Posted inଫୁରସତ

ଶାନ୍ତି, ଏକତାର ବାର୍ତ୍ତା ଦିଏ ଗ୍ଲୋବାଲ ଫ୍ୟାମିଲି ଡେ’

ଆଜି ସମଗ୍ର ବିଶ୍ୱରେ ଲୋକମାନେ ନୂଆବର୍ଷର ପ୍ରଥମ ସକାଳକୁ ଉପଭୋଗ କରୁଛନ୍ତି। ଲୋକମାନେ ସେମାନଙ୍କର ବନ୍ଧୁ, ପରିବାର ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ଏହି ବିଶେଷ ଦିନ ପାଳନ କରୁଛନ୍ତି। ନୂତନ ବର୍ଷ ସହିତ ‘ଗ୍ଲୋବାଲ ଫ୍ୟାମିଲି ଡେ’ ମଧ୍ୟ ବର୍ଷର ପ୍ରଥମ ଦିନରେ ଅର୍ଥାତ୍‌ ଜାନୁଆରୀ ୧ରେ ପାଳନ କରାଯାଉଛି।

ଏହି ଦିନ ପରିବାର ମାଧ୍ୟମରେ ଜାତି ଏବଂ ସଂସ୍କୃତି ମଧ୍ୟରେ ଏକତା, ସମ୍ପ୍ରଦାୟ ଏବଂ ଭାଇଚାରା ଭାବନା ସୃଷ୍ଟି କରେ। ଦୁନିଆରେ ଶାନ୍ତି ବଜାୟ ରଖିବା ପାଇଁ ଏକ ପରିବାର ଗଠନ କରିବା ଆବଶ୍ୟକ। ଯାହାଫଳରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବା ସହିତ ହିଂସା ମଧ୍ୟ ହ୍ରାସ ପାଇବ।

ବିଶ୍ୱ ଏକତା ଦିବସ ବିଶ୍ୱକୁ ଏକତାର ସକାରାତ୍ମକ ବାର୍ତ୍ତା ଦିଏ ଯେ, ଆମେ ସମସ୍ତେ ଏକ। ସଂସ୍କୃତି ଏବଂ ଧର୍ମ ସମଗ୍ର ବିଶ୍ୱରେ ଭିନ୍ନ ହୋଇପାରେ କିନ୍ତୁ ସମଗ୍ର ମାନବ ଜାତି ହେଉଛି ଏକ ବଡ଼ ପରିବାର। ଯାହା ଏକାଠି ହେଲେ ହିଁ ବଞ୍ଚିପାରିବ ଏବଂ ସଫଳ ହୋଇପାରିବ। କେବଳ ଶାନ୍ତି ଏବଂ ଏକତାର ବାର୍ତ୍ତା ଜରିଆରେ ଏହି ଲକ୍ଷ୍ୟ ହାସଲ କରିହେବ।

୧୯୯୭ରେ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ମିଳିତ ଜାତିସଂଘର ସାଧାରଣ ସଭା ନୂତନ ସହସ୍ର ବର୍ଷର ପ୍ରଥମ ଦିନରୁ ଶାନ୍ତି ଏବଂ ସଂସ୍କୃତିର ଅହିଂସା ସଂସ୍କୃତି ପାଇଁ ଅନ୍ତର୍ଜାତୀୟ ଦଶନ୍ଧି ଆରମ୍ଭ କରିଥିଲା। ଆମେରିକାରେ ଏହାକୁ ପ୍ରୋତ୍ସାହିତ କରିବାରେ ଲିଣ୍ଡା ଗ୍ରୋଭର ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ‘ଓ୍ବାନ୍‌ ଡେ’ ଇନ୍‌ ପିସ୍‌ 1 ଜାନୁଆରୀ 2000’ ଭଳି ପୁସ୍ତକ ପ୍ରକାଶ ପାଇଥିଲା। ଭବିଷ୍ୟତରେ କେବଳ ଶାନ୍ତି ରହିବ ଏବଂ ଯୁଦ୍ଧ ହେବ ନାହିଁ।

ଅବଶ୍ୟ ଏହା ଏକ ନୂତନ ଶାନ୍ତିପୂର୍ଣ୍ଣ ଜଗତର ଆରମ୍ଭ ଥିଲା ଏବଂ ୧୯୯୯ରେ ଜାତିସଂଘର ସମସ୍ତ ସଦସ୍ୟ ଆନୁଷ୍ଠାନିକ ଭାବରେ ସେହି ନିର୍ଦ୍ଦିଷ୍ଟ ବର୍ଷର ପ୍ରଥମ ଦିନକୁ ଶାନ୍ତି ପ୍ରତିଷ୍ଠା ଦିଗରେ ରଣନୀତି ପ୍ରସ୍ତୁତ କରିବାକୁ ନିମନ୍ତ୍ରଣ ପାଇଲେ। ଦିନର ସକାରାତ୍ମକ ପ୍ରଭାବ ଦେଖି ‘ଗ୍ଲୋବାଲ ଡେ’ ଅଫ୍‌ ଫ୍ୟାମିଲି-୨୦୦୧’ରେ ମିଳିତ ଜାତିସଂଘ ଦ୍ୱାରା ବାର୍ଷିକ କାର୍ଯ୍ୟକ୍ରମ ଘୋଷିତ ହୋଇଥିଲା। ସେହିଦିନଠାରୁ ଏହା ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍‌ ନର୍ସିଂ ହୋମ୍‌ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍‌ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ...

ନରେନ୍ଦ୍ର ମୋଦି କହିଛନ୍ତି…ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳା ଧରାପଡିବାରୁ ଏମିତି କିଛି କହିଦେଲେ, ଦେଖନ୍ତୁ ଭିଡିଓ

ପ୍ରୟାଗରାଜ,୧୭।୨: ପ୍ରୟାଗରାଜ ମହାକୁମ୍ଭ ଚାଲିଛି। ଏହା ୨୬ ଫେବୃଆରୀରେ ଶେଷ ହେବ। କୁମ୍ଭ ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଥିବାରୁ, କୁମ୍ଭରେ ଲୋକଙ୍କ ଭିଡ଼ ବୃଦ୍ଧି...

ଭାଲେଟାଇନ୍ସ ଡେ’ରେ ଗର୍ଲଫ୍ରେଣ୍ଡଙ୍କୁ ଚୋରି ସ୍କୁଟି ଉପହାର ଦେଇଥିଲେ ଯୁବକ: ଏମିତି ଫିଟିଲା ରହସ୍ୟ

ନୂଆଦିଲ୍ଲୀ,୧୭।୨: ହରିୟାଣାର ଅମ୍ବଲାରେ ଏକ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ପ୍ରେମିକାଙ୍କୁ ଏକ ଚୋରି...

ପରୀକ୍ଷା ଦେବା ପାଇଁ ପାରାଚୁଟ୍‌ରେ ଉଡ଼ିଲେ

ସତାରା: ସାଧାରଣତଃ ପରୀକ୍ଷା କେନ୍ଦ୍ରରେ ଠିକ୍‌ ସମୟରେ ପହଞ୍ଚିବା ପାଇଁ ପରୀକ୍ଷାର୍ଥୀ ମାନେ ଘରୁ ଶୀଘ୍ର ବାହାରିଥାନ୍ତି କିମ୍ବା ପବ୍ଲିକ ଟ୍ରାନ୍ସପୋର୍ଟ ବଦଳରେ ବ୍ୟକ୍ତିଗତ ଗାଡ଼ିର ସାହାଯ୍ୟ...

ଭାବୁଛନ୍ତି କି ଜଳପରୀ ! ୧୭୩ ଫୁଟ ଗଭୀର ସମୁଦ୍ର ତଳେ….

ଗଭୀର ଜଳ ଭିତରେ ଧଳାରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ଦେଖି ଜଳପରୀର ଭ୍ରମ ସୃଷ୍ଟି ହେଉଥିବ। ହେଲେ ପ୍ରକୃତରେ ସେ ଜଳପରୀ ନୁହନ୍ତି ବରଂ...

ନନାଙ୍କୁ ଧରାଇ ଦେଇଥିଲି ମୋ ପ୍ରଥମ ରୋଜଗାର ଟଙ୍କା

ମୋ ନନା ଥିଲେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସେ ହିଁ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ୪ ଭାଇଭଉଣୀଙ୍କ ମଧ୍ୟରେ ମୁଁ ଥିଲି...

Man Living as Woman: ଭୂତ ଭୟରେ ୩୬ବର୍ଷ ଦରି ମହିଳାଙ୍କ ବେଶରେ ରହୁଛନ୍ତି ଏହି ପୁରୁଷ, ରାତିରେ ଦେଖନ୍ତି ଭୟଙ୍କର ଦୃଶ୍ୟ

Man Living as Woman: ଆଧୁନିକ ଯୁଗରେ ଏମିତି କିଛି ଅନ୍ଧବିଶ୍ୱାସ ରହିଛି ଯାହାକୁ କେବେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ବିଜ୍ଞାନ କହୁଛି ଏ...

Delhi Platform Stampede: ଜାଣନ୍ତି କି ପ୍ଲାଟ୍‌ଫର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି କିଏ ନେଇଥାଏ

ନୂଆଦିଲ୍ଲୀ,୧୬ା୨: ଭାରତୀୟ ରେଳବାଇ ଏବେ ସ୍ବୟଂଚାଳିତ ବ୍ଲକ ସିଗନାଲିଂ ସିଷ୍ଟମ ବ୍ୟବହାର କରୁଛି। ଏହାର ଅର୍ଥ ହେଉଛି ଯେ ଟ୍ରେନ୍‌କୁ ପରବର୍ତ୍ତୀ ଷ୍ଟେଶନରେ ପହଞ୍ଚିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri