ଏତେ ଘୃଣା କାହିଁକି

ଆକାର ପଟେଲ

ମୋ ବହି ସମ୍ପର୍କରେ ମୋର ଏକ ସାକ୍ଷାତ୍‌କାର ନିଆଯିବାବେଳେ ଏହା ସହ ସମ୍ବନ୍ଧ ନ ଥିବା ଏକ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନଟି ଥିତ୍ଲା – କାହିଁକି ହିନ୍ଦୁତ୍ୱ ନେହେରୁଙ୍କୁ ଘୃଣା କରେ? ଏହା ଏକ ରୋଚକ ପ୍ରଶ୍ନ ଥିଲା ଏବଂ ଏହାର ଉତ୍ତର ଦୁଇଟି ଭାଗରେ ଦେବାକୁ ରହିଛି। ତେବେ ଏହା ଜାଣିବା ପୂୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ପଡ଼ିବ ନେହେରୁ କ’ଣ ଥିଲେ ଏବଂ କ’ଣ ଚାହଁୁଥିଲେ।
ସ୍ବାଧୀନତା ପୂର୍ବରୁ ନେହେରୁ ଅନେକ ବହି ଲେଖିଥିଲେ ଯେଉଁଥିରେ ସେ ଭାରତକୁ ଏକ ସ୍ବତନ୍ତ୍ର ସଭ୍ୟତାର ସତ୍ତା ଥିବା ରାଷ୍ଟ୍ର ଭାବରେ ପ୍ରତିପାଦିତ କରିଥିଲେ, ଯାହାକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମଧ୍ୟ ସ୍ବୀକାର କରିଛି। ଆଧୁନିକ ଭାରତ ସିନ୍ଧୁ ସଭ୍ୟତାରୁ ସୃଷ୍ଟି ହୋଇଛି ବୋଲି ସେ ତାଙ୍କ ଲେଖାରେ ସୂଚିତ କରିଥିଲେ । ଭାରତ ଏକ ପ୍ରାଚୀନ ସଭ୍ୟତା, ଏହା ସେ ସ୍ବୀକାର କରୁଥିଲେ ବି ଏହି ରାଷ୍ଟ୍ରକୁ ଆଧୁନିକ ବିଶ୍ୱ ସହିତ ତାଳ ଦେଇ ସମ ରୂପରେ ଗଢ଼ି ତୋଳିବା ପାଇଁ ଚାହୁଁଥିଲେ। ଆଧୁନିକତା ପାଇଁ ନେହେରୁ ମୁଖ୍ୟତଃ ଦୁଇଟି ଦିଗ ଉପରେ ଅଧିକ ଜୋର୍‌ ଦେଉଥିଲେ ତାହା ହେଉଛି ଭାରି ଉଦ୍ୟୋଗ ଏବଂ ଉଚ୍ଚ ଶିକ୍ଷା। ଭାରତରେ ସୀମିତ ସମ୍ବଳ ଥିଲା, କିନ୍ତୁ ଏହି ଦୁଇଟି ଦିଗକୁ ଅଧିକ ଗୁରୁତ୍ୱ ଦେବାକୁ ସେ କହୁଥିଲେ।
ଆଧୁନିକ ଭାରତ ପାଇଁ ନେହେରୁଙ୍କ ଯୋଜନା ଭଲ କି ଖରାପ କିମ୍ବା ଅସାମାନ୍ୟ ଥିଲା ତା’ଉପରେ ତୁମେ ଯୁକ୍ତି ବାଢ଼ିପାର। କିନ୍ତୁ ସେ ଯାହା କରିବାକୁ ଚାହୁଁଥିଲେ,ତାହା ସେ କାର୍ଯ୍ୟକାରୀ କରି ନ ଥିଲେ ବୋଲି କହିପାରିବ ନାହିଁ। ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଓ କର୍ମବୀର ଭାବେ ଭାରତକୁ ଆଧୁନିକ ରୂପ ଦେବାକୁ ଯାଇ ସେ ବହୁ ଯୋଜନା କରିଥିଲେ, ଅନେକ ସଂସ୍ଥା ଗଢ଼ିଥିଲେ। ଏଗୁଡ଼ିକ ମଧ୍ୟରେ ଏବେ ନବରନତ୍ କୁହାଯାଉଥିବା ସଂସ୍ଥାଗୁଡ଼ିକ ରହିଛି। ସେତେବେଳେ କ’ଣ ଏହାର ମୂଲ୍ୟ କିଛି ନ ଥିଲା ନା ନିର୍ମାଣ କରିବାର ଆବଶ୍ୟକତା ନ ଥିତ୍ଲା? ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ ‌(୧୯୬୪), ଅଏଲ ଆଣ୍ଡ୍‌ ନାଚୁରାଲ ଗ୍ୟାସ କର୍ପୋରେଶନ(୧୯୫୬), ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ (୧୯୫୪), ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌(୧୯୬୪), ଇଣ୍ଡିଆନ ଅଏଲ୍‌ କର୍ପୋରେଶନ(୧୯୫୯), ଇସ୍ରୋ (ପୂର୍ବରୁ ଏହା ଆଇଏନ୍‌ସିଓଏସ୍‌ପିଏଆର୍‌ ଥିଲା)୧୯୬୨, ଡିପାର୍ଟମେଣ୍ଟ ଅଫ୍‌ ଆଟମିକ ଏନର୍ଜି ( ୧୯୫୪), ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (୧୯୫୪) ସେ ଗଠନ କରିଥିଲେ। ନେହେରୁ ମଧ୍ୟ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (୧୯୫୧), ଇଣ୍ଡିଆନ୍‌ ଇନ୍‌ଷ୍ଟିିଚ୍ୟୁଟ ଅଫ୍‌ ମ୍ୟାନେଜ୍‌ମେଣ୍ଟ(୧୯୬୧), ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌ (୧୯୬୧) ଏବଂ ସାହାତ୍ୟ ଏକାଡେମୀ (୧୯୫୪)ରେ ପ୍ରତିଷ୍ଠା କରିଥିଲେ। ଏମିତି ତାଲିକା ଆହୁରି ଲମ୍ବା ହେବ। ନେହେରୁ ଆଧୁନିକ ଭାରତ ଗଢ଼ିବା ପାଇଁ ଏଗୁଡିକୁ ପ୍ରତିଷ୍ଠା କରିଥିଲେ। ନେହେରୁ ଏକ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାକୁ ଗ୍ରହଣ କରି ନ ଥିଲେ। କିନ୍ତୁ ସେଠାରେ କିଭଳି ଭାରତ ପହଞ୍ଚିହେବ ତାହାର ନକ୍ସା ଆଙ୍କିିଥିଲେ। ସମସ୍ୟା ହେଉଛି, ଆମ ପ୍ରଧାନମନ୍ତ୍ରୀଙ୍କ ସହ ନେହେରୁଙ୍କୁ ତୁଳନା କରିବାବେଳେ ହିନ୍ଦୁତ୍ୱରେ କାହାର ବି କୌଣସି ବିଚାର ରହୁନି। ମୋଦି ଆମ ସମ୍ମୁଖରେ ‘୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା’ ଭଳି ଅନେକ ପ୍ରସ୍ତାବ ରଖିତ୍ପାରନ୍ତି, କିନ୍ତୁ ତାହା କିପରି ପ୍ରାପ୍ତ ହେବ ତାହା ସେ କହୁନାହାନ୍ତି। କାରଣ, ସେଠାରେ କେମିତି ପହଞ୍ଚତ୍ ହେବ ସେ ନିଜେ ବି ଜାଣନ୍ତି ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଦେଶକୁ କ’ଣ ସବୁ ଭିନ୍ନ କାର୍ଯ୍ୟ କରିବାକୁ ହେବ ତାହା ବି ତାଙ୍କ ଧାରଣାରେ ନାହିଁ। ମୋଦି କିଛି ବି ସଂସ୍ଥା ଗଢ଼ିନାହାନ୍ତି, କିନ୍ତୁ ନେହେରୁ ଏ ବାବଦରେ ପୂରା ସ୍ବତନ୍ତ୍ର। ଆଧୁନିକ ଭାରତ ଗଠନ କରିବାରେ ନେହେରୁଙ୍କ ଆଦ୍ୟ ଚିନ୍ତାଧାରାକୁ ମୋଦି ଛୁଇଁ ପାରିନାହାନ୍ତି। ଭାଜପା ଓ ହିନ୍ଦୁତ୍ୱ ନେହେରୁଙ୍କୁ ଘୃଣା ଏବଂ ଈର୍ଷା କରିବାର ଏହାହିଁ ପ୍ରଥମ କାରଣ।
ନେହେରୁ ଥିଲେ ଜଣେ ଖାଣ୍ଟି ରାଷ୍ଟ୍ରବାଦୀ। ସେ କେବଳ ଚାଇନାର ନାମ ନେଉ ନ ଥିଲେ, ବରଂ ତାଙ୍କ ସୁନାର ଭାରତର କିଛି ବି ଜାଗା ଚାଇନା ହାତକୁ ଟେକି ନ ଦେବା ଲାଗି ତା’ସହ ଯୁଦ୍ଧ କରିଥିଲେ। ୧୪ ନଭେମ୍ବର,୨୦୧୯ରେ ଅନୁଷ୍ଠିତ ରାମନାଥ ଗୋଏଙ୍କା ବକ୍ତୃତାରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ ଯେ, ୧୯୬୦ରେ ଝୋଓ ଏନ୍‌ଲାଇ ଭାରତ ଗସ୍ତରେ ଆସିଥିବାବେଳେ ନେହେରୁ ସୀମା ବିବାଦ ପ୍ରସ୍ତାବକୁ ଗ୍ରହଣ କରିବା ଉଚିତ ହୋଇଥା’ନ୍ତା। ଏ ପ୍ରସ୍ତାବ କ’ଣ ଥିଲା? କାରାକୋରମ ରେଞ୍ଜକୁ ସୀମା ଭାବେ ଗ୍ରହଣ କରିଥାଆନ୍ତେ! ବାସ୍ତବରେ ଏହାହିଁ ଆଜିର ଲାଇନ ଅଫ୍‌ କଣ୍ଟ୍ରୋଲ। କିନ୍ତୁ ନେହେରୁ ଏହାକୁ ଗ୍ରହଣ କରି ନ ଥିଲେ। ସେ ତିବ୍ବତର ବହୁ ଆଗକୁ ସୀମା ଭାବେ ଚାହଁିଥିଲେ। ଏଥିପାଇଁ ସେ ଯୁଦ୍ଧକୁ ଓହ୍ଲାଇଥିଲେ। ନେହେରୁ ହାରିଯାଇପାରିଥାଆନ୍ତି, କିନ୍ତୁ ସେ ଭାରତର ଦାବିକୁ ଛାଡ଼ି ନ ଥିଲେ। କିନ୍ତୁ ମୋଦିଙ୍କ କ୍ଷେତ୍ରରେ ଏଭଳି ଦେଖାଯାଇନାହିଁ। ସେ କେବଳ ଆମ ଦାବିକୁ ଛାଡିନାହାନ୍ତି, ବରଂ ଚାଇନା ଭୟରେ ତା’ନାମ ଧରିବାକୁ ଚାହଁୁନାହାନ୍ତି। ଭାଜପା ଓ ହିନ୍ଦୁତ୍ୱ ନେହେରୁଙ୍କୁ ଘୃଣା କରିବାର ଏହା ହେଉଛି ଦ୍ୱିତୀୟ କାରଣ।
ଦେଶ ପାଇଁ ନେହେରୁ କିଭଳି ଠିଆ ହୋଇଥିଲେ ଓ କ’ଣ ସବୁ କରିଥିଲେ ତାହା ନ ବୁଝିଶୁଝି ତାଙ୍କ ନାମକୁ ଏବେ ଅତି ହାଲୁକା ଭାବେ ବ୍ୟବହାର କରାଯାଉଛି। କାରଣ ସରଳରେ ଆମେ ତାଙ୍କ ବିଚାରଧାରକୁ ଠିକ୍‌ ଭାବେ ବୁଝିପାରିନୁ। ଭୁଶୁଡି ପଡିଥିବା ଆର୍ଥିକ ସ୍ଥିତି ଏବଂ ଜାତୀୟ ସୁରକ୍ଷାର ବିଫଳତା ଭଳି ପରିସ୍ଥିତିକୁ ଲକ୍ଷ୍ୟ କରି ଆମେ କହିପାରିବା ଯେ ଯାହାସବୁ ଏବେ ଘଟିଛି ତା’ଠାରୁ ନେହେରୁଙ୍କ ସମୟ ବହୁତ ଭଲ ଥିଲା। କେବଳ ଏତିକି ନୁହେଁ,ନେହେରୁ ଥିଲେ ଆଧୁନିକତାର ବିନ୍ଧାଣି। ୫୫ ବର୍ଷ ପୂର୍ବରୁ ତାଙ୍କ ଦେହାବସାନ ହେଲାଣି, କିନ୍ତୁ ତାଙ୍କ କଥା ଲୋକମୁଖରେ ରହିଛି ଏବଂ ଆମ ଚାରି ପାଖରେ ତାଙ୍କ ଶାସନ କାଳର ସ୍ବାକ୍ଷର ଶୋଭା ପାଉଛି। କହିଲେ ଦେଖି, ଏବେକାର ପ୍ରଧାନମନ୍ତ୍ରୀଙ୍କ ସମେତ କେତେ ଜଣ ପ୍ରଧାନମନ୍ତ୍ରୀ ଏଭଳି କହିପାରିବେ?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri