ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି। ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ଥିବାବେଳେ ବୁମରାହଙ୍କ ଅନୁପସ୍ଥିତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଟସ୍ ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଥିଲେ ଯେ ବ୍ୟକ୍ତିଗତ କାରଣରୁ ବୁମରାହ ଘରକୁ ଫେରିଯାଇଛନ୍ତି। ପରେ BCCI ଏହାକୁ ନିଶ୍ଚିତ କରିଛି ଏବଂ ସିରିଜର ଅବଶିଷ୍ଟ ମ୍ୟାଚ୍ରେ ତାଙ୍କର ଅଂଶଗ୍ରହଣ ସମ୍ପର୍କରେ ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି କହିଛି।
ଅଲରାଉଣ୍ଡର ଅକ୍ଷର ପଟେଲ ଅସୁସ୍ଥତା କାରଣରୁ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣା ଏବଂ ଅକ୍ଷରଙ୍କ ସ୍ଥାନରେ ସ୍ପିନର କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।
କ୍ରିକେଟର ତିନୋଟି ଯାକ ଫର୍ମାଟ୍ରେ ୧୦୦ ଅନ୍ତର୍ଜାତୀୟ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ବୋଲର ହୋଇଥିବା ବୁମରାହଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ତୃତୀୟ ମ୍ୟାଚ୍ ଖେଳୁଛି।


