Posted inଜାତୀୟ

ୟେମେନ୍‌ରେ କେରଳ ନର୍ସଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୧ା୧: ହତ୍ୟା ଅଭିଯୋଗରେ ୟେମେନ୍‌ରେ ମୃତ୍ୟୁ ଦଣ୍ଡାଦେଶର ସମ୍ମୁଖୀନ ହୋଇଥିବା ଜଣେ ଭାରତୀୟ ନର୍ସଙ୍କୁ ଏହି ଦଣ୍ଡରୁ ମୁକୁଳାଇବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି। ୟେମେନ୍‌ ନାଗରିକ ତଲାଲ ଅବ୍‌ଡୋ ମେହଦିଙ୍କୁ ହତ୍ୟା ଅଭିଯୋଗରେ କେରଳ ପାଲାକ୍କାଡ୍‌ ଜିଲା ଅନ୍ତର୍ଗତ କୋଲେଙ୍ଗୋଡ୍‌ ଅଞ୍ଚଳର ନର୍ସ ନିମିଶା ପ୍ରିୟାଙ୍କୁ ୨୦୨୦ରେ ସେଠାର ଏକ ତଳକୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ୟେମେନ୍‌ ସୁପ୍ରିମକୋର୍ଟ ନ୍ୟାୟିକ ପରିଷଦ ୨୦୨୩ ନଭେମ୍ବରରେ ଉକ୍ତ ଦଣ୍ଡାଦେଶକୁ କାଏମ ରଖିଥିଲେ। ୟେମେନ୍‌ ରାଷ୍ଟ୍ରପତି ରଶଦ ଅଲ୍‌-ଅଲିମି ସୋମବାର ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି। ଏହି ମାମଲାରେ ପ୍ରିୟାଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଗଣମାଧ୍ୟମକୁ କହିଛନ୍ତି।
୨୦୧୭ ଜୁଲାଇରୁ ପ୍ରିୟା ଗିରଫ ହୋଇ ୟେମେନ୍‌ର ଏକ ଜେଲରେ ରହିଛନ୍ତି। ତାଙ୍କ ମୁକ୍ତି ମୃତକଙ୍କ ପରିବାରର କ୍ଷମା ଉପରେ ନିର୍ଭର କରୁଛି। ଯଦି ଉକ୍ତ ପରିବାର କ୍ଷମା ନ ଦିଅନ୍ତି, ତେବେ ମାସେ ମଧ୍ୟରେ ପ୍ରିୟାଙ୍କୁ ଫାଶୀ ଦିଆଯିବ। ସାନାସ୍ଥିତ ଟ୍ରାଏଲ୍‌ କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶ ରାୟ ବିରୋଧରେ ପ୍ରିୟାଙ୍କ ଆବେଦନକୁ ୨୦୨୩ ନଭେମ୍ବରରେ ୟେମେନ୍‌ ସୁପ୍ରିମକୋର୍ଟ ଜୁଡିସିଆଲ୍‌ କାଉନ୍‌ସିଲ ଖାରଜ କରିଦେଇଥିଲେ। ଏବେ ମୃତ୍ୟୁଦଣ୍ଡରୁ ମୁକୁଳିବାର ଗୋଟିଏ ବିକଳ୍ପ ହେଲା ମୃତକଙ୍କ ପରିବାରକୁ ପ୍ରିୟାଙ୍କ ପରିବାର ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବା। କ୍ଷତିପୂରଣ ପାଇବା ପରେ ମେହଦିଙ୍କ ପରିବାର ଓ ସେମାନଙ୍କ ସମ୍ପ୍ରଦାୟର ନେତା ପ୍ରିୟାଙ୍କୁ କ୍ଷମା ପ୍ରଦାନ କରିବେ। ଏହା ପରେ ତାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରାଯାଇପାରିବ।
କ୍ଷତିପୂରଣ ଦେଇ ମାମଲାର ଆପୋସ ସମାଧାନ ପାଇଁ ବୁଝାମଣା ଚାଲିଥିଲା। ତେବେ ପ୍ରିୟାଙ୍କ ତରଫରୁ ନିଯୁକ୍ତ ଓକିଲଙ୍କୁ ଦେୟ ପୈଠ କରିବାରେ ବିଳମ୍ବ ହେବାରୁ ବୁଝାମଣା ଅଟକି ଯାଇଥିଲା। ପ୍ରାକ୍‌ ବୁଝାମଣା ଦେୟ ବାବଦରେ ଓକିଲ ଜଣକ ୨ କିସ୍ତିରେ ୪୦,୦୦୦ ଆମେରିକୀୟ ଡଲାର ଦାବି କରିଥିଲେ। ସମ୍ପୂର୍ଣ୍ଣ ଦେୟ ପୈଠ କରା ନ ଗଲେ, ସେ ବୁଝାମଣା ପ୍ରକ୍ରିୟାକୁ ଆଗେଇବେ ନାହିଁ ବୋଲି କହିଥିଲେ। ପ୍ରିୟାଙ୍କ ମା’ ପ୍ରେମକୁମାରୀ ଗତ ଏପ୍ରିଲରେ ୟେମେନ୍‌ ଯାଇ ଝିଅଙ୍କୁ ଜେଲରେ ଦେଖାକରିଥିଲେ। ସେବେଠାରୁ ପ୍ରେମକୁମାରୀ ସେଠାରେ ରହି ଝିଅଙ୍କ ମୁକ୍ତି ପାଇଁ ଉଦ୍ୟମ ଚଳାଇଛନ୍ତି।
ସୂଚନାଯୋଗ୍ୟ, ୨୦୦୮ରେ ପ୍ରିୟା ୟେମେନ୍‌ ଯାଇ ସେଠାର କେତେକ ହସ୍ପିଟାଲରେ କାମ କରିବା ପରେ ୨୦୧୫ରେ ନିଜସ୍ବ କ୍ଲିନିକ୍‌ ଆରମ୍ଭ କରିଥିଲେ। ୟେମେନି ଆଇନର ବ୍ୟବସ୍ଥା ଅନୁଯାୟୀ ସେ କ୍ଲିନିକ୍‌ରେ ମେହଦିଙ୍କୁ ସ୍ଥାନୀୟ ସହଯୋଗୀ ରଖିଥିଲେ। ତେବେ ମେହଦି କ୍ଲିନିକ୍‌ରୁ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ସମ୍ପର୍କରେ ପ୍ରିୟା ତାଙ୍କୁ ପଚାରିବାରୁ, ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ମେହଦିଙ୍କ ପାଖରେ ରହିଥିବା ନିଜ ପାସ୍‌ପୋର୍ଟ ଫେରିପାଇବା ପାଇଁ ପ୍ରିୟା ତାଙ୍କୁ ସଂଜ୍ଞହୀନ କରିବା ଉଦ୍ଦେଶ୍ୟରେ ନିଶା ଇଞ୍ଜେକ୍‌ଶନ ଦେଇଥିଲେ। ତେବେ ନିଶାର ମାତ୍ରା ଅଧିକ ହେବାରୁ ମେହଦିଙ୍କର ମୃତ୍ୟୁ ଘଟିଥିଲା। ପ୍ରିୟା ସେହି ସମୟରେ ୟେମେନ୍‌ ଛାଡ଼ି ପଳାଇଆସିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri