ଏନ୍‌ପିଏ ସ୍ଥିତି ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ; ପ୍ରମୋଟରଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି କାହିଁକି ରଖାଯାଉନାହିଁ

ନୂଆଦିଲ୍ଲୀ,୨୧।୭: ବର୍ତ୍ତମାନ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିଯୋଗୁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଏନ୍‌ପିଏ ଉପରେ ଏକ ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ମଙ୍ଗଳବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏନ୍‌ପିଏ ଯୋଗୁ ଶହ ଶହ କୋଟି ଟଙ୍କା କ୍ଷତି ସହୁଛନ୍ତି। ଉକ୍ତ ପ୍ରସଙ୍ଗକୁ ଗୁରୁତର ସହ ବିଚାର କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ବଡ଼ ବଡ଼ କର୍ପୋରେଟ୍‌ର ମଙ୍ଗ ସମ୍ଭାଳିଥିବା ପ୍ରମୋଟରଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି କାହିଁକି ରଖାଯାଉନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।
ଜଷ୍ଟିସ୍‌ ଆର୍‌.ଏଫ୍‌.ନରିମାନ, ଜଷ୍ଟିସ୍‌ ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରୁଛନ୍ତି। ସୌରଭ ଜୈନ ଏବଂ ରାହୁଲ ଶର୍ମା ବ୍ୟାଙ୍କରେ ବୃଦ୍ଧି ହେଉଥିବା ଏନ୍‌ପିଏକୁ ନେଇ ଦାୟର କରିଥିବା ଏକ ପିଟିଶନ ଉପରେ ଖଣ୍ଡପୀଠ ଶୁଣାଣିକରି ଅର୍ଥ ମନ୍ତ୍ରଣାଳୟକୁ ଏ ପ୍ରସଙ୍ଗରେ ଶୀଘ୍ର ପକ୍ଷ ରଖିବାକୁ ନିର୍ଦ୍ଦେଶରେ କହିଛନ୍ତି। ଅର୍ଥ ମନ୍ତ୍ରଣାଳୟର ସାମ୍ନାରେ ଏଥିଲାଗି ଏକ ପ୍ରତିନିଧି ମଣ୍ଡଳୀ ପଠାଇବା ଲାଗି ସୁପ୍ରିମକୋଟି ପିଟିଶନକାରୀଙ୍କୁ କହିଛନ୍ତି। ମାମଲାଟି ଶୁଣାଣି ଲାଗି ସୋମବାର ଆସିଥିବା ଜଣାପଡିଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହାକୁ ଅର୍ଥ ମନ୍ତ୍ରଣାଳୟ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ନ୍ୟାୟାଳୟ କହିଛନ୍ତି। ଏହି ମାମଲାରେ ୧୧୫ ପୃଷ୍ଠା ବିଶିଷ୍ଟ ରିଟ୍‌ ପିଟିଶନକୁ ବିଚାର କରିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟକ୍ତିଗତ ଗ୍ୟାରେଣ୍ଟି ନେଇ ଏକ ସର୍କୁଲାର ଜାରି କରାଯାଇଥିଲା। ହେଲେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହାକୁ ଠିକ୍‌ ଭାବେ ପାଳନ ନ କରି ବ୍ୟକ୍ତିଗତ ଗ୍ୟାରେଣ୍ଟି ରଖୁନାହାନ୍ତି। ଫଳରେ ଏନ୍‌ପିଏ ସ୍ଥିତି ଯୋଗୁ ବ୍ୟାଙ୍କ ବୃହତ୍‌ ପରିମାଣର କ୍ଷତି ସହୁଥିବା ଖଣ୍ଡପୀଠ ନିର୍ଦ୍ଦେଶରେ କହିଛନ୍ତି।
ପିଟିଶନରଙ୍କ ପକ୍ଷରୁ ବରିଷ୍ଟ ଆଇନଜୀବୀ ମନନ ମିଶ୍ର ଏବଂ ଆଇନଜୀବୀ ଦୁର୍ଗା ଦତ୍ତ ମାମଲା ଲଢୁଛନ୍ତି। ପିଟିଶନରେ କୁହାଯାଇଛି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଗୋଟିଏ ଆର୍ଥତ୍କ ବର୍ଷରେ ୧.୮୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଡ଼ ବଡ଼ କର୍ପୋରେଟ ଋଣ ଖିଲାପୀ କରିଲେ ମଧ୍ୟ ବ୍ୟାଙ୍କଗୁଡ଼ିକୁ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ବ୍ୟକ୍ତିଗତ ଗ୍ୟାରେଣ୍ଟି ରଖାଯାଇ ପାରିନାହିଁ। କେନ୍ଦ୍ର ସରକାରଙ୍କ ସର୍କୁଲାରକୁ ବ୍ୟାଙ୍କ ମାନୁ ନ ଥିବାରୁ ପ୍ରଥମେ ମନ୍ତ୍ରଣାଳୟକୁ ଉତ୍ତରଦାୟୀ କରିବା ସହ ପକ୍ଷ ଲୋଡ଼ାଯାଇଥିବା ଖଣ୍ଡପୀଠ କହିଛନ୍ତି। ଜଣେ ସାଧାରଣ ଲୋକ ଋଣ ନେଲେ ତାଙ୍କଠାରୁ ଋଣ ଅସୁଲ କରିବା ଲାଗି ବ୍ୟାଙ୍କ ଯେକୌଣସି ପନ୍ଥା ଆପଣାଇ ନେଉଛନ୍ତି ହେଲେ ବଡ଼ କର୍ପୋରେଟ କ୍ଷେତ୍ରରେ ଏଭଳି ଦେଖାଯାଇ ନ ଥାଏ ବୋଲି ଆବେଦନରେ କୁହାଯାଇଛି। ଏ ସମ୍ପର୍କରେ ମନ୍ତ୍ରଣାଳୟକୁ ଅବଗତ କରାଯାଇଥିବା ବେଳେ ସେଠାରୁ ପିଟିଶନ କରିଥିବା ବ୍ୟକ୍ତି ଉତ୍ତର ଲୋଡ଼ିପାରିବେ, ତା’ ପରେ ଯାଇ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ସର୍ବୋଚ୍ଚ ନ୍ୟାୟାଳୟରୁ ରିଟ୍‌ ପିଟିଶନକୁ ଉଠାଇ ନିଆଯାଇପାରେ। ଅର୍ଥ ମନ୍ତ୍ରଣାଳୟ ସାମ୍ନାରେ ଆଗାମୀ ୨ ସପ୍ତାହ ମଧ୍ୟରେ ଏକ ପ୍ରତିନିଧି ମଣ୍ଡଳୀ ପଠାଯାଇପାରେ। ୪ ସପ୍ତାହ ମଧ୍ୟରେ ଏହାର ଉତ୍ତର ମନ୍ତ୍ରଣାଳୟ ରଖିପାରିବ। ମନ୍ତ୍ରଣାଳୟ କିଭଳି ଉତ୍ତର ରଖୁଛି ସେହି ଆଧାରରେ ପିଟିଶନର ପୁଣି ଥରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ପାରିବେ। ଦ୍ୱାର ସବୁବେଳେ ଖୋଲା ରହିଛି ବୋଲି ଜଷ୍ଟିସ୍‌ ନରିମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri