Posted inଖେଳ

ଷ୍ଟମ୍ପ ଲାଇଟ୍‌ ଜଳିବା ସତ୍ତ୍ୱେ କେନ ଓ୍ବିଲିୟମସନଙ୍କୁ କାହିଁକି ଦିଆଯାଇ ନ ଥିଲା ରନ୍‌ଆଉଟ୍‌? ଜାଣନ୍ତୁ ନିୟମ…

ମୁମ୍ବାଇ,୧୬।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କୁ ରନ୍‌ଆଉଟ୍‌ ଦିଆଯାଇ ନ ଥିଲା। ସେ କ୍ରିଜ୍‌ରେ ପହଞ୍ଚିବା ପୂର୍ବରୁ ଷ୍ଟମ୍ପର ଲାଇଟ୍‌ ଜଳିଥିଲା। ହେଲେ ତାଙ୍କୁ ନଟଆଉଟ୍‌ ଘୋଷଣା କରାଯିବାକୁ ନେଇ ବିବାଦ ଦେଖାଯାଇଥିଲା।
ନ୍ୟୁଜିଲାଣ୍ଡ ଇନିଂସର ୧୮ତମ ଓଭରର ୫ମ ବଲରେ ଓ୍ବିଲିୟମସନ ଏବଂ ଡାରିଲ ମିଚେଲଙ୍କ ମଧ୍ୟରେ ରନ ନେବାକୁ ନେଇ ତାଳମେଳ ଠିକ୍‌ ରହି ନ ଥିଲା। ଏହାପରେ ହଠାତ ଓ୍ବିଲିୟମସନ ପଛକୁ ଫେରି ଯାଇଥିଲେ। ସେ କ୍ରିଜ୍‌ରେ ପହଞ୍ଚିବା ପୂର୍ବରୁ ଷ୍ଟମ୍ପର ଲାଇଟ୍‌ ଜଳି ଯାଇଥିଲା। ଏହା ଦେଖିବା ପରେ ଭାରତୀୟ ଟିମ୍‌ ଜୋରଦାର ଅପିଲ କରିଥିଲା। ଅମ୍ପାୟାର ଏହାକୁ ଥାର୍ଡ ଅମ୍ପାୟାରଙ୍କ ପାଖକୁ ପଠାଇଥିଲେ। ରିପ୍ଲେରେ ଜଣାପଡ଼ିଥିଲା ଯେ ବଲ ଷ୍ଟମ୍ପରେ ମାଡ଼ ହେବା ପୂର୍ବରୁ କେଏଲ୍‌ ରାହୁଲଙ୍କ ହାତ ସେଥିରେ ବାଜିଯାଇଥିଲା। ଅପରପକ୍ଷେ ଷ୍ଟମ୍ପରେ ବଲ୍‌ ଲାଗିବା ବେଳକୁ ଓ୍ବିଲିୟମସନ କ୍ରିଜରେ ପହଞ୍ଚିଯାଇଥିଲେ। ଏଣୁ ତାଙ୍କୁ ନଟଆଉଟ କରାଯାଇଥିଲା।

କ’ଣ ରହିଛି ନିୟମ:
ଏମ୍‌ସିସିର ୩୮.୧ ନିୟମ ଅନୁଯାୟୀ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ବାହାରେ ଥିଲେ ଆଉଟ୍‌ ଦିଆଯାଏ। କୌଣସି ଫିଲ୍ଡରଙ୍କ ଡାଇରେକ୍ଟ ହିଟ୍‌ ଷ୍ଟମ୍ପରେ ବାଜିଲେ ମଧ୍ୟ ତାହା ଲାଗୁ ହୋଇଥାଏ। ଏଣୁ ବଲ୍‌ ଷ୍ଟମ୍ପରେ ଲାଗିବା ଆବଶ୍ୟକ ଅଟେ।

Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri