ଶ୍ରୀମୟୀଙ୍କୁ ନେଇ ବ୍ୟସ୍ତ ହୋଇପଡ଼ିଛି ବିଜେଡି

ଭୁବନେଶ୍ୱର, ୨୫।୯(ସୁନିତ୍‌ ମିଶ୍ର): ଶ୍ରୀମୟୀଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଏହି ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଶ୍ରୀମୟୀଙ୍କ ଭୁଲ୍‌ ଦର୍ଶାଇବାକୁ ଯାଇ ଦଳର କେତେଜଣ ନେତାଙ୍କ ପକ୍ଷରୁ ଟାର୍ଗେଟ କରାଯାଉଛି। ନିର୍ବାଚନ ପରେ ସେ ଦଳରେ ଥିଲେ ବୋଲି ଦେଖାଇବାକୁ ତାଙ୍କର ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଛି। ଅନ୍ୟପଟେ ଶ୍ରୀମୟୀ ସାମାଜିକ ଗଣମାଧ୍ୟମରେ ପୁଣିଥରେ ଦଳର ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ଶ୍ରୀମୟୀଙ୍କୁ ନେଇ ଦଳ ବ୍ୟସ୍ତ ହୋଇପଡ଼ିଥିବା ବହୁ ବରିଷ୍ଠ ନେତା ଚର୍ଚ୍ଚା ଆଲୋଚନା ଚଳାଇଛନ୍ତି।

ଶ୍ରୀମୟୀ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ଗତବର୍ଷ ଦଳ ଭିତରେ ସେ ଅସନ୍ତୁଷ୍ଟ ଥିଲେ ଏବଂ କୌଣସି ପଦପଦବୀ ଗ୍ରହଣ କରି ନ ଥିଲେ ବୋଲି ବର୍ତ୍ତମାନ ସ୍ବୀକାର କରୁଛନ୍ତି। ପ୍ରମିଳା ମଲ୍ଲିକ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି କେତେଜଣ ଗତ ୧୦ ଦିନରେ ଅନେକ କଥା ତାଙ୍କ ବାବଦରେ କହିବା ସହ ୟୁଟର୍ନ କଲେଣି, ତା’ର ତର୍ଜମା ରାଜ୍ୟବାସୀ କରିବେ। ୨୦୨୪ରୁ ବାରମ୍ବାର ସେ ଆତ୍ମସମ୍ମାନ ଓ ସ୍ବାଭିମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଥିଲେ, ଯାହାକୁ ଦଳରେ ପିତୃତୁଲ୍ୟ ମାନୁଥିଲେ ସେତେବେଳେ ତାଙ୍କ ନୀରବତା ନିରାଶ କଲା। ଯେଉଁଦିନ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କୁ ସୂର୍ପଣଖା କହି ସମ୍ବୋଧିତ କଲେ, ଦଳୀୟ ବିଧାୟକ ଏବଂ ଅନ୍ୟ ସଦସ୍ୟମାନେ ଅପଶବ୍ଦ ବ୍ୟବହାର କରି କହିଲେ, ସେହି ବିଷୟରେ ଦଳର କେତେଜଣଙ୍କୁ କହିବା ସତ୍ତ୍ୱେ ସମସ୍ତେ ଚୁପ୍‌ ରହିଲେ। କେବଳ ପୂର୍ବତନ ବିଧାୟିକା ଉଷା ଦେବୀ ତାଙ୍କୁ ନେଇ ନବୀନ ନିବାସ ଯାଇଥିଲେ। ସବୁ କଥା ଦଳର ସଭାପତି ଶୁଣିବା ପରେ ପଦେ କହିଲେ ‘ଇଟ୍‌ ହାପେନ୍ସ ଇନ୍‌ ପଲିଟିକ୍ସ’। ଯଦି ଏଭଳି ଘଟଣା ତାଙ୍କ ସହ ହୋଇଥାଆନ୍ତା ଆଉ ସେ ତାଙ୍କ ବାପାଙ୍କୁ ଜଣାଇ ଥାଆନ୍ତେ କ’ଣ ଏଭଳି ଉତ୍ତର ଆସିଥାଆନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ସେ ତାଙ୍କ ସଦସ୍ୟତା ନବୀକରଣ କରିନାହାନ୍ତି କି କୌଣସି କାର୍ଯ୍ୟକ୍ରମରେ ଗଲେ ନାହିଁ। ଯଦି ଦଳ କହୁଛି ତାଙ୍କର ସଦସ୍ୟତା ରହିଛି ତେବେ ତାକୁ ସାର୍ବଜନୀନ କରାନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ଦଳକୁ କେତେ ଲୋକ ଆସିବେ ଆଉ ଯିବେ। ଯିଏ ବିଶୃଙ୍ଖଳା କରିବ ସେ ବିଦା ହେବ। ସେ ମ୍ୟାଡାମ୍‌ କ’ଣ କି। ସେଭଳି ଲୋକ ବିଜେଡିରେ କେତେ ଅଛନ୍ତି। ଜଣଙ୍କ ପାଇଁ କାହିଁକି ଏତେ ଚର୍ଚ୍ଚା ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ଖବରଦାତା ସମ୍ମିଳନୀ କରି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଶ୍ରୀମୟୀଙ୍କ ମନ୍ତବ୍ୟ ମିଥ୍ୟା। ସେ ଜଣେ ଅଭ୍ୟାସଗତ ମିଛୁଆ। ବିଜେଡି ହେଉଛି ଭାରତର ସଫଳତମ ରାଜନୈତିକ ଦଳ। ଶୃଙ୍ଖଳା ଭଙ୍ଗକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଏ। ଗତ ବର୍ଷକ ଭିତରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେଇ ବକ୍ତବ୍ୟ ରଖିଛନ୍ତି। ଦଳର ନେତୃତ୍ୱ ଓ କାର୍ଯ୍ୟକ୍ରମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। କୌଣସି ସମୟରେ ସେ ଦଳରେ ନାହାନ୍ତି ବୋଲି ମନ୍ତବ୍ୟ ରଖିନାହାନ୍ତି। ମଙ୍ଗଳବାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଦଳ ନିଲମ୍ବନ କରିବା ପରେ ସେ ବିଜେଡିରେ ନାହାନ୍ତି ବୋଲି ମନ୍ତବ୍ୟ ଦେବା ଡାହା ମିଛ ବୋଲି ସ୍ନେହାଙ୍ଗିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri