Posted inଜାତୀୟ

କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍‌ ନାଗପୁରର ରାମ ଜୀ ଶ୍ୟାମ ଜୀ ପୋହା ବିକ୍ରେତାଙ୍କୁ ଦେଖା କରି ସେଠାରେ ପୋହା ତିଆରି କରି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଜଣେ ଝିଅ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ସବୁବେଳେ ଧଳା ଟି-ସାର୍ଟ କାହିଁକି ପିନ୍ଧନ୍ତି ।
ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ସମୟରେ ମୁଁ ଅନୁଭବ କଲି ଯେ ଜଣେ ବ୍ୟକ୍ତି ଯେତେ ସରଳ, ସେତେ ଅଧିକ ଲାଭଦାୟକ ଅଟେ। ସେ କହିଛନ୍ତି ଯେ ଏହି ଧଳା ରଙ୍ଗ ତାଙ୍କ ଯାତ୍ରା ଏବଂ ବାର୍ତ୍ତାର ପ୍ରତୀକ, ଯାହା ସରଳତା ଏବଂ ଭାରତୀୟ ସଂସ୍କୃତି ପ୍ରତି ସମ୍ମାନ ପ୍ରଦର୍ଶନ କରିଥାଏ।

ଏହି ବାର୍ତ୍ତାଳାପ ସମୟରେ, ଅନ୍ୟ ଜଣେ ସମ୍ବିଧାନର ଗୁରୁତ୍ୱ ଉପରେ ପ୍ରଶ୍ନ ଉଠାଇଲେ। ରାହୁଲ ଗାନ୍ଧୀ ଉତ୍ତର ଦେଇଛନ୍ତି, ଭାରତର ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ବରଂ ଏହା ଭାରତର ଜ୍ଞାନ, ଆମ୍ବେଦକର ଜୀ, ଫୁଲେ ଜୀ ଏବଂ ଭଗବାନ ବୁଦ୍ଧଙ୍କ ଚିନ୍ତାଧାରାକୁ ପ୍ରତିପାଦିତ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆମେ ସମ୍ବିଧାନର ସୁରକ୍ଷା କରୁନାହୁଁ ତେବେ କିଏ କରିବ। ଏଥିସହ ରାହୁଲ ଗାନ୍ଧୀ ବେକାରୀ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ନିଯୁକ୍ତି ସୃଷ୍ଟି ପାଇଁ ଦେଶରେ ଉତ୍ପାଦନ ଉପରେ ଧ୍ୟାନ ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରେ ବଳାତ୍କାର ଉଦ୍ୟମ, ବଗିରୁ ଡେଇଁପଡ଼ିଲେ ମହିଳା

ହାଇଦ୍ରାବାଦ,୨୪।୩: ହାଇଦ୍ରାବାଦରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ମହିଳା ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ଯେତେବେଳେ ଜଣେ ପୁରୁଷ ତାଙ୍କୁ...

ୟୁନୁସଙ୍କ ସହ ବୈଠକ କରିବେ ମୋଦି? ଦ୍ୱିପାକ୍ଷିୟ ବାର୍ତ୍ତା ଉପରେ ବିଚାର କରୁଛି ଭାରତ

ନୂଆଦିଲ୍ଲୀ/ଢାକା,୨୪।୩: ଆଗାମୀ BIMSTEC ଶିଖର ସମ୍ମିଳନୀରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ...

ଉପ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଫସିଗଲେ କୁନାଲ କାମରା

ମୁମ୍ବାଇ,୨୪।୩: ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରା ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ସେ ଶିବସେନା ନେତା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ...

‘ଔରଙ୍ଗଜେବଙ୍କ ମସଜିଦ ଭାଙ୍ଗିଲେ କିଛି ମିଳିବ ନାହିଁ’, ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୩: ଔରଙ୍ଗଜେବଙ୍କ ସମାଧିକୁ ନେଇ ମହାରାଷ୍ଟ୍ରର ରାଜନୈତିକ ପରିବେଶ ଉଷ୍ମ ରହିଛି। ଗୋଟିଏ ଗୋଷ୍ଠୀ କବରକୁ ହଟାଇବା ପାଇଁ ଦାବି କରୁଛି। ଏହି ପ୍ରସଙ୍ଗକୁ ନେଇ...

ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର

ନାଗପୁର,୨୪।୩: ନାଗପୁର ହିଂସାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଫହୀମ ଖାନଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଫହିମ...

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ

ନୂଆଦିଲ୍ଲୀ, ୨୪।୩: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri