ଏନ୍‌ପିଏ ସ୍ଥିତି ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ; ପ୍ରମୋଟରଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି କାହିଁକି ରଖାଯାଉନାହିଁ

ନୂଆଦିଲ୍ଲୀ,୨୧।୭: ବର୍ତ୍ତମାନ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିଯୋଗୁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଏନ୍‌ପିଏ ଉପରେ ଏକ ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ମଙ୍ଗଳବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏନ୍‌ପିଏ ଯୋଗୁ ଶହ ଶହ କୋଟି ଟଙ୍କା କ୍ଷତି ସହୁଛନ୍ତି। ଉକ୍ତ ପ୍ରସଙ୍ଗକୁ ଗୁରୁତର ସହ ବିଚାର କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ବଡ଼ ବଡ଼ କର୍ପୋରେଟ୍‌ର ମଙ୍ଗ ସମ୍ଭାଳିଥିବା ପ୍ରମୋଟରଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି କାହିଁକି ରଖାଯାଉନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।
ଜଷ୍ଟିସ୍‌ ଆର୍‌.ଏଫ୍‌.ନରିମାନ, ଜଷ୍ଟିସ୍‌ ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରୁଛନ୍ତି। ସୌରଭ ଜୈନ ଏବଂ ରାହୁଲ ଶର୍ମା ବ୍ୟାଙ୍କରେ ବୃଦ୍ଧି ହେଉଥିବା ଏନ୍‌ପିଏକୁ ନେଇ ଦାୟର କରିଥିବା ଏକ ପିଟିଶନ ଉପରେ ଖଣ୍ଡପୀଠ ଶୁଣାଣିକରି ଅର୍ଥ ମନ୍ତ୍ରଣାଳୟକୁ ଏ ପ୍ରସଙ୍ଗରେ ଶୀଘ୍ର ପକ୍ଷ ରଖିବାକୁ ନିର୍ଦ୍ଦେଶରେ କହିଛନ୍ତି। ଅର୍ଥ ମନ୍ତ୍ରଣାଳୟର ସାମ୍ନାରେ ଏଥିଲାଗି ଏକ ପ୍ରତିନିଧି ମଣ୍ଡଳୀ ପଠାଇବା ଲାଗି ସୁପ୍ରିମକୋଟି ପିଟିଶନକାରୀଙ୍କୁ କହିଛନ୍ତି। ମାମଲାଟି ଶୁଣାଣି ଲାଗି ସୋମବାର ଆସିଥିବା ଜଣାପଡିଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହାକୁ ଅର୍ଥ ମନ୍ତ୍ରଣାଳୟ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ନ୍ୟାୟାଳୟ କହିଛନ୍ତି। ଏହି ମାମଲାରେ ୧୧୫ ପୃଷ୍ଠା ବିଶିଷ୍ଟ ରିଟ୍‌ ପିଟିଶନକୁ ବିଚାର କରିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟକ୍ତିଗତ ଗ୍ୟାରେଣ୍ଟି ନେଇ ଏକ ସର୍କୁଲାର ଜାରି କରାଯାଇଥିଲା। ହେଲେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହାକୁ ଠିକ୍‌ ଭାବେ ପାଳନ ନ କରି ବ୍ୟକ୍ତିଗତ ଗ୍ୟାରେଣ୍ଟି ରଖୁନାହାନ୍ତି। ଫଳରେ ଏନ୍‌ପିଏ ସ୍ଥିତି ଯୋଗୁ ବ୍ୟାଙ୍କ ବୃହତ୍‌ ପରିମାଣର କ୍ଷତି ସହୁଥିବା ଖଣ୍ଡପୀଠ ନିର୍ଦ୍ଦେଶରେ କହିଛନ୍ତି।
ପିଟିଶନରଙ୍କ ପକ୍ଷରୁ ବରିଷ୍ଟ ଆଇନଜୀବୀ ମନନ ମିଶ୍ର ଏବଂ ଆଇନଜୀବୀ ଦୁର୍ଗା ଦତ୍ତ ମାମଲା ଲଢୁଛନ୍ତି। ପିଟିଶନରେ କୁହାଯାଇଛି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଗୋଟିଏ ଆର୍ଥତ୍କ ବର୍ଷରେ ୧.୮୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଡ଼ ବଡ଼ କର୍ପୋରେଟ ଋଣ ଖିଲାପୀ କରିଲେ ମଧ୍ୟ ବ୍ୟାଙ୍କଗୁଡ଼ିକୁ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ବ୍ୟକ୍ତିଗତ ଗ୍ୟାରେଣ୍ଟି ରଖାଯାଇ ପାରିନାହିଁ। କେନ୍ଦ୍ର ସରକାରଙ୍କ ସର୍କୁଲାରକୁ ବ୍ୟାଙ୍କ ମାନୁ ନ ଥିବାରୁ ପ୍ରଥମେ ମନ୍ତ୍ରଣାଳୟକୁ ଉତ୍ତରଦାୟୀ କରିବା ସହ ପକ୍ଷ ଲୋଡ଼ାଯାଇଥିବା ଖଣ୍ଡପୀଠ କହିଛନ୍ତି। ଜଣେ ସାଧାରଣ ଲୋକ ଋଣ ନେଲେ ତାଙ୍କଠାରୁ ଋଣ ଅସୁଲ କରିବା ଲାଗି ବ୍ୟାଙ୍କ ଯେକୌଣସି ପନ୍ଥା ଆପଣାଇ ନେଉଛନ୍ତି ହେଲେ ବଡ଼ କର୍ପୋରେଟ କ୍ଷେତ୍ରରେ ଏଭଳି ଦେଖାଯାଇ ନ ଥାଏ ବୋଲି ଆବେଦନରେ କୁହାଯାଇଛି। ଏ ସମ୍ପର୍କରେ ମନ୍ତ୍ରଣାଳୟକୁ ଅବଗତ କରାଯାଇଥିବା ବେଳେ ସେଠାରୁ ପିଟିଶନ କରିଥିବା ବ୍ୟକ୍ତି ଉତ୍ତର ଲୋଡ଼ିପାରିବେ, ତା’ ପରେ ଯାଇ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ସର୍ବୋଚ୍ଚ ନ୍ୟାୟାଳୟରୁ ରିଟ୍‌ ପିଟିଶନକୁ ଉଠାଇ ନିଆଯାଇପାରେ। ଅର୍ଥ ମନ୍ତ୍ରଣାଳୟ ସାମ୍ନାରେ ଆଗାମୀ ୨ ସପ୍ତାହ ମଧ୍ୟରେ ଏକ ପ୍ରତିନିଧି ମଣ୍ଡଳୀ ପଠାଯାଇପାରେ। ୪ ସପ୍ତାହ ମଧ୍ୟରେ ଏହାର ଉତ୍ତର ମନ୍ତ୍ରଣାଳୟ ରଖିପାରିବ। ମନ୍ତ୍ରଣାଳୟ କିଭଳି ଉତ୍ତର ରଖୁଛି ସେହି ଆଧାରରେ ପିଟିଶନର ପୁଣି ଥରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ପାରିବେ। ଦ୍ୱାର ସବୁବେଳେ ଖୋଲା ରହିଛି ବୋଲି ଜଷ୍ଟିସ୍‌ ନରିମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri