ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଶ୍ନୋଇ ଗ୍ୟାଙ୍ଗ? ପୁରା ଘଟଣାକ୍ରମକୁ ଜାଣନ୍ତୁ…

ବମ୍ବେ: ଜଣେ ବଲିଉଡ୍‌ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି ଏଣ୍ଡିଂ। ହେଲେ ଏଠି କାହାଣୀ ଫିଲ୍ମର ନୁହେଁ ବରଂ ଅସଲ ଜୀବନର। ଫଳରେ ଗ୍ୟାଙ୍ଗଷ୍ଟର ବିଶ୍ନୋଇର ଧମକକୁ ନେଇ ସଲମାନ ଖାନ୍‌ଙ୍କ ସହ ପରିବାର ଉପରେ ଚିନ୍ତାର କଳାବାଦଲ ଖେଳିଯାଇଛି। ନିକଟରେ ସଲମାନଙ୍କ ବନ୍ଧୁ ବାବା ସିଦ୍ଧକିଙ୍କୁ ଗୁଳି କରି ହତ୍ୟା କରିଦିଆଯାଇଛି। ଏହି ଘଟଣା ମୁମ୍ବାଇ ପୋଲିସ ପାଇ ବିଶ୍ନୋଇ ଗ୍ୟାଙ୍ଗ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।

ହାଜି ମସ୍ତାନଠାରୁ ଦାଉଦ ଇବ୍ରାହିମ ଭଳି ଗ୍ୟାଙ୍ଗଷ୍ଟରଙ୍କୁ ସାବାଡ କରିଥିବା ମୁମ୍ବାଇ ପୋଲିସ ଲରେନ୍ସର ଜାଲକୁ ଭେଦ କରିପାରୁନାହିଁ। ଜେଲରେ ଥିଲେ ହେଁ ବିଶ୍ନୋଇ ଟାର୍ଗେଟ କିଲିଂର ମାଷ୍ଟର। ପଞ୍ଜାବ ହେଉ ଅଥବା କାନାଡ଼ା, ସେ ଶାର୍ପ ସୁଟରଙ୍କ ଜରିଆରେ ଟାର୍ଗେଟ କରି ଜୀବନ ନେଇଥାଏ। ସଲମାନଙ୍କ କ୍ଷେତ୍ରରେ ଲରେନ୍ସର ବ୍ୟକ୍ତିଗତ ଶତ୍ରୁତା ରହିଛି, ଫଳରେ ବିପଦ ଅଧିକ ବୋଲି କୁହାଯାଉଛି।

ବିଖ୍ୟାତ ପଞ୍ଜାବୀ ଗାୟକ ସୁଦ୍ଧୁ ମୁସଓ୍ବୋଲାଙ୍କୁ ହତ୍ୟା ଏବଂ ସଲମାନଙ୍କ ଘର ବାହାରେ ଗୁଳିଚାଳନାରେ ଲରେନ୍ସର ହାତ ଥିବା ଜଣାପଡ଼ିଥିଲା। ଏବେ ବାବା ସିଦ୍ଧକିଙ୍କ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର ଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲେ ହେଁ ପୋଲିସ ତଦନ୍ତ ଜାରି ରଖିଛି। ଏମିତିରେ ପ୍ରଶ୍ନ ଉଠୁଛି ସଲମାନଙ୍କୁ ମାରିବାକୁ ଧମକ ଦେବା ପଛରେ କଣ କାରଣ ରହିଛି।

କିଛିଦିନ ଧରି ଲରେନ୍ସ ଏବଂ ସଲମାନଙ୍କ ମଧ୍ୟରେ ବିବାଦ ଚାଲିଛି। ସଲମାନ ଶୁଟିଂ ବେଳେ କଳା ହରିଣ ମାରିବା ପରେ ଏହାର ଆରମ୍ଭ ହୋଇଥିଲା। ଗୁରୁ ଜମ୍ଭେଶ୍ୱରଙ୍କ ୨୯ ବଚନରେ ବିଶ୍ୱାସ କରୁଥିବା ବିଶ୍ନୋଇ ସମାଜର ଲୋକଙ୍କ ପାଇଁ ଏହି ହରିଣର ହତ୍ୟା ବଡ଼ ଅପରାଧ। କାରଣ ସେମାନେ କଳା ହରିଣର ସଂରକ୍ଷଣ ପାଇଁ ଖ୍ୟାତ। ଏକପ୍ରକାର ସେମାନେ ତାହାର ପୂଜା କରିଥାନ୍ତି। ଏଥିଲାଗି ସଲମାନଙ୍କ ଉପରେ ମାମଲା ଏବଂ ଜେଲ୍‌ଦଣ୍ଡ ହେବା ସତ୍ତ୍ୱେ ସମାଜ ତାଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ନୁହେଁ। ଏହାକୁ ନେଇ ଲରେନ୍ସ ସଲମାନଙ୍କୁ ସର୍ବପ୍ରଥମେ ନିଜର ଟାର୍ଗେଟରେ ନେଇଥିଲେ।

୧୯୯୮ରେ ‘ହମ୍‌ ସାଥ୍‌ ସାଥ୍‌ ହେ’ ଫିଲ୍ମ ଶୁଟିଂ ବେଳେ ସଲମାନ ଶିକାର କରିବାକୁ ଯାଇଥିଲେ। ୧୯୯୮ ଡିସେମ୍ବର ୨୭-୨୮ରେ ଫୋଡ଼ା ଫାର୍ମ ହାଉସ୍‌ରେ କଳା ହରିଣର ଶିକାର କରାଯାଇଥିଲା। ଏହା ପଛରେ ସଲମାନ ଥିବା କୁହାଯାଇଥିଲା। ଅକ୍ଟୋବର ୧୨,୧୯୯୮ରେ ପ୍ରଥମ ଥର ଲାଗି ସଲମାନଙ୍କୁ ଗିରଫ କରାଯାଇଥିଲା। ୫ ଦିନ ଜେଲରେ ରହିବା ପରେ ଅକ୍ଟୋବର ୧୭ରେ ସଲମାନ ମୁକୁଳିଥିଲେ। ଏପ୍ରିଲ ୫,୨୦୧୮ରେ ମାମଲାର ଶୁଣାଣି କରି ଅଭିନେତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ଏପ୍ରିଲ ୭ରେ କିନ୍ତୁ ତାଙ୍କୁ ଜାମିନ ମିଳିଯାଇଥିଲା।

ଯିଏ ବି କଳା ହରିଣର ଶିକାର କରିଛନ୍ତି, ତାଙ୍କଠାରୁ ପ୍ରତିଶୋଧ ନିଆଯିବ ବୋଲି ଲରେନ୍ସ ବିଶ୍ନୋଇ ଧମକ ଦେଇଥିଲେ। ସିଦ୍ଧୁ ମୁସଓ୍ବୋଲାଙ୍କୁ ହତ୍ୟା କରିବା ପରେ ସେ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ସାମିଲ ହୋଇଥିଲେ। ଏହି ମାମଲାରେ ସେ ୨୦୨୨ରୁ ଜେଲରେ ଅଛନ୍ତି। ହେଲେ ସେଠାରୁ ହିଁ ସେ ଗ୍ୟାଙ୍ଗ ଚଳାଉଛନ୍ତି। ସେ ସଲମାନଙ୍କ ଘର ଉପରେ ଆକ୍ରମଣ ମଧ୍ୟ କରିଛନ୍ତି।

ଲରେନ୍ସ ଗ୍ୟାଙ୍ଗ ଜେଲରେ ଥିବା ଅପରାଧିମାନଙ୍କୁ ଦଳରେ ସାମିଲ କରିଥାନ୍ତି। ସେମାନେ ଜେଲରୁ ବାହାରକୁ ଆସି ଗ୍ୟାଙ୍ଗର ଟାର୍ଗେଟକୁ ପୂରଣ କରିଥାନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଛାତ୍ର ରାଜନୀତିରୁ ସେ ଗ୍ୟାଙ୍ଗଷ୍ଟର ଦୂନିଆରେ ପ୍ରବେଶ କରିଛନ୍ତି। ଅନେକ ଥର ତାଙ୍କୁ ଗିରଫ କରାଯାଇଥିଲେ ହେଁ ମୁସଓ୍ବୋଲାଙ୍କୁ ହତ୍ୟା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି।ଏନ୍‌ଆଇଏ ମୁତାବକ ଲରେନ୍ସ ଗ୍ୟାଙ୍ଗରେ ୭୦୦ରୁ ଅଧିକ ଶୁଟର୍‌ ଅଛନ୍ତି, ଯେଉଁଥିରୁ କେବଳ ପଞ୍ଜାବରେ ୩୦୦ ଅଛନ୍ତି। କାନାଡ଼ାରେ ଥିବା ଗୋଲ୍ଡି ବରାର ଗ୍ୟାଙ୍ଗର ଅନ୍ତର୍ଜାତୀୟ ଅପରେଶନକୁ ଠିକଣା କରୁଛନ୍ତି।

ସଲମାନ ସୁପରଷ୍ଟାର ହୋଇଥିବାରୁ ତାଙ୍କର ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ଲରେନ୍ସ ଧାର୍ମିକ କାରଣରୁ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିବା କହୁଥିବାରୁ କାହାଣୀ ବୁଢ଼ିଆଣୀ ଜାଲ ଭଳି ହୋଇଛି। ଏହି ଗ୍ୟାଙ୍ଗ ନିଜକୁ ଦେଶଭକ୍ତ ବୋଲି ଦାବି କରିଆସୁଛି। ଭଗତ ସିଂଙ୍କୁ ହିରୋ କହୁଛି। ଏଣୁ ବିଶ୍ନୋଇ ହିରୋ କି ଭିଲିୟାନ ତାହା କହିବା ମୁସ୍କିଲ ହୋଇଛି। ଆଗାମୀ ଦିନରେ ଏହି କାହାଣୀ କି ରୂପ ନେବ ତାହା ସମୟ କହିବ ବୋଲି କିଛି ପ୍ରତିକ୍ରିୟା ରଖୁଛନ୍ତି। ସଲମାନଙ୍କ ସୁରକ୍ଷା ମୁମ୍ବାଇ ପୋଲିସ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସଦୃଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?