କାହିଁକି ସାନ ଭଉଣୀଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କିମ୍‌

ପ୍ୟୋଙ୍ଗୟାଙ୍ଗ,୨୧।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ପାଲଟି ଯାଇଛନ୍ତି। ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଭଉଣୀ କିମ୍‌ ୟୋ ଜୋଙ୍ଗଙ୍କୁ ତାଙ୍କ ଭାଇ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି। କିମଙ୍କ ଉପରେ ଏବେ ବହୁ ଗୁରୁଦାୟିତ୍ୱ ଥିବାରୁ ସେ ଏହାକୁ ହାଲ୍‌କା କରିବାକୁ ଯାଇ ଭଉଣୀଙ୍କୁ କିଛି ଦାୟିତ୍ୱ ଦେଇଦେଇଛନ୍ତି। ନ୍ୟାଶନାଲ ଆସେମ୍ଲିରେ ଏହାର ଘୋଷଣା ମଧ୍ୟ କରାଯାଇ ସାରିଛି। ଏହି ଘୋଷଣା ଅନୁଯାୟୀ ଏବେ ୟୋ ଜୋଙ୍ଗ ଉତ୍ତର କୋରିଆର ଅନ୍ତରାଷ୍ଟ୍ରୀୟ ନୀତି ଉପରେ ନଜର ରଖିବେ। ସୂଚନାଯୋଗ୍ୟ, ୨୬ ସେପ୍ଟେମ୍ବର ୧୯୮୭ରେ ଜନ୍ମ ନେଇଥିବା କିମ୍‌ ୟୋ ଜୋଙ୍ଗ କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କଠାରୁ ୪ ବର୍ଷ ସାନ। ସେ ଉତ୍ତର କୋରିଆର ସିନିୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢିବା ସହ ମିଲିଟାରୀ ୟୁନିଭର୍ସିଟିରେ ମଧ୍ୟ ଅଧ୍ୟୟନ କରିଛନ୍ତି। ଉଚ୍ଚଶିକ୍ଷା ପାଇଁ ସେ ସ୍ବିଜରଲାଣ୍ଡ ବି ଗସ୍ତ କରିଥିଲେ। ସେଠାରେ ସେ ଖୁବ୍‌ କମ୍‌ ସମୟ ଅଧ୍ୟୟନ କରିବା ପରେ ଘରକୁ ଫେରି ଆସିଥିଲେ। କୁହାଯାଏ ସେହି ସମୟରେ ସେ ନାଁ ପରିବର୍ତ୍ତନ କରି ରହୁଥିଲେ। ସେତେବେଳେ ବି ସେ କଡା ସୁରକ୍ଷା ମଧ୍ୟରେ ରହୁଥିଲେ। ଯେକିତିକି କିମଙ୍କ କୌଣସି କଥା ତାଙ୍କ ଦ୍ୱାରା ପଦାକୁ ନ ଆସୁ। ରାଜନୀତି ଓ ଗଣମାଧ୍ୟମଠାରୁ ବହୁ ହୂରରେ ରଖାଯାଉଥିଲା କିମ୍‌ ୟୋଙ୍କୁ। ପ୍ରଥମେ ସେ ତାଙ୍କ ପିତାଙ୍କ ସହ ୨୦୧୦ରେ ଓ୍ବାର୍କସ ପାର୍ଟି ଅଫ୍‌ କୋରିଆର କନଭେନଶନରେ ଯୋଗ ଦେଇଥିଲେ। ବିବାହର ମାତ୍ର ୫ ବର୍ଷ ପରେ କିମ୍‌ ୟୋଙ୍କ ସ୍ବାମୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ସେ ତାଙ୍କ ଭାଇଙ୍କ ସହ ମିଶି ସକ୍ରିୟ ରାଜନୀତିରେ ଦେଖାଦେଇଥିଲେ। କିମଙ୍କ ରାଜନୈତିକ ପରାମର୍ଶଦାତା ସହ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ମଧ୍ୟ ବହନ କରିଛନ୍ତି। ତେଣୁ କିମ୍‌ ଏବେ ତାଙ୍କ ସାନ ଭଉଣୀଙ୍କୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri