ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଏଥିପାଇଁ ବଢୁଛି ସୁନାରୂପା ରେଟ! ଆଗାମୀ ଦିନରେ….

ନୂଆଦିଲ୍‌ଲୀ,୨୪।୨: ବିଶ୍ୱ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ଘଟୁଛି । ବିଶେଷକରି ସମ୍ପ୍ରତି ସୁନାର ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଯାହାର କାରଣ କହିଛନ୍ତି ଅର୍ଥମନ୍ତ୍ରୀ । ବିଶ୍ୱ ବଜାରରେ ସୁନାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଯାହା ଫଳରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ସୁନା କିଣିବା ଏକ ପ୍ରକାର ସ୍ୱପ୍ନ ହୋଇଗଲାଣି। ଏହା ସୁନା ବଜାରରେ ମଧ୍ୟ ବହୁତ ହଇଚଇ ସୃଷ୍ଟି କରିଛି। ତେବେ ସୁନା ମୂଲ୍ୟ ବଢିବାର କାରଣ କ’ଣ? ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ  କାରଣ ପ୍ରକାଶ କରିଛନ୍ତି।

ଫେବୃଆରୀ ୨୩ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ସେ ସ୍ପଷ୍ଟ କରିଥିଲେ ଯେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରଚୁର ପରିମାଣରେ ସୁନା କିଣୁଥିବାରୁ ଓ ଗଚ୍ଛିତ କରୁଥିବାରୁ ମୂଲ୍ୟ ବୃଦ୍ଧି ପାଉଛି। ଘରୋଇ ବଜାରରେ, ସୁନା ମୂଲ୍ୟ ପୂର୍ବ ବନ୍ଦ ତୁଳନାରେ ୨.୦୨ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୬୦,୦୪୯ରେ ଖୋଲିଥିଲା। ଦିନର ଶେଷ ଭାଗରେ, ସୁନା ଫ୍ୟୁଚର୍ସ ପ୍ରାୟ ୧.୫୧ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୫୯,୨୩୯ରେ ପହଞ୍ଚିଛି। ରୂପା ମୂଲ୍ୟ ମଧ୍ୟ ୪ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୨,୨୩,୧୯୩ରେ ପହଞ୍ଚିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026: ଟିମ୍‌ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…

ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…

ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ।  ସୋନପୁର ଏସ୍‌ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି…

କୃଷକଙ୍କୁ ବଡ଼ ଭେଟି ଦେଲେ ମୋଦି ସରକାର ! ଏହି ଫସଲ ଉପରେ କୁଇଣ୍ଟାଲ ପିଛା ୨୭୫ ଟଙ୍କା MSP ବଢ଼ାଇଲେ…

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ୨୦୨୬-୨୭ ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ମଞ୍ଜୁରୀ…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

ଜୁନାଗଡ଼ ସହରରେ ମିଳୁଛି ନକଲି ବିଦେଶୀ ମଦ: ଗିରଫ ୨ ଅଭିଯୁକ୍ତ ନା ମାଷ୍ଟ୍ରର ମାଇଣ୍ଡ କିଏ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): ସାବଧାନ ଜୁନାଗଡ଼ ସହରରେ ମିଳୁଛି ନକଲି ମଦ। ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ଚଢ଼ାଉ ସମୟରେ ବାହାରିଛି ଏହି ନକଲି ଦେଶୀ ମଦ।…

ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରଥମ କାଳବୈଶାଖୀ: ଅଧାରେ ଅଟକିଲା ବାଳି ବଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧକ ସାଜିଲା ବର୍ଷା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ ୨୩ |୨(ଅରୁଣ ସାହୁ/ମନୋରଞ୍ଜନ ରଣା ): ଶୀତ ଦିନ ପରେ ଧୀରେଧୀରେ ପାଗରେ ପରିବର୍ତ୍ତନ ସହ ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା ମଙ୍ଗଳବାର ପ୍ରଥମ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri