ସଙ୍କଟରେ ଭାରତୀୟ ଚା’

ନୂଆଦିଲ୍ଲୀ,୧୭।୧୧: କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତୀୟ ଚା’ର ଚାହିଦା କମ ନୁହେଁ। ଧନୀ ହେଉ କି ମଧ୍ୟବିତ୍ତ ହେଉ ଅବା ଗରିବ ସମସ୍ତେ ଚା’ର ଗୋଟିଏ ଚୁସକି ସକଳ ଯାବତୀୟ କଷ୍ଟ ଭୁଲି ଯାଆନ୍ତି। ଔଷଧ ପରି ଦେହପୀଡା ହେଉ କି ଶୀରପୀଡା ଲାଘବ ପାଇଁ ଚା’ ସବୁ ଲାଘବ କରିଥାଏ। ଦେଶରେ ସବୁଠାରୁ ଅଧିକ ଚା’ ଉତ୍ପାଦନ ଆସାମରୁ ହୋଇଥାଏ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଆସାମ ଚାର ଚାହିଦା ଅଧିକ। କିନ୍ତୁ ଦିନକୁ ଦିନ ଚା’ର ଚାହିଦା ବିଦେଶରେ କମିବାକୁ ଲାଗିଲାଣି। ଦୀର୍ଘ ୩ବର୍ଷ ଧରି ବିଦେଶରେ ଚାର ଚାହିଦା କମିବାରେ ଲାଗିଛି। ଯାହାର କ୍ଷତି ସିଧାସଳଖ ଚା ବଗିଚାର ମାଲିକଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କୁ ମଧ୍ୟ ଉଠାଇବାକୁ ପଡୁଛି।

ଦେଶରେ ଚା ଉତ୍ପାଦନ କରିବାର ପ୍ରମୁଖ ରାଜ୍ୟଗୁଡିକ ହେଲେ ଆସାମ, ଦାର୍ଜଲିଙ୍ଗ, କେରଳ, କର୍ନାଟକ ଏବଂ ତାମିଲନାଡୁ। କିନ୍ତୁ ଆସାମ ଓ ଦାର୍ଜଲିଙ୍ଗ ଚା’ର ଚାହିଦା ୟୁରୋପୀୟ ଦେଶରେ ଅଧିକ ରହିଛି। ବର୍ତ୍ତମାନ ଚା କାରବାର ଉପରେ ପ୍ରଭାବ ପଡିବାରେ ଲାଗିଛି। ୨୦୨୨-୨୩ ବର୍ଷରେ ଉତ୍ତର ଭାରତରେ ୧୧୪.୯୫କୋଟି କିଲୋ ଚା ଉତ୍ପାଦନ ହେଉଥିବାବେଳେ ଦକ୍ଷିଣ ଭାରତରେ ୨୨.୫୪କୋଟି କିଲୋ ଚା ପତି ଉତ୍ପାଦନ ହୋଇଛି। ଏହାପରେ ବି ବିଦେଶରେ ଚାର ଚାହିଦା କମିବାରେ ଲାଗିଛି।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶରେ ଘରୋଇ ସ୍ତରରେ ଚା ବଗିଚାରେ କାମ କରୁଥିବା ଚାଷୀଙ୍କ ଆନ୍ଦୋଳନ ବ୍ୟବସାୟକୁ ପ୍ରଭାବିତ କରୁଥିବାବେଳେ ଏବେ ଇସ୍ରାଏଲ-ହମାସ ଯୁଦ୍ଧ ଓ ରୁଷିଆ-ୟୁକ୍ରେନ ସଂଘର୍ଷ ଏହାକୁ ପ୍ରଭାବିତ କରୁଛି।
ଭାରତୀୟ ଚାର ପାରମ୍ପରିକ ବଜାର କୁହାଯାଉଥିବା ୟୁରୋପ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। କାରଣ ବଜାରରେ ଏବେ ଚାଇନା ଓ କେନିୟାର ଶସ୍ତା ଚା ପ୍ରବେଶ କରିଛି। ଯାହାଦ୍ୱାରା ପଶ୍ଚିମ ଏସିଆ ଓ ୟୁରୋପରେ ଭାରତୀୟ ଚାର ଚାହିଦା କମିଛି।

Share