ଶ୍ରୀମୟୀଙ୍କୁ ନେଇ ବ୍ୟସ୍ତ ହୋଇପଡ଼ିଛି ବିଜେଡି

ଭୁବନେଶ୍ୱର, ୨୫।୯(ସୁନିତ୍‌ ମିଶ୍ର): ଶ୍ରୀମୟୀଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଏହି ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଶ୍ରୀମୟୀଙ୍କ ଭୁଲ୍‌ ଦର୍ଶାଇବାକୁ ଯାଇ ଦଳର କେତେଜଣ ନେତାଙ୍କ ପକ୍ଷରୁ ଟାର୍ଗେଟ କରାଯାଉଛି। ନିର୍ବାଚନ ପରେ ସେ ଦଳରେ ଥିଲେ ବୋଲି ଦେଖାଇବାକୁ ତାଙ୍କର ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଛି। ଅନ୍ୟପଟେ ଶ୍ରୀମୟୀ ସାମାଜିକ ଗଣମାଧ୍ୟମରେ ପୁଣିଥରେ ଦଳର ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ଶ୍ରୀମୟୀଙ୍କୁ ନେଇ ଦଳ ବ୍ୟସ୍ତ ହୋଇପଡ଼ିଥିବା ବହୁ ବରିଷ୍ଠ ନେତା ଚର୍ଚ୍ଚା ଆଲୋଚନା ଚଳାଇଛନ୍ତି।

ଶ୍ରୀମୟୀ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ଗତବର୍ଷ ଦଳ ଭିତରେ ସେ ଅସନ୍ତୁଷ୍ଟ ଥିଲେ ଏବଂ କୌଣସି ପଦପଦବୀ ଗ୍ରହଣ କରି ନ ଥିଲେ ବୋଲି ବର୍ତ୍ତମାନ ସ୍ବୀକାର କରୁଛନ୍ତି। ପ୍ରମିଳା ମଲ୍ଲିକ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି କେତେଜଣ ଗତ ୧୦ ଦିନରେ ଅନେକ କଥା ତାଙ୍କ ବାବଦରେ କହିବା ସହ ୟୁଟର୍ନ କଲେଣି, ତା’ର ତର୍ଜମା ରାଜ୍ୟବାସୀ କରିବେ। ୨୦୨୪ରୁ ବାରମ୍ବାର ସେ ଆତ୍ମସମ୍ମାନ ଓ ସ୍ବାଭିମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଥିଲେ, ଯାହାକୁ ଦଳରେ ପିତୃତୁଲ୍ୟ ମାନୁଥିଲେ ସେତେବେଳେ ତାଙ୍କ ନୀରବତା ନିରାଶ କଲା। ଯେଉଁଦିନ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କୁ ସୂର୍ପଣଖା କହି ସମ୍ବୋଧିତ କଲେ, ଦଳୀୟ ବିଧାୟକ ଏବଂ ଅନ୍ୟ ସଦସ୍ୟମାନେ ଅପଶବ୍ଦ ବ୍ୟବହାର କରି କହିଲେ, ସେହି ବିଷୟରେ ଦଳର କେତେଜଣଙ୍କୁ କହିବା ସତ୍ତ୍ୱେ ସମସ୍ତେ ଚୁପ୍‌ ରହିଲେ। କେବଳ ପୂର୍ବତନ ବିଧାୟିକା ଉଷା ଦେବୀ ତାଙ୍କୁ ନେଇ ନବୀନ ନିବାସ ଯାଇଥିଲେ। ସବୁ କଥା ଦଳର ସଭାପତି ଶୁଣିବା ପରେ ପଦେ କହିଲେ ‘ଇଟ୍‌ ହାପେନ୍ସ ଇନ୍‌ ପଲିଟିକ୍ସ’। ଯଦି ଏଭଳି ଘଟଣା ତାଙ୍କ ସହ ହୋଇଥାଆନ୍ତା ଆଉ ସେ ତାଙ୍କ ବାପାଙ୍କୁ ଜଣାଇ ଥାଆନ୍ତେ କ’ଣ ଏଭଳି ଉତ୍ତର ଆସିଥାଆନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ସେ ତାଙ୍କ ସଦସ୍ୟତା ନବୀକରଣ କରିନାହାନ୍ତି କି କୌଣସି କାର୍ଯ୍ୟକ୍ରମରେ ଗଲେ ନାହିଁ। ଯଦି ଦଳ କହୁଛି ତାଙ୍କର ସଦସ୍ୟତା ରହିଛି ତେବେ ତାକୁ ସାର୍ବଜନୀନ କରାନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ଦଳକୁ କେତେ ଲୋକ ଆସିବେ ଆଉ ଯିବେ। ଯିଏ ବିଶୃଙ୍ଖଳା କରିବ ସେ ବିଦା ହେବ। ସେ ମ୍ୟାଡାମ୍‌ କ’ଣ କି। ସେଭଳି ଲୋକ ବିଜେଡିରେ କେତେ ଅଛନ୍ତି। ଜଣଙ୍କ ପାଇଁ କାହିଁକି ଏତେ ଚର୍ଚ୍ଚା ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ଖବରଦାତା ସମ୍ମିଳନୀ କରି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଶ୍ରୀମୟୀଙ୍କ ମନ୍ତବ୍ୟ ମିଥ୍ୟା। ସେ ଜଣେ ଅଭ୍ୟାସଗତ ମିଛୁଆ। ବିଜେଡି ହେଉଛି ଭାରତର ସଫଳତମ ରାଜନୈତିକ ଦଳ। ଶୃଙ୍ଖଳା ଭଙ୍ଗକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଏ। ଗତ ବର୍ଷକ ଭିତରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେଇ ବକ୍ତବ୍ୟ ରଖିଛନ୍ତି। ଦଳର ନେତୃତ୍ୱ ଓ କାର୍ଯ୍ୟକ୍ରମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। କୌଣସି ସମୟରେ ସେ ଦଳରେ ନାହାନ୍ତି ବୋଲି ମନ୍ତବ୍ୟ ରଖିନାହାନ୍ତି। ମଙ୍ଗଳବାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଦଳ ନିଲମ୍ବନ କରିବା ପରେ ସେ ବିଜେଡିରେ ନାହାନ୍ତି ବୋଲି ମନ୍ତବ୍ୟ ଦେବା ଡାହା ମିଛ ବୋଲି ସ୍ନେହାଙ୍ଗିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri