Posted inUncategorized

‘କୁମ୍ଭୀର ବ୍ୟାଟେରି ଫାର୍ମିଂ’ କାହିଁକି ବିସ୍ମୃତ

ଦୈନିକ ଧରିତ୍ରୀରେ ୭ ଅକ୍ଟୋବର୨୦୨୫ରେ ପ୍ରକାଶିତ ‘କାରଖାନା କୃଷି ….’ ଲେଖାଟି ପଢ଼ିବା ପରେ କେଇ ଦଶନ୍ଧି ପଛକୁ ଫେରିଗଲି। ଓଡ଼ିଶାରେ ୧୯୭୫ ମସିହାରୁ ପ୍ରଥମ କରି ଯେତେବେଳେ କୁମ୍ଭୀର ଯୋଜନା ଆରମ୍ଭ କରାଗଲା, ସେତିକି ବେଳଠୁ ଫୁଡ ଆଣ୍ଡ୍‌ ଏଗ୍ରିକଲଚର ଅର୍ଗାନାଇଜେଶନ (ଏଫ୍‌ଏଓ)/ ୟୁନାଇଟେଡ ନେଶନ୍ସ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ(ୟୁନ୍‌ଡିପି)ତଥା ଡ.ବୁଷ୍ଟର୍ଡଙ୍କ ବିଭିନ୍ନ ପ୍ରୋଜେକ୍ଟ ରିପୋର୍ଟ ମାଧ୍ୟମରେ ଆମେ ବ୍ୟାଟେରି ଫାର୍ମିଂ ଶବ୍ଦ ସହିତ ପରିଚିତ ହେଲୁ। ସଂରକ୍ଷଣ ପ୍ରଚ୍ଛଦପଟରେ ଭବିଷ୍ୟତ ସମୟରେ ବ୍ୟାଟେରି ଫାର୍ମିଂ ଜରିଆରେ ଅଧିକ କୁମ୍ଭୀର ଉତ୍ପାଦନ କରି ରାଷ୍ଟ୍ର ପାଇଁ ବୈଦେଶିକ ମୁଦ୍ରା ଉପାର୍ଜ୍ଜନ କରିବାର ସମ୍ଭାବନା ଆମମାନଙ୍କ ସମ୍ମୁଖରେ ତଥା ଆନ୍ତର୍ଜାତିକ ସ୍ତରରେ ଗୋଟିଏ ବଡ଼ ଉଦ୍ଦେଶ୍ୟ ଓ ପ୍ରଲୋଭନ ରହିଥିଲା। ୧୯୭୫-୧୯୮୨ ସମୟରେ ସେହି ଦିଗରେ ଯେତେ କିଛି ଗବେଷଣା ହୋଇପାରିବ ତା’ ମଧ୍ୟ କରାଗଲା। ଯେପରିକି କୁମ୍ଭୀର ତା’ ପେଟକୁ କେତେ ଖାଇଲେ ଶରୀରରେ କେତେ ମାତ୍ରାରେ ବୃଦ୍ଧି ଘଟିବ ଇତ୍ୟାଦି। ଘଡ଼ିଆଳ କୁମ୍ଭୀର ଓ ଗୋମୁହାଁ କୁମ୍ଭୀରଙ୍କୁ ନେଇ ଏହି ଦିଗରେ ଶାତକୋଶିଆ ଗଣ୍ଡ ଅଭୟାରଣ୍ୟର ଟିକରପଡ଼ା ସ୍ଥିତ ଯୋଜନା ସମ୍ପର୍କିତ ଅଧ୍ୟୟନ ଓ ଗବେଷଣା ତଥ୍ୟ ଏଯାବତ ଇଣ୍ଟରନେଟରେ ଉପଲବ୍ଧ ରହିଆସିଛି। ବଉଳା କୁମ୍ଭୀର ପାଇଁ ଅନୁରୂପ କିଛିଟା ତଥ୍ୟ ଆନ୍ତର୍ଜାତିକ ଏବଂ ସ୍ଥାନୀୟ ଡାଙ୍ଗମାଳ ଯୋଜନାରୁ ମଧ୍ୟ ଉପଲବ୍ଧ ହେଉଥାଏ। ଅର୍ଥନୈତିକ ଦୃଷ୍ଟିକୋଣରୁ ଆଲୋଚନା କରି, ଜେ. ଏମ. ଡି-ୱାର୍‌ ନାମକ ବିଶେଷଜ୍ଞ ୧୯୭୫ ଓ ୧୯୭୮ରେ କୁମ୍ଭୀର ଓ ସମୁଦ୍ର କଇଁଛ ସମ୍ବନ୍ଧରେ ଦୁଇଟି ରିପୋର୍ଟ ପ୍ରଦାନ କରିଥିଲେ। ଓଡ଼ିଶାର ସୁପରିଚିତ ତତ୍କାଳୀନ ବନ ସଂରକ୍ଷକ ଭଗବାନ ଚରଣ କାନୁନଗୋ ମଧ୍ୟ ଅନୁରୂପ ବ୍ୟବହାରିକ ଯୋଜନା ପ୍ରସ୍ତୁତ କରିଥିଲେ। ଭାରତର ବିଭିନ୍ନ ରାଜ୍ୟର ବନ ବିଭାଗ ପଦାଧିକାରୀ, ତଥା ଆଖପାଖ ଦେଶଗୁଡ଼ିକରୁ ଆସୁଥିବା ଅଫିସରମାନଙ୍କୁ ହାଇଦ୍ରାବାଦଠାରେ କେନ୍ଦ୍ର ସରକାରଙ୍କ କୁମ୍ଭୀର ଅନୁଷ୍ଠାନରେ ଶିକ୍ଷା ପ୍ରଦାନ କରାଗଲା। ଯେପରିକି ଅନୁଦାନ ଭିତ୍ତିକ ଏଫ୍‌ଏଓ ପ୍ରୋଜେକ୍ଟ ବନ୍ଦ ହୋଇଗଲେ ମଧ୍ୟ ତାଲିମ-ପ୍ରାପ୍ତ ବ୍ୟକ୍ତିଙ୍କ ଅଭାବ ରହିବନି ସେଥିପ୍ରତି ସତର୍କତା ଅବଲମ୍ବନ କରାଗଲା।
୧୯୮୭ରେ ମୁଁ ସେଇ କୁମ୍ଭୀର ଅନୁଷ୍ଠାନ ଦାୟିତ୍ୱରେ ରହିବା ସହ କେନ୍ଦ୍ର ସରକାରଙ୍କର ଗୋଟିଏ ଟେକ୍‌ନିକାଲ କମିଟିର ଆବାହକ ଥାଏ। ସେତେବେଳେ ଜାନୁଆରୀରେ ପାଞ୍ଚୋଟି ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଓ ତତ୍କାଳୀନ ଏଫ୍‌ଏଓ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିବା କମିଟି କର୍ନାଟକରେ ଭେଟିଥିଲୁ। ସେଇଠି ନିଷ୍ପତ୍ତି ହେଲା ଯେ, କୁମ୍ଭୀରଙ୍କୁ ନେଇ ଯେଉଁ ପ୍ରକାରର ବ୍ୟାଟେରି ଫାର୍ମିଂ ପରିକଳ୍ପନା କରାଯାଇଥିଲା ତା’ କାର୍ଯ୍ୟକାରୀ ହୋଇପାରିବନି। କାରଣ ସ୍ପଷ୍ଟ ଥିଲା ଯେ, ବନ୍ୟପ୍ରାଣୀ ଅଧିନିୟମ ଅନୁଯାୟୀ କୁମ୍ଭୀରମାନେ ଅନୁସୁଚୀ-I ପ୍ରାଣୀ, ଯଦିବା ଆମେ ନିୟମ ବଦଳାଇବା, ଆମ ଅଭୟାରଣ୍ୟରେ କୁମ୍ଭୀର ମାନଙ୍କୁ ଯଥେଷ୍ଟ ସୁରକ୍ଷା ଦେଇ ପାରିବାନି। ବ୍ୟାଟେରି ଫାର୍ମିଂ ଆଢୁଆଳରେ ପ୍ରାକୃତିକ ପରିବେଶରେ ଥିବା କୁମ୍ଭୀରମାନେ ୧୯୭୫ ବର୍ଷ ପୂର୍ବାବସ୍ଥା ଭଳି ନୂତନ ପ୍ରକାରର ବିପଦ ଅନୁଭବ କରିବେ। ତେଣୁ କୁମ୍ଭୀରଙ୍କୁ କୌଣସି ପ୍ରକାର ବ୍ୟବସାୟିକ ସୂତ୍ରରେ ମାରିବା ସେଇଠୁ ବନ୍ଦ ହେଲା। ମାନେକା ଗାନ୍ଧୀଙ୍କ ସମୟରେ ସେଭଳି ପରିକଳ୍ପନାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା।
ରାଷ୍ଟ୍ରୀୟ ଚମ୍ବଲ ଅଭୟାରଣ୍ୟ, ଶିମିଳିପାଳ-ରମତୀର୍ଥ ଓ ଅନ୍ୟାନ୍ୟ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଗବେଷଣା ଭିତ୍ତିକ କାର୍ଯ୍ୟ ସ୍ଥାପନ ହେଲା। ଯେପରକି, ବିଗତ ବର୍ଷ ଗୁଡିକରେ ହାସଲ କରିଥିବା କୁମ୍ଭୀର-ବିଦ୍ୟାକୁ ଆମେ ଭୁଲି ନ ଯାଉ। ଅଭୟାରଣ୍ୟଗୁଡ଼ିକରେ କୁମ୍ଭୀର ତଥା ସେମାନଙ୍କ ପାରିପାଶର୍‌ବିକ ଜୀବଜନ୍ତୁଙ୍କ ସମ୍ପର୍କରେ ଅନେକ ଗବେଷଣା-ଲବ୍ଧ ଜ୍ଞାନ ହାସଲ ହୋଇପାରିଲା। ଏପରିକି, ୧୯୯୧ରେ ମୁଁ ଓ ଡ. ସୁଧାକର କରଙ୍କୁ ତତ୍କାଳୀନ କେନ୍ଦ୍ର ପରିବେଶ ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ନେଇ ତାମିଲନାଡୁ ଯିବାକୁ ହୋଇଥିଲା। ସେ ରାଜ୍ୟରେ ସ୍ଥିତ ବିଭିନ୍ନ କୁମ୍ଭୀର କେନ୍ଦ୍ର ଓ ମହାବଳୀପୁରମରେ ଥିବା ରମୁଲସ ହୁଇଟେକରଙ୍କ କୁମ୍ଭୀର ବ୍ୟାଙ୍କ ଭବିଷ୍ୟତ କାର୍ଯ୍ୟାବଳୀ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲୁ।
ସାରାଂଶରେ, ଭାରତ ବର୍ଷରେ କୌଣସି ଅନୁସୁଚୀ-I ଜୀବମାନଙ୍କୁ ନେଇ ଆମେ ଆର୍ଥିକ ଉପାର୍ଜ୍ଜନ ପାଇଁ ଚିନ୍ତା କରିପାରିବାନି। ମାତ୍ର ସେଭଳି ଜୀବମାନଙ୍କ ଜରିଆରେ ଆମେ ଜନସାଧାରଣ ତଥା ଯୁବପିଢ଼ିଙ୍କୁ ଶିକ୍ଷାଦାନ କରିପାରିବା। ସହନୀୟ ଓ ଦାୟିତ୍ୱ ସମ୍ପନ୍ନ ଟୁରିଜମ ମାଧ୍ୟମରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ପୂର୍ବଭଳି ବନ୍ୟପ୍ରାଣୀ ସଂରକ୍ଷଣ ଛତ୍ରଛାୟାରେ ରୋଜଗାର ଦେଇ ପରିବା।
ପ୍ରାକ୍ତନ ଭାରପ୍ରାପ୍ତ ଅଧିକାରୀ, କେନ୍ଦ୍ରୀୟ କୁମ୍ଭୀର ପ୍ରଜନନ ତଥା ପରିଚାଳନା
ଶିକ୍ଷା ଅନୁଷ୍ଠାନ,
ମୋ: ୭୯୭୮୩୩୫୯୮୩

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?