ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ କାହିଁକି, କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ୍‌ ତଲବ…

ଥିରୁଭାନନ୍ତପୁରମ୍‌,୯।୧୦: କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ସମ୍ପର୍କରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କୋଟ୍ଟାୟାମର ବାସିନ୍ଦା ଏମ୍‌. ପିଟର ଅଭିଯୋଗ କରିଛନ୍ତି ଯେ, ଟିକାକରଣ ପ୍ରମାଣପତ୍ର ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ବିନା ପ୍ରମାଣପତ୍ର ଦାବି କରିଛନ୍ତି। ଏହାର ଶୁଣାଣି କରି ବିଚାରପତି ପି.ବି ସୁରେଶ କୁମାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ମତାମତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଆମେରିକା, ଇଣ୍ଡୋନେସିଆ, ଇସ୍ରାଏଲ ଏବଂ ଜର୍ମାନୀ ସମେତ ବିଭିନ୍ନ ଦେଶର ଟିକାକରଣ ପ୍ରମାଣପତ୍ର ଦାଖଲ କରି ଦର୍ଶାଇଛନ୍ତି ଯେ ସମ୍ପୃକ୍ତ ଦେଶ ପ୍ରମାଣପତ୍ରରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରୁଛନ୍ତି। ସେସବୁ ପ୍ରମାଣପ୍ରତରେ ତାଙ୍କ ଦେଶର ସରକାରୀ ମୁଖ୍ୟଙ୍କ ଫଟୋ ଲଗା ଯାଇନାହିଁ। ଅନେକ ଦେଶ ଭ୍ରମଣ କରିଥିବା ଆବେଦନକାରୀ କହିଛନ୍ତି ଯେ ତାଙ୍କୁ ବିଭିନ୍ନ ସ୍ଥାନରେ ତାଙ୍କ ସହିତ ପ୍ରମାଣପତ୍ର ବହନ କରିବାକୁ ପଡିବ ଏବଂ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋଗ୍ରାଫର କୌଣସି ଉପଯୋଗୀତା କିମ୍ବା ପ୍ରାସଙ୍ଗିକତା ନାହିଁ। ଯଦି ସରକାର ସଶକ୍ତ ତେବେ ଲୋକମାନଙ୍କୁ ବିନା ଫଟୋରେ ସାର୍ଟିଫିକେଟ ବହନ କରିବାର ବିକଳ୍ପ ଦିଆଯାଇପାରିବ ବୋଲି ସେ କହିଛନ୍ତି।

ଆଇନଜୀବୀ ଅଜିତ ଜୟଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ଆବେଦନରେ ପିଟର କହିଛନ୍ତି ଯେ ମହାମାରୀ ବିରୋଧରେ ଲଢ଼େଇ ଏକ ଜନସମ୍ପର୍କ ତଥା ଗଣମାଧ୍ୟମ ଅଭିଯାନରେ ପରିଣତ ହୋଇଛି । ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରମାଣପତ୍ରରେ ଲଗାଇ ଏହାକୁ ଓ୍ବାନ୍‌ ମ୍ୟାନ୍‌ ଶୋ ଭାବେ ପ୍ରତିପାଦିତ କରିବା ଏବଂ ସମଗ୍ର ଅଭିଯାନରେ ଜଣେ ବ୍ୟକ୍ତିଙ୍କୁ ପ୍ରୋଜେକ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀଙ୍କ ଫଟୋ ବିନା ଟିକା ପ୍ରମାଣପତ୍ର ନେବାକୁ ତାଙ୍କର ସମସ୍ତ ଅଧିକାର ରହିଛି ବୋଲି ସେ କହିଛନ୍ତି।

ଆବେଦନରେ ଯୁକ୍ତି କରାଯାଇଛି ଯେ ଆବେଦନକାରୀଙ୍କ ବ୍ୟକ୍ତିଗତ ସ୍ଥାନରେ ଥିବା ଫଟୋଗ୍ରାଫ ଏକ ଅନାବଶ୍ୟକ ଅନୁପ୍ରବେଶ ଭଳି ମନେ ହେଉଛି। କେନ୍ଦ୍ର ସରକାର କିମ୍ବା ପ୍ରଧାନମନ୍ତ୍ରୀ କିଛି ବିଶେଷ କାର୍ଯ୍ୟ କରିଥିବାର ଦାବି କରିପାରିବେ ନାହିଁ, କାରଣ ଏହା ସେମାନଙ୍କର କର୍ତ୍ତବ୍ୟ। ଏହାପୂର୍ବରୁ କେନ୍ଦ୍ର ସରକାର ଫଟୋଗ୍ରାଫକୁ ସାର୍ଟିଫିକେଟରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ନେଇ କହିଥିଲେ ଯେ ଏହା ସାଧାରଣ ସଚେତନତା ଏବଂ କରୋନା ମାର୍ଗଦର୍ଶିକା ପାଳନକୁ ଦୃଷ୍ଟିରେ ରଖି କରାଯାଇଛି। ଦୁଇମାସ ପୂର୍ବେ ଯେତେବେଳେ ରାଜ୍ୟ ସଭାରେ ଏନେଇ ଏକ ପ୍ରଶ୍ନ ଉଠିଥିଲା, ସେତେବେଳେ ସ୍ବାସ୍ଥ୍ୟ ରାଷ୍ଠ୍ର ମନ୍ତ୍ରୀ ବିପି ପାୱାର କହଥିଲେ ଯେ ସଚେତନତା ସୃଷ୍ଟି କରିବା ଲାଗି ଏଭଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri