକୁ ଖୋଲା ଏବଂ ସ୍ପଷ୍ଟ ଭାବେ ଆଲୋଚନା କରାଯିବା ଉଚିତ। ତେବେ ଏଭଳି ସ୍ଥିତିରେ କାହିଁକି ଅତ୍ୟଧିକ ଅନୁମାନର ସାମ୍ନାକୁ ଆସୁଛି? କାରଣ ପ୍ରକାଶିତ ରିପୋର୍ଟଟି ପାଠକମାନଙ୍କୁ ଏ ସମ୍ପର୍କରେ କିଛି ସୂଚିତ କରିନାହିଁ। ୩୧ ଅଗଷ୍ଟରେ ପ୍ରଥମେ ଯେତେବେଳେ ଏହି ସ୍ୱତନ୍ତ୍ର ଅଧିବେଶନ ବିଷୟରେ ଘୋଷଣା କରାଗଲା ସେତେବେଳେ ତାହାକୁ ନେଇ ବିଭିନ୍ନ ଆକଳନ ଆରମ୍ଭ ହୋଇଗଲା। କୁହାଗଲା, ଅଗଷ୍ଟ ୧୧ରେ ଗୋଟିଏ ଅଧିବେଶନ ସରିଥିଲାବେଳେ ଏବଂ ଆଗକୁ ନଭେମ୍ବରରେ ଶୀତ ଅଧିବେଶନ ଆସୁଥିବାବେଳେ ପୁଣି କାହିଁକି ଏହା କରାଯାଉଛି। କେତେଜଣ କହିଲେ ଦେଶର ନାମ ଇଣ୍ଡିଆରୁ ଭାରତ କରିବାକୁ ଏହା କରାଗଲା। ଗଣମାଧ୍ୟମ ମଧ୍ୟ ୨ ଦିନ ଏଥିରେ ମାତିଲା। ମନ୍ତ୍ରୀମାନେ ଏହି ପଦକ୍ଷେପ ସପକ୍ଷରେ ଯୁକ୍ତି ବାଢ଼ିଲେ ଯେ, ଏଥିରେ କୌଣସି ଭୁଲ୍‌ ନାହିଁ। ଅନ୍ୟ ଏକ ଅନୁମାନ ଥିଲା ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ଉପରେ। ଏହା ମୂଳତଃ ୨୦୦୮ରେ ରାଜ୍ୟ ସଭା ଦ୍ୱାରା ପାରିତ ହୋଇଥିଲା, କିନ୍ତୁ ପରେ ଏହା ଅଟକି ଯାଇଥିଲା। ଯଦି ଏହା ଦରକାର ହୁଏ ତେବେ ଏହି ଆଇନକୁ ସରକାର ପାସ୍‌ କରିପାରିବେ। କିନ୍ତୁ ଏହାର ସ୍ଥିତି ଏବେ କ’ଣ କେହି ଜାଣନ୍ତି ନାହିଁ। ଗଣମାଧ୍ୟମରେ ଆଉ ଅନୁମାନ ପ୍ରକାଶ ପାଇଥିଲା ଯେ, ସରକାର କୌଣସି କାରଣରୁ ଆଗୁଆ ନିର୍ବାଚନ ଚାହୁଁଛନ୍ତି। ବାଜପେୟୀ ସରକାର ୨୦୦୪ରେ ଯେମିତି କରିଥିଲେ ଏବର ସରକାର ସେମିତି ହୁଏତ କରିପାରନ୍ତି। ଏହି ସିଦ୍ଧାନ୍ତ ସପକ୍ଷରେ ଅଧିକ ସମର୍ଥକ ନାହାନ୍ତି, କିନ୍ତୁ କ’ଣ ହେବ କିଏ ଜାଣେ। ଶୀଘ୍ର ନିର୍ବାଚନ କରିବାରେ ବାଜପେୟୀଙ୍କ ଚାଲ୍‌ ସଫଳ ହୋଇପାରିଲା ନାହିଁ ଏବଂ ସରକାରର ପତନ ଘଟିଲା। ତେଣୁ ଏହି ଦିଗରେ ବିପଦର ସମ୍ଭାବନା ଅଛି, ସତର୍କତା ଅବଲମ୍ବନ ଜରୁରୀ।
‘ଏକ ଦେଶ, ଏକ ନିର୍ବାଚନ’କୁ ନେଇ ସବୁଠୁ ଉତ୍ସୁକ ଅନୁମାନ ପ୍ରକାଶ ପାଇଲା। ଏହି ବ୍ୟବସ୍ଥାରେ ପ୍ରତି ୫ ବର୍ଷରେ ସବୁ ରାଜ୍ୟ କେନ୍ଦ୍ରରେ ଏକାବେଳକେ ନିର୍ବାଚନ ହେବ ଓ ନାଗରିକମାନେ ଏକ ସମୟରେ ଲୋକ ସଭା ଓ ବିଧାନସଭା ପାଇଁ ଭୋଟ ଦେବେ। ତେବେ ଏହା ସହିତ କ’ଣ ପୌର ନିର୍ବାଚନ ସାମିଲ ହେବ? ଏ ବିଷୟରେ ବି କେହି ଜାଣନ୍ତି ନାହିଁ। ଉପ ନିର୍ବାଚନ ସମ୍ପର୍କରେ କ’ଣ ହେବ? ଏକ ସମୟରେ ଏକାଧିକ ନିର୍ବାଚନ ସକାଶେ ଇଭିଏମ୍‌ଗୁଡ଼ିକୁ କିଭଳି ସୁବ୍ୟବସ୍ଥିତ କରାଯିବ? ଏ ବିଷୟରେ କେହି ଜଣେ ବି ଜାଣନ୍ତି ନାହିଁ। ତେବେ ‘ଏକ ଦେଶ, ଏକ ନିର୍ବାଚନ’ ବିଚାର ଉପରେ ସମୀକ୍ଷା କରିବାକୁ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କିନ୍ତୁ ଏହି କମିଟି ବୈଠକ କରି ସ୍ବତନ୍ତ୍ର ଅଧିବେଶନ ପାଇଁ ଏହାର ନିଷ୍କର୍ଷକୁ ଠିକ୍‌ ସମୟରେ କେମିତି ଦେବ ତାହା ସ୍ପଷ୍ଟ କରାଯାଇନାହିଁ। ଗଣମାଧ୍ୟମରେ ଆଉ ଏକ କଥା ଅସିଥିଲା ଯେ ଏହି ଅଧିବେଶନ ଓବିସିଗୁଡ଼ିକର ଉପ-ବର୍ଗୀକରଣ ପାଇଁ ୨୦୧୭ରେ ଗଠିତ ଏକ କମିଶନର ସମୀକ୍ଷା କରିବ, ଯାହାଦ୍ୱାରା ସଂରକ୍ଷଣରେ ଅଧିକ ସମାନତା ଆସିପାରିବ। ସରକାରଙ୍କ ସଂସଦୀୟ ବ୍ୟବସ୍ଥା ସମ୍ମିଳିତ ଦାୟିତ୍ୱର ସହ ଏହାକୁ ନେଉଛି ଅର୍ଥାତ୍‌ ନିଷ୍ପତ୍ତି ମିଳିତ ଭାବେ କରାଯାଉଛି। କିନ୍ତୁ ଏଠାରେ କ୍ୟାବିନେଟ ଆମ ସମସ୍ତଙ୍କ ପରି ନିଷ୍ପତ୍ତି ବିଷୟରେ ଅନ୍ଧକାରରେ ଅଛି। ଏହା ଦର୍ଶାଇବା ଲାଗି ଅତୀତର ଦୁଇଟି ଉଦାହରଣ ଯଥେଷ୍ଟ। ପ୍ରଥମଟି ଥିଲା ୧୦ ନଭେମ୍ବର ୨୦୧୬ର ‘ଆପଣମାନେ ଫୋନ ଆଣନ୍ତୁ ନାହିଁ’: ମୋଦିଙ୍କ କ୍ୟାବିନେଟ ବୈଠକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ କେନ୍ଦ୍ର ମନ୍ତ୍ରୀମାନେ ଆମ ସମସ୍ତଙ୍କ ପରି ସେହି ଦିନ ହିଁ ବିମୁଦ୍ରୀକରଣ ବିଷୟରେ ଜାଣିଥିଲେ। ଅର୍ଥାତ୍‌ ଏହା ଉପରେ ଆଲୋଚନା କିମ୍ବା ବିତର୍କ କରାଯାଇ ନ ଥିଲା। ଅନ୍ୟ ଏକ ଉଦାହରଣ ହେଉଛି ୨୦୨୦ରେ ସରକାର ଦେଶବ୍ୟାପୀ ଲଗାଇଥିବା ଲକ୍‌ଡାଉନକୁ ନେଇ ୨୪୦ ରୁ ଅଧିକ ସୂଚନା ଅଧିକାର ପ୍ରଶ୍ନ ବିସିସିଆଇ ଦାଏର କରିବା। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ, ଅର୍ଥ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ ବିଭାଗ ଲକ୍‌ଡାଉନ ବିଷୟରେ କ’ଣ ଜାଣିଛନ୍ତି ଏବଂ କିପରି ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଶ୍ନ ପଚାରିଥିଲା। ସେମାନେ ଜାଣି ନ ଥିଲେ କିମ୍ବା ପ୍ରସ୍ତୁତ ହୋଇ ନ ଥିଲେ ବୋଲି ଉତ୍ତର ମିଳିଥିଲା।
ଏହି ପ୍ରକାର ସରକାରରେ ଗୁପ୍ତ ତଥ୍ୟ ଓ ପ୍ରମୁଖ ନିଷ୍ପତ୍ତି କ୍ୟାବିନେଟକୁ ଜଣାଯାଏ ନାହିଁ। ସେଭଳି ସ୍ଥିତି ଏବେ ବି ଜାରି ରହିଥିବା ଜଣାପଡୁଛି। ସେଥିପାଇଁ ଏହି ସ୍ବତନ୍ତ୍ର ଅଧିବେଶନକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଉକ୍ତ ଅଧିବେଶନରେ ମଧ୍ୟ କୌଣସି ପ୍ରଶ୍ନ କାଳ ରହିବ ନାହିଁ। ଏହା ଆଶା କରାଯାଉଛି ସତ, ହେଲେ ଏହାର ଆବଶ୍ୟକତା ନାହିଁ। କାରଣ ଲୋକ ସଭାରେ ପ୍ରଶ୍ନ ପଚରାଗଲେ ତାହାର ଉତ୍ତର ଦିଆଯାଉ ନାହିଁ। ତେଣୁ ପ୍ରଶ୍ନ କରିବାକୁ କାହିଁକି ଅଟକାଯାଉଛି, ଏହାର ଉଦ୍ଦେଶ୍ୟ କ’ଣ? ଅଧିବେଶନରେ ଆଲୋଚନା କରିବାକୁ ଚାହୁଁଥିବା ବିଷୟଗୁଡ଼ିକର ଏକ ତାଲିକା ବିରୋଧୀ ପଠାଇଛନ୍ତି। ଏଥିରେ ମୁଦ୍ରାସ୍ଫୀତି, ଚାକିରି, କୃଷକମାନଙ୍କ ପାଇଁ ଏମ୍‌ଏସ୍‌ପି, ମଣିପୁରରେ ଚାଲିଥିବା ହିଂସା, ଆଦାନୀ ଦୁର୍ନୀତି, ଦେଶରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଉତ୍ତେଜନା, ଲଦାଖ ଏବଂ ଅନ୍ୟାନ୍ୟ ସ୍ଥାନରେ ଚାଇନାର କାର୍ଯ୍ୟକଳାପ, ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା, ସଂଘୀୟବାଦ ଉପରେ ଚାପ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏଗୁଡ଼ିକ କାର୍ଯ୍ୟସୂଚୀରେ ନ ଥିବା ମନେହେଉଛି, ଯେଉଁଥିପାଇଁ ଆଲୋଚନା ହେବାର ସମ୍ଭାବନା ନାହିଁ। ସେଗୁଡ଼ିକ ଉପରେ ସରକାର ହିଁ ନିଷ୍ପତ୍ତି ଗ୍ରହଣ କରିବେ। କ’ଣ ଆଲୋଚନା ଏବଂ ପାସ ହେବା ଦରକାର, ସେ ବିଷୟରେ କ୍ୟାବିନେଟ କହିପାରୁ ନ ଥିବାବେଳେ ସେମାନେ ବିରୋଧୀଙ୍କ କଥା କାହିଁକି ଶୁଣିବେ?


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri