ସେଠି କାହିଁକି

ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା ଜାତିସଂଘର ସ୍ଥାୟୀ ସଦସ୍ୟ ରହିଆସିଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ଏହି ବିଶ୍ୱ ସଙ୍ଗଠନରେ ୫ ରାଷ୍ଟ୍ର ସେମାନଙ୍କର ପ୍ରଭାବ ବିସ୍ତାର କରିଚାଲିଛନ୍ତି। ତେଣୁ ଜାତିସଂଘରେ ସଂସ୍କାର ଅଣାଯାଇ ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବା ଉପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମଞ୍ଚରେ ଆଲୋଚନା ହେଉଛି। ଯେହେତୁ ସ୍ଥାୟୀ ସଦସ୍ୟମାନେ ସବୁ ମହାଦେଶରୁ ପ୍ରତିନିଧିତ୍ୱ କରୁନାହାନ୍ତି, ତେଣୁ ଜାତିସଂଘ ନିରାପତ୍ତା ପରିଷଦର କାର୍ଯ୍ୟଧାରାକୁ ଅନେକ ସମୟରେ ସମାଲୋଚନା କରାଯାଉଛି। ନିକଟ ଅତୀତରେ କୋଭିଡ୍‌-୧୯ଠାରୁ ଆରମ୍ଭକରି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯାଏ ଯେତେ ପ୍ରକାର ଅସ୍ବାଭାବିକ ସ୍ଥିତି ବିଶ୍ୱ ଭୋଗିଲାଣି, ସେଥିରେ ଜାତିସଂଘର ଭୂମିକା ସନ୍ତୋଷଜନକ ନ ଥିବା ବେଳକୁ ବେଳ ପ୍ରମାଣିତ ହୋଇଛି। ତଥାପି ଜାତିସଂଘ ସ୍ଥାୟୀ ସଦସ୍ୟ ସଂଖ୍ୟା ବଢ଼ାଇବା ଦିଗରେ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଚାପ ପକାଇପାରୁ ନ ଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଅଷ୍ଟ୍ରିଆ ରାଜଧାନୀ ଭିଏନାଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ଅବସରରେ କହିଛନ୍ତି, ସ୍ଥାୟୀ ସଦସ୍ୟମାନେ ସମସ୍ତ ପ୍ରକାର ସୁବିଧା ଉପଭୋଗ କରୁଥିବା ବେଳେ ଏହାର ସଂସ୍କାର ନେଇ ବ୍ୟସ୍ତନାହାନ୍ତି। ତେଣୁ ୭୭ ବର୍ଷ ପୁରୁଣା ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି ଭାରତ ତା’ର ବହିର୍ବ୍ୟାପାର ନୀତିରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରଖିଛି ବୋଲି ସେ କହିଛନ୍ତି। ଦୁଃଖର ବିଷୟ ହେଉଛି ଯେ, ଜୟଶଙ୍କରଙ୍କ ଏଭଳି ବିରାଟକାୟ ଆଭିମୁଖ୍ୟ କେବଳ ପ୍ରବାସୀ ଭାରତୀୟମାନେ ଶୁଣିପାରୁଛନ୍ତି ଏବଂ କେବଳ ଭାରତୀୟ ଗଣମାଧ୍ୟମରେ ସେହିସବୁ ମତର ପ୍ରଚାର କରାଯାଉଛି। ଭାରତ ବାହାରେ ଜୟଶଙ୍କରଙ୍କ ଶକ୍ତିଶାଳୀ ମନ୍ତବ୍ୟଗୁଡ଼ିକ କେହି ଜାଣିବାର ସୁଯୋଗ ମଧ୍ୟ ପାଉନାହାନ୍ତି।
ଭିଏନାସ୍ଥିତ କାର୍ଯ୍ୟକ୍ରମରେ ଜୟଶଙ୍କର ଜାତିସଂଘ ସଂସ୍କାରର ଆବଶ୍ୟକତା ନେଇ ଯୁକ୍ତି କରିଛନ୍ତି ଯେ, ମଣିଷ ନିଜକୁ ସତେଜ କରିବା ଲାଗି ପଦକ୍ଷେପ ନେଇଥାଏ। ବିଭିନ୍ନ ଲୋକଙ୍କୁ ସାମିଲ କରି ଏକ ସଙ୍ଗଠନ ତାହାର କଳେବର ବୃଦ୍ଧି କରେ। ବିଶ୍ୱର ଏକ ବୃହତ୍‌ ଅଂଶ ଅନୁଭବ କରୁଛି ଯେ, ଜାତିସଂଘ ସେମାନଙ୍କ ପାଇଁ କିଛି ଭଲ କାର୍ଯ୍ୟ କରୁନାହିଁ। ଏହାର ସଂସ୍କାର ନେଇ ଉଠୁଥିବା ଦାବିର ଅଗ୍ରଭାଗରେ ଭାରତ ରହି ଏକ ସ୍ଥାୟୀ ସଦସ୍ୟତା ଲାଗି ଜୋର ଦେଇଆସୁଛି ବୋଲି ଜୟଶଙ୍କର କହିବା ପରେ ନୂଆଦିଲ୍ଲୀର ବହିର୍ବ୍ୟାପାର ନୀତି କେତେ ସୁଦୃଢ଼ ତାହାର ସମୀକ୍ଷା କରିବାର ସମୟ ଆସିଛି।
ଭାରତ, ଯିଏ କି ଅତିଶୀଘ୍ର ପୃଥିବୀର ସର୍ବାଧିକ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାବେ ପରିଚିତ ହେବାକୁ ଯାଉଛି; ଅନ୍ତର୍ଜାତୀୟ ସ୍ତରରେ ଏହାର ଅର୍ଥନୀତି ୫ମ ସ୍ଥାନରେ ରହିଥିବା ମଧ୍ୟ କୁହାଯାଉଛି। ହେଲେ ବହିର୍ବ୍ୟାପାର ନୀତି ସୁଦୃଢ଼ ଓ ସୁସ୍ପଷ୍ଟ ନ ଥିବାରୁ ଭାରତର କୌଣସି ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ରହୁନାହିଁ। ଏଠାରେ ଏହା ମଧ୍ୟ କୁହାଯାଇପାରେ ଯେ, ଜି୨୦ର ଅଧ୍ୟକ୍ଷ ପଦ କୌଣସି ଭାବେ ଗୁରୁତ୍ୱ ଧାରଣ କରେ ନାହିଁ। ଭାରତ ପୂର୍ବରୁ ଇଣ୍ଡୋନେସିଆ ଭଳି ଦେଶ ଏହାର ଅଧ୍ୟକ୍ଷ ରହିଥିଲା। ସାମ୍ପ୍ରତିକ ସ୍ଥିତି ଦେଖିଲେ ପଡ଼ୋଶୀ ଦେଶଗୁଡ଼ିକ ସହ ନୂଆଦିଲ୍ଲୀ ଉତ୍ତମ ସମ୍ପର୍କ ରଖିପାରୁ ନାହିଁ। ଚାଇନା ଓ ପାକିସ୍ତାନ ବିଷୟରେ ନ କହିଲେ ଭଲ। ନେପାଳ ଓ ଶ୍ରୀଲଙ୍କା ଭଳି ରାଷ୍ଟ୍ର ଭାରତ ଅପେକ୍ଷା ଚାଇନା ଆଡ଼କୁ ବେଶି ଢଳିଛନ୍ତି। ସେହିପରି ଅନ୍ତର୍ଜାତୀୟ ଦୃଶ୍ୟପଟକୁ ଦେଖିଲେ ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧକୁ ପ୍ରମୁଖ ଆଲୋଚିତ ଦୃଷ୍ଟାନ୍ତ ଭାବେ ନିଆଯାଇପାରିବ। ୨୪ ଫେବୃୟାରୀ ୨୦୨୨ରୁ ଦୁଇ ଦେଶ ଯୁଦ୍ଧରେ ଲିପ୍ତ ଅଛନ୍ତି। ଭାରତ କେଉଁ ରାଷ୍ଟ୍ରକୁ ଅଧିକ ସମର୍ଥନ ଦେଲେ ବେଶି ଫାଇଦା ପାଇବ ସେହି ଅଙ୍କ କଷୁକଷୁ ଅନେକ ଭୁଲ୍‌ କରିବସିଛି। ରୁଷିଆ ଆଗେ ଯୁଦ୍ଧ ଆରମ୍ଭ କରି ୟୁକ୍ରେନ୍‌କୁ ଧ୍ୱଂସ କରିଚାଲୁଥିଲେ ମଧ୍ୟ ନୂଆଦିଲ୍ଲୀ ମସ୍କୋ ପଟକୁ ଅଧିକ ଢଳିଛି। ଆଶା କରିଥିଲା ଶସ୍ତା ଦରରେ ତେଲ ପାଇବ। କିନ୍ତୁ ସେଥିରୁ ସୁଫଳ ମିଳିନାହିଁ। ଯଦି ମିଳିଛି ତାହା ସାଧାରଣ ନାଗରିକ ପାଖରେ ପହଞ୍ଚତ୍ପାରି ନାହିଁ ବୋଲି ପ୍ରଶ୍ନ କରାଯାଇପାରେ। ଏହି ବିଷୟରେ ମଧ୍ୟ ପୂର୍ବରୁ ଜୟଶଙ୍କର କହିଥିଲେ ଯେ, କମ୍‌ ମୂଲ୍ୟରେ ରୁଷିଆରୁ ତେଲ କିଣାଯାଉଥିବାରୁ ଭାରତର ବହିର୍ବ୍ୟାପାର ନୀତି ତଦନୁଯାୟୀ ସୃଷ୍ଟି କରାଯାଇଛି।
ଜାତିସଂଘରେ ରୁଷିଆକୁ ବାରମ୍ବାର ନିନ୍ଦିତ କରାଯାଇଥିବା ବେଳେ ଭାରତ ନୀରବ ରହିଥିଲା। ଯେତେବେଳେ ଅଧିକାଂଶ ଦେଶ ୟୁକ୍ରେନ୍‌ ସପକ୍ଷରେ ମତ ରଖିଲେ ସେତେବେଳେ ଭାରତ ତା’ର କଡ଼ ଲେଉଟାଇ ରୁଷିଆକୁ ଯୁଦ୍ଧ ବନ୍ଦ କରିବା ଲାଗି ପ୍ରସ୍ତାବ ଦେଇଥିଲା। ଏବର ସମୟ ଯୁଦ୍ଧର ନୁହେଁ, ବରଂ ଶାନ୍ତିର ବୋଲି କହି ନୂଆଦିଲ୍ଲୀ ଯେତେବେଳେ ନିଜର ଅନ୍ତର୍ଜାତୀୟ ଉପସ୍ଥିତି ଜାହିର କରିବାକୁ ଚାହିଁଲା, ସେତେବେଳେ ‘ନେଡ଼ି ଗୁଡ଼ କହୁଣିକୁ ବହି ଯାଇଥିଲା’। ସାଧାରଣରେ ଢଗ ଅଛି-‘ଲୁହା ଗରମ ଥିବାବେଳେ ତାହାକୁ ପ୍ରହାର କରାଗଲେ ତାହାର ସୁଫଳ ମିଳିଥାଏ’। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସର୍ବୋଚ୍ଚରେ ପହଞ୍ଚତ୍ଥିବା ବେଳେ ଅନ୍ତର୍ଜାତୀୟ ସମୁଦାୟ ଭାରତର ସ୍ପଷ୍ଟ ଆଭିମୁଖ୍ୟକୁ ଅନିଶା କରିଥିଲା। ମାତ୍ର ନୂଆଦିଲ୍ଲୀ ନୀରବଦ୍ରଷ୍ଟା ସାଜିଲା। ଆଜି ଜାତିସଂଘ ସ୍ଥାୟୀ ସଦସ୍ୟତା ଲାଗି ଯେତେ ଯୁକ୍ତି ଦର୍ଶାଇଲେ ମଧ୍ୟ ଏହାର ପ୍ରଭାବ କାହା ଉପରେ ପଡ଼ିଲା ଭଳି ମନେହେଉ ନାହିଁ। କିନ୍ତୁ ଏହିସବୁ କଥା ଚିନ୍ତା କରିବା ସହିତ ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ଚିନ୍ତା ଘାରୁଛି, ତାହା ହେଉଛି ଜୟଶଙ୍କରଙ୍କୁ ଭାରତରେ କେହି ନ ଶୁଣିଲେ ମଧ୍ୟ ଅଷ୍ଟ୍ରିଆକୁ ଯାଇ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସେ ଜାତିସଂଘ ନିରାପତ୍ତା ପରିଷଦ ଉପରେ ଭାରତର ବ୍ୟସ୍ତତା ବଖାଣିବା ପଛରେ ତାତ୍ପର୍ଯ୍ୟ କ’ଣ ତାହା ବୁଝିହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri