କୁମ୍ଭୀର କାନ୍ଦଣା କାହିଁକି

ଡ. ଗୌରାଙ୍ଗ ଚରଣ ରାଉତ

କାଳେ କାଳେ କୃଷକମାନଙ୍କର କରୁଣ ଏବଂ କଷଣର କାହାଣୀ କାହାରିକୁ ଅଛପା ନୁହେଁ। ‘କୃଷିକାର ପ୍ରାୟ କୃଶ କରି କାୟ ଲାଭ ଶ୍ରମକୁ ପାଇଲୁ’ ଦୀନ କୃଷ୍ଣ ଦାସଙ୍କ କୃତ ରସ କଲ୍ଲୋଳର ଉକ୍ତ ଉକ୍ତିରୁ ଆରମ୍ଭ କରି ସାଂପ୍ରତିକ କାଳଖଣ୍ଡରେ ସ୍ବାଧୀନୋତ୍ତର କୃଷିପ୍ରଧାନ ଆମ ଦେଶ ଏବଂ ରାଜ୍ୟରେ କୃଷିଜୀବୀମାନଙ୍କୁ କରୁଣାର ପାତ୍ର ମନେକରି ସେମାନଙ୍କର ତଥାକଥିତ କଲ୍ୟାଣ ପାଇଁ ଶାସକ ଗୋଷ୍ଠୀ ଦ୍ୱାରା ବିଭିନ୍ନି ଯୋଜନା କାର୍ଯ୍ୟକାରୀ କରାଯାଉଥିବା ତାହାକୁ ପ୍ରମାଣିତ କରୁଅଛି।
କୃଷକମାନଙ୍କର ଆର୍ଥିକ ଏବଂ ସାମାଜିକ ମେରୁଦଣ୍ଡକୁ ଦୁର୍ବଳ କରି ଆସୁଥିବା କଳା କାରନାମାଗୁଡିକୁ କବର ଦେବା ପରିବର୍ତ୍ତେ ଶାସକ ଗୋଷ୍ଠୀ ଦ୍ୱାରା ଯେତେ ପ୍ରକାର ବିଧେୟକ, ରଣ କୌଶଳ ଓ କୁସ୍ତି କସରତ ଚାଲିଛି ତାହା ଯେ ସଙ୍କଟ କବଳିତ କୋଟି କୋଟି ଚାଷୀଙ୍କ ପାଇଁ କର୍ତ୍ତୃପକ୍ଷଙ୍କର କୁମ୍ଭୀର କାନ୍ଦଣା ଛଡ଼ା ଅନ୍ୟ କିଛି ନୁହେଁ ଏକଥା ମୁକ୍ତ କଣ୍ଠରେ ସ୍ବୀକାର କରାଯାଇପାରେ।
ଏକଦା ‘ଚାଷ ଅଛି ଯାହାର କି ଆନନ୍ଦ ତାହାର, ସେହି ସିନା ଯୋଗାଉଛି ଦୁନିଆକୁ ଆହାର’ ଏବେ କର୍ଣ୍ଣକଟୁ ହୋଇପଡିଲାଣି। ଏହାର କାରଣ ଖୋଜିବାର ଯେତିକି ଆବଶ୍ୟକତା ଅଛି କାହିଁକି କରଜରେ ବୁଡି କର୍ମଠ ଚାଷୀଟିଏ କୀଟନାଶକ ଖାଇ ଆତ୍ମହତ୍ୟା କରିବାକୁ ଶ୍ରେୟସ୍କର ମନେକରୁଛି ତାହାର ନିରାକରଣ ପାଇଁ ସେତିକି ସଂକଳ୍ପିତ ସମାଧାନ ବାହାର କରିବା ଦରକାର। ଅଶୀ ଦଶକର ଡଙ୍କେଲ ଡଙ୍କ, ଜଗତୀକରଣ, ଉଦାରୀକରଣ, ଘରୋଇକରଣର ରାଜନୈତିକ ମରୀଚିକା, ବିସ୍ଫୋରକ ଜନସଂଖ୍ୟା ସ୍ଥିତିର ମୁକାବିଲା ପାଇଁ ସରକାରୀ କଳର ସବୁଜ ବିପ୍ଳବ ଡାକରାରେ ଆଧୁନିକ ପ୍ରଣାଳୀରେ କୃଷି, ଉକତ୍ଟ ରାସାୟନିକ ଉର୍ବରକ ଓ ଘାତକ ପୋକମରା ଔଷଧର ଅବିବେକୀ ପ୍ରୟୋଗ, ପ୍ରକୃତିର କୋପ ଏବଂ ଶାସକ ଓ ଶୋଷକ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତର ଶିକାର ପାଲଟିଥିବା କୃଷକଟିଏ ମାଲିକରୁ ଆଜି ଭିକାରୀ ଅବସ୍ଥାରେ ଉପନୀତ ।
ଏକପକ୍ଷରେ ଏକର ଏକର ଜମି ଥାଇ କୃଷିକର୍ମ ବିମୁଖ ଭୋକିଲା କୃଷିଜୀବୀ ପରିବାର କାମ ଅନ୍ବେଷଣରେ ସ୍ଥାନାନ୍ତର ହେଉଥିବା ବେଳେ ଥୋକେ ଟଙ୍କିକିଆ ଚାଉଳ, ପାଞ୍ଚ ଟଙ୍କିଆ ଭୋଜନ, ଛତା, ଯୋତା, ଭତ୍ତା ପଛରେ କାକୁସ୍ଥ ହୋଇ ଧାଇଁବାରେ ଲାଗିଛନ୍ତି।
ଅନ୍ୟପକ୍ଷରେ କୃଷକମାନଙ୍କ ଆୟ ଦ୍ୱିଗୁଣିତ କରାଯିବା ବାହାପିଆ କଥା ନିଶ୍ଚିତ ଭାବେ କିଂ ଭୂତ କିଂ ଆକାର।
କେବଳ ବକ୍ତବ୍ୟରେ କିମ୍ବା କାଗଜକଲମରେ କୃଷି ଓ କୃଷକର ବିକାଶ ହେଉଥିବା ନକଲି କଥା ନ କହି ଅନେକ କଷ୍ଟରେ କାଳ କାଟୁଥିବା ଗ୍ରାମାଞ୍ଚଳର ଚାଷିକୁଳ କିପରି ନିଦକରେ ସେମାନଙ୍କର ଜୀବକାର୍ଜନର ମୌଳିକ ଆବଶ୍ୟକତା ପୂରଣ କରିବେ ତାହା ଆଜି ଅଧିକ ପ୍ରାସଙ୍ଗିକ।
ପ୍ରାଥମିକତା ଭିତ୍ତିରେ ଚାଷୀ ସ୍ବାର୍ଥରେ ଭୂ-ସଂସ୍କାର ଆଇନକୁ କଡାକଡି କାର୍ଯ୍ୟକାରୀ କରିବା ସହିତ ଭାଗଚାଷୀ ଚିହ୍ନଟ, ଚାଷୀଙ୍କୁ ଜମି, ଜମିକୁ ଜଳ ଯୋଗାଣ, ଗ୍ରାମୀଣ ଯୁବକଙ୍କୁ କୃଷି, ପଶୁପାଳନ ଏବଂ କୁଟୀରଶିଳ୍ପ ପ୍ରତି ଆକୃଷ୍ଟ କରିବା ପାଇଁ ଯୋଜନା ପ୍ରଣୟନ କରାଯାଉ। ବିଷମୁକ୍ତ ଜୈବିକ କୃଷି, କମ୍ପୋଷ୍ଟ ଖତ ପ୍ରସ୍ତୁତି ଓ ପ୍ରୟୋଗ, ପ୍ରାମାଣିକ ପାରମ୍ପରିକ ବିହନର କାରବାର, ଅନ୍ତଃକୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ଦକ୍ଷତାବୃଦ୍ଧି, ଅଭାବୀ କିଣାବିକା ଏବଂ ଲାଭଖୋର ବେପାରୀଙ୍କ ଠକାମିରୁ ବର୍ତ୍ତିବାକୁ କଠୋର ଆଇନ ପ୍ରଚଳନ ହେବା ଆବଶ୍ୟକ। ଶୀତଳ ଭଣ୍ଡାର ବ୍ୟବସ୍ଥା, ପ୍ରାକୃତିକ ବିପତ୍ାତ ସମୟରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତକତ୍ାଳ କ୍ଷୟକ୍ଷତିର ଆକଳନ ପୂର୍ବକ କ୍ଷତିପୂରଣ ପ୍ରଦାନ, ଅମଳ ସମୟରୁ ଆରମ୍ଭ କରି ବର୍ଷ ତମାମ ଉପତ୍ାଦିତ ପଦାର୍ଥର ମୂଲ୍ୟ ସ୍ଥିର ରଖିବା, ବାଧ୍ୟତାମୂଳକ ବୀମାଭୁକ୍ତି ଆଦି କରଣୀୟ।
ଅତିବଡି ଜଗନ୍ନାଥ ଦାସଙ୍କ ଭାଗବତରେ ଅଛି ‘ଅନ୍ନବିହୁନେ ହଂସ ହାନୀ, ଯୋଗ ସାଧିବୁ କାହା ଘେନି’ ଅର୍ଥାତ୍‌ ଆହାର ବିନା ଜୀବନ ଧାରଣ କିମ୍ବା କୌଣସି ପ୍ରକାର କ୍ରିୟାକର୍ମ ସମ୍ପାଦନ କରିବା ଅସମ୍ଭବ। ବଞ୍ଚତ୍ବା ପାଇଁ ଯେତେ ସବୁ ସାମଗ୍ରୀ ରହିଛି ତନ୍ମଧ୍ୟରୁ ଖାଦ୍ୟାନ୍ନର ଆବଶ୍ୟକତା ଯେ ସର୍ବାଧିକ ଏବଂ ସର୍ବାଗ୍ରେ ଏଥିରେ ସନ୍ଦେହ ନାହିଁ।ଅଥଚ ସାଂପ୍ରତିକ ପରିସ୍ଥିତିରେ ଅନ୍ନଦାତା ଆନ୍ଦୋଳିତ। ଚାଷୀ ମୂଲିଆଙ୍କ ଦୁଃସ୍ଥିତିର ଯେପରି ଅନ୍ତ ନାହିଁ। ଅମର ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସର ସାନ୍ଧ୍ୟକାଳୀନ ଶୋକ ସଭାରେ ତାଙ୍କ ସତୀର୍ଥଙ୍କ ଉଦ୍ଦେଶ୍ୟରେ ଜାତୀୟ କବି ବୀର କିଶୋରଙ୍କ ଦ୍ୱାରା ରଚିତ ଏବଂ ପଠିତ ଗୀତର ଶେଷ ପଙ୍‌କ୍ତି ”ଶେଷ କଥା ଶେଷ ଯୁଦ୍ଧ ଏ ତୁମ୍ଭର, ଚାଷୀ ମୂଲିଆଟି ଦେବତା ମୋହର, ଗଣ୍ଡେ ଖାଇ ଖଣ୍ଡେ ପିନ୍ଧିବେ ସେମାନେ, ନିରାଶ ତାହାଙ୍କୁ କରିବ ନାହିଁ “ ଆଜି ମଧ୍ୟ ବଜ୍ର ଆହ୍ବାନ ହୋଇ ରହିଛି। ଭୋକର ନିଆଁକୁ ଲିଭାଇ ସବୁରି ପେଟକୁ ଦାନା, ଦେହକୁ କନା ଯୋଗାଇ ଆସୁଥିବା ଉପତ୍ାଦନକାରୀ ଚାଷୀମାନଙ୍କ ଆର୍ଥିକ ନିରାପତ୍ତା, ସାମାଜିକ ସୁରକ୍ଷା ଓ ସର୍ବୋପରି ସେମାନଙ୍କ ପ୍ରତି ଆନ୍ତରିକ ସମ୍ମାନ ବୋଧ ଏବଂ ସମ୍ବେଦନଶୀଳ ମନୋଭାବ ପୋଷଣ କରି ନାଗରିକର ନୈତିକ କର୍ତ୍ତବ୍ୟ ତଥା ରାଷ୍ଟ୍ରର ରାଜଧର୍ମ ପାଳନ ପୂର୍ବକ କୃଷକ ମନସ୍କ ହେବା ବାଞ୍ଛନୀୟ। ଅନ୍ୟଥା ଜୟ ଜବାନ-ଜୟ କିଷାନ କେବଳ ଶ୍ରୁତି ମଧୁର ସ୍ଲୋଗାନ୍‌ଟିଏ ହୋଇ ରହିଥିବ।
ମୋ:୮୨୭୦୭୭୬୪୫୫


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri