Posted inଖେଳ

ବୋଲିଂ ହେଉ ଅବା ଲେଖାଲେଖି, ସବୁ ଡାହାଣହାତରେ କରୁଥିଲେ ଗାଙ୍ଗୁଲି…ଜାଣନ୍ତୁ କିଭଳି ପାଲଟିଲେ ବାମହାତୀ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୮।୭: ଭାରତର ପୂର୍ବତନ ଅଧିନାୟକ, ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଜି ୪୯ତମ ଜନ୍ମଦିନ। ପ୍ରଶଂସକଙ୍କ ମଧ୍ୟରେ ସେ ‘ଦାଦା’, ‘କୋଲକାତାର ପ୍ରିନ୍ସ’ ଭାବେ ଜଣାଶୁଣା। ସେ ଏପରି ଜଣେ ଅଧିନାୟକ ଥିଲେ ଯିଏ ପଡ଼ିଆରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିଲେ। ବିଶେଷକରି ଜଣେ ଡାହାଣହାତି ଖେଳାଳି ହୋଇଥିଲେ ହେଁ ବାମ ହାତରେ ବ୍ୟାଟିଂ କରୁଥିଲେ। ଏହା ପଛର କାହାଣୀ ନିଆରା ଥିଲା।

ଗାଙ୍ଗୁଲି ଯେତେବେଳେ ଫିଲ୍ଡିଂ କରୁଥିଲେ ସେ ଡାହାଣହାତରେ କରୁଥିଲେ। ବୋଲିଂ ସେହିଭଳି ଡାହାଣ ହାତରେ କରୁଥିଲେ। ଲେଖିବା ବେଳେ ମଧ୍ୟ ଡାହାଣ ହାତରେ ଲେଖୁଥିଲେ। ହେଲେ ବ୍ୟାଟିଂ ସବୁବେଳେ ସେ ବାମହାତରେ କରୁଥିଲେ। ଆପଣ କହିପାରନ୍ତି ଯେ ଏଭଳି ଅନେକ ଖେଳାଳି କରନ୍ତି। ମାତ୍ର ଦାଦାଙ୍କ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେବା ପଛର କାହାଣୀ ଭିନ୍ନ ଥିଲା।

ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ପଶ୍ଚିମବଙ୍ଗର ଜଣେ ଜଣାଶୁଣା କ୍ରିକେଟର ଥିଲେ। ଯେତେବେଳେ ସୌରଭ ଦଶମ ଶ୍ରେଣୀରେ ପଢ଼ୁଥିଲେ ତାଙ୍କୁ କ୍ରିକେଟ ଏକାଡେମୀରେ ଭର୍ତ୍ତି କରାଯାଇଥିଲା। ସେ ଡାହାଣହାତୀ ଖେଳାଳି ଥିଲେ କିନ୍ତୁ ଭାଇଙ୍କ କ୍ରିକେଟ ଉପକରଣ ବ୍ୟବହାର କରିବା ଲାଗି ବାମହାତରେ ବ୍ୟାଟିଂ କରିବା ଶିଖିଥିଲେ। ସ୍ନେହାଶିଷ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଥିବା ବେଳେ ଧିରେ ଧିରେ ତାଙ୍କ ସାମଗ୍ରୀ ବ୍ୟବହାର କରି ସୌରଭ ମଧ୍ୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri