Posted inଖେଳ

ବୋଲିଂ ହେଉ ଅବା ଲେଖାଲେଖି, ସବୁ ଡାହାଣହାତରେ କରୁଥିଲେ ଗାଙ୍ଗୁଲି…ଜାଣନ୍ତୁ କିଭଳି ପାଲଟିଲେ ବାମହାତୀ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୮।୭: ଭାରତର ପୂର୍ବତନ ଅଧିନାୟକ, ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଜି ୪୯ତମ ଜନ୍ମଦିନ। ପ୍ରଶଂସକଙ୍କ ମଧ୍ୟରେ ସେ ‘ଦାଦା’, ‘କୋଲକାତାର ପ୍ରିନ୍ସ’ ଭାବେ ଜଣାଶୁଣା। ସେ ଏପରି ଜଣେ ଅଧିନାୟକ ଥିଲେ ଯିଏ ପଡ଼ିଆରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିଲେ। ବିଶେଷକରି ଜଣେ ଡାହାଣହାତି ଖେଳାଳି ହୋଇଥିଲେ ହେଁ ବାମ ହାତରେ ବ୍ୟାଟିଂ କରୁଥିଲେ। ଏହା ପଛର କାହାଣୀ ନିଆରା ଥିଲା।

ଗାଙ୍ଗୁଲି ଯେତେବେଳେ ଫିଲ୍ଡିଂ କରୁଥିଲେ ସେ ଡାହାଣହାତରେ କରୁଥିଲେ। ବୋଲିଂ ସେହିଭଳି ଡାହାଣ ହାତରେ କରୁଥିଲେ। ଲେଖିବା ବେଳେ ମଧ୍ୟ ଡାହାଣ ହାତରେ ଲେଖୁଥିଲେ। ହେଲେ ବ୍ୟାଟିଂ ସବୁବେଳେ ସେ ବାମହାତରେ କରୁଥିଲେ। ଆପଣ କହିପାରନ୍ତି ଯେ ଏଭଳି ଅନେକ ଖେଳାଳି କରନ୍ତି। ମାତ୍ର ଦାଦାଙ୍କ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେବା ପଛର କାହାଣୀ ଭିନ୍ନ ଥିଲା।

ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ପଶ୍ଚିମବଙ୍ଗର ଜଣେ ଜଣାଶୁଣା କ୍ରିକେଟର ଥିଲେ। ଯେତେବେଳେ ସୌରଭ ଦଶମ ଶ୍ରେଣୀରେ ପଢ଼ୁଥିଲେ ତାଙ୍କୁ କ୍ରିକେଟ ଏକାଡେମୀରେ ଭର୍ତ୍ତି କରାଯାଇଥିଲା। ସେ ଡାହାଣହାତୀ ଖେଳାଳି ଥିଲେ କିନ୍ତୁ ଭାଇଙ୍କ କ୍ରିକେଟ ଉପକରଣ ବ୍ୟବହାର କରିବା ଲାଗି ବାମହାତରେ ବ୍ୟାଟିଂ କରିବା ଶିଖିଥିଲେ। ସ୍ନେହାଶିଷ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଥିବା ବେଳେ ଧିରେ ଧିରେ ତାଙ୍କ ସାମଗ୍ରୀ ବ୍ୟବହାର କରି ସୌରଭ ମଧ୍ୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ…

ଦୋଳିରେ ବସି ମଜା ନେଉଥିଲେ ଲୋକେ, ହଠାତ୍‌ ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା, ଆଉ ତା’ ପରେ…

ଚଣ୍ଡିଗଡ଼,୮ା୨: ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri