Posted inଫୁରସତ

କୁତୁକୁତୁ ଲାଗେ କାହିଁକି? କେବେ ଭାବିଛନ୍ତି କି…

ସାଙ୍ଗସାଥୀ, ଭାଇଭଉଣୀ ମଜାମସ୍ତୀରେ କୁତୁକୁତୁ କରିଥାନ୍ତି। ହେଲେ ଯଦି କେବେ ନିଜେ ନିଜକୁ କରନ୍ତି କୁତୁକୁତୁ ଜମା ଲାଗେନା। ଏମିତି କାହିଁକି ହୁଏ ଏହାକୁ ନେଇ ଅନେକ ଗବେଷଣା ହୋଇଛି। ଏହି ଅଧ୍ୟୟନଗୁଡିକରେ ଜାଣିବାକୁ ଚେଷ୍ଟା କରାଯାଇଛି ଯେ, ନିଜେ ନିଜକୁ ଓ ଅନ୍ୟ କେହି କୁତୁକୁତୁ କଲେ ମସ୍ତିସ୍କ ଉପରେ କ’ଣ ପ୍ରଭାବ ପଡ଼ିଥାଏ। ଆଉ ତାହା କେଉଁଭଳି ପ୍ରତିକ୍ରିୟା ସୃଷ୍ଟି କରେ। ଆଉ ଜଣାପଡ଼ିଛି ଯେ, ଅନ୍ୟ କେହି କୁତୁକୁତୁ କଲେ ସଙ୍ଗେ ସଙ୍ଗେ କୁତୁକୁତୁ ଲାଗିବା ପଛରେ ମଣିଷର ମସ୍ତିସ୍କ ଦାୟୀ। ୟୁନିଭର୍ସିଟି ଅଫ୍‌ ଲଣ୍ଡନର ସାରା ଜୈନ ବ୍ଲାକମୋର ଏହା ଉପରେ ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ, ମସ୍ତିସ୍କ ନିଜର ଓ ଅନ୍ୟ ହାତର ଅନ୍ତର ବିଷୟରେ ଧ୍ୱନିର ଗତି ସହ ନିଷ୍ପତ୍ତି ନେଇଥାଏ। କୁତୁକୁତୁର ଅନୁଭବ ସାଧାରଣତଃ ମସ୍ତିଷ୍କର ଦୁଇ ଭାଗ ସକ୍ରିୟ ହେବାଦ୍ୱାରା ହୋଇଥାଏ। ଯେବେ କେହି ଆମକୁ ସ୍ପର୍ଶ କରନ୍ତି ଆମ ଉପର ଚର୍ମର ତଳଭାଗରେ ଥିବା ସୂକ୍ଷ୍ମ ଶୀରାର ଶେଷଭାଗ ବା ଏପିଡର୍ମିଗୁଡିକ ମସ୍ତିସ୍କକୁ ବୈଦ୍ୟୁତିକ ସିଗ୍ନାଲ ପଠାଇଥାଏ। ସୋମାଟୋସେନ୍ସେରୀ କୋର୍ଟେକ୍ସ ସିଗ୍ନାଲକୁ ଗ୍ରହଣ କରେ, ଆଉ ଆଣ୍ଟେରିୟର ସିଙ୍ଗୁଲେଟେଡ କର୍ଟେକ୍ସ ସିଗ୍ନାଲକୁ ବିଶ୍ଲେଷଣ କରେ। ସୋମେଟୋସେନ୍ସରୀ କାର୍ଟେକ୍ସ ସ୍ପର୍ଶକୁ ବୁଝେ। ଆଉ ଆଣ୍ଟେରିୟର ସିଙ୍ଗୁଲେଟ କାର୍ଟେକ୍ସ, ଖୁସି ଓ ଅନ୍ୟ କିଛି ମଜାଦାର ଅନୁଭବକୁ ଚିହ୍ନେ। ଯେବେ ଆମେ ନିଜେ ନିଜକୁ କୁତୁକୁତୁ କରିବାକୁ ଚେଷ୍ଟା କରୁ ମସ୍ତିଷ୍କର ପଛଭାଗରେ ଥିବା ସେରିବେଲମ ଆଗୁଆ ଏହାକୁ ଠଉରେଇନିଏ। ଆଉ କାର୍ଟେକ୍ସକୁ ଏହା ସମ୍ପର୍କରେ ସଙ୍କେତ ପଠାଏ। ଏମିତିରେ କୁତୁକୁତୁ ପାଇଁ କାର୍ଟେକ୍ସ ଆଗୁଆ ସଚେତନ ହୋଇଯାଏ। ମସ୍ତିଷ୍କ ଜାଣିଯାଏ ଯେ ନିଜେ କୁତୁକୁତୁ କଲେ କିଛି କ୍ଷତି ହେବ ନାହିଁ। ସେଥିପାଇଁ ସତର୍କ ହୁଏନା। ଆଉ ସେନ୍ସରୀ ଅର୍ଗାନ କିଛି ପ୍ରତିକ୍ରିୟା ଦିଏ ନାହିଁ; ଯଦ୍ଦ୍ବାରା ଆମେ ନିଜେ କଲେ କୁତୁକୁତୁ ଲାଗେ ନାହିଁ। ଅନ୍ୟପକ୍ଷେ ଅନ୍ୟ କେହି କୁତୁକୁତୁ କଲେ ଆମ ମସ୍ତିଷ୍କ ତୁରନ୍ତ ଆଲର୍ଟ ବା ସତର୍କ ହୋଇଯାଏ ଓ ପ୍ରତିକ୍ରିୟା ହସ ଓ ହସ ରୋକିବା ପ୍ରୟାସରେ ଦେଖାଯାଏ।

କୁତୁକୁତୁର ପ୍ରକାର: ବୈଜ୍ଞାନିକଙ୍କ ମତରେ କୁତୁକୁତୁ ଦୁଇ ପ୍ରକାରର । ପ୍ରଥମ ହେଉଛି ନିସମେସିସ୍‌, ଯେଉଁଥିରେ ଶରୀରକୁ ହାଲ୍‌କା ସ୍ପର୍ଶ କଲେ ସେହି ସ୍ଥାନର ପତଳା ଚର୍ମ ପରସ୍ତ ତଥା ଏପିଡର୍ମିସରେ ଥିବା ଶୀରା ମସ୍ତିଷ୍କକୁ ଖବର ପଠାଇଥାଏ। ଫଳରେ ଆମକୁ ହାଲ୍‌କା କୁଣ୍ଡାଇ ହେବାପରି ଅନୁଭୂତ ହୁଏ। ଅନ୍ୟଟି ହେଉଛି ଗାର୍ଗାଲେସିସ୍‌, ଯେଉଁଥିରେ ପେଟ, ବେକ, କାଖକୁ ଛୁଇଁଲେ ଆମେ ଖୁବ୍‌ ଜୋର୍‌ରେ ହସିଥାଉ। ବୈଜ୍ଞାନିକ କହନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରର ଭିନ୍ନ ଭିନ୍ନ ଭାଗ ସମ୍ବେଦନଶୀଳ ହୋଇଥାଏ। ତେବେ ଖାସ୍‌କରି ଏମିତି ସ୍ଥାନରେ ବେଶି କୁତୁକୁତୁ ଲାଗେ, ଯେଉଁ ସ୍ଥାନ ହାଡ଼ଦ୍ୱାରା କମ୍‌ ଘେରେଇ ହୋଇ ରହିଥାଏ। ଯେମିତି କି ପେଟ ଓ ତଳିପାଦ।

ଦଣ୍ଡ ଥିଲା କୁତୁକୁତୁ: ଆମେ ଜାଣୁ ଯେ, ସାଙ୍ଗସାଥୀ, ପରିବାରର ପ୍ରିୟ ସଦସ୍ୟଙ୍କୁ ମଜାମସ୍ତିରେ କୁତୁକୁତୁ କରାଯାଇଥାଏ। ହେଲେ ପୂର୍ବେ କୁତୁକୁତୁକୁ ଦଣ୍ଡଭାବେ ବି ବ୍ୟବହାର କରାଯାଉଥିଲା। ବ୍ରିଟିଶ ମେଡିକାଲ ଜର୍ନାଲରେ ଛପାଯାଇଥିବା ଏକ ଆଲେଖ୍ୟ ଅନୁସାରେ ଚାଇନାର ହାନ ଶାସକଙ୍କ ଶାସନ କାଳରେ ବଡ଼ ବଡ଼ ପଦବୀରେ ଥିବା ବ୍ୟକ୍ତିଙ୍କ ଛୋଟମୋଟ ଭୁଲ ପାଇଁ ‘ଚାଇନିଜ ଟିକଲ୍‌’ ଉପାୟରେ ଅର୍ଥାତ୍‌ କୁତୁକୁତୁ କରି ଦଣ୍ଡ ଦିଆଯାଉଥିଲା। ସେମାନଙ୍କୁ ସେ ପର୍ଯ୍ୟନ୍ତ କତୁକୁତୁ କରାଯାଉଥିଲା ଯେପର୍ଯ୍ୟନ୍ତ ସେମାନେ ହସି ହସି ଅଣନିଃଶ୍ୱାସୀ ନ ହୋଇଛନ୍ତି । ପ୍ରାଚୀନ ରୋମରେ ବି କୁତୁକୁତୁ ଦଣ୍ଡ ଥିଲା, ଯାହାକି ବହୁତ କଷ୍ଟଦାୟକ ଥିଲା। ଏଥିରେ ଦୋଷୀର ପାଦକୁ ଲୁଣ ପାଣିରେ ଧୁଆ ଯାଉଥିଲା ଓ ପାଦକୁ ଛେଳି ଦ୍ୱାରା ଚଟାଇ ସଫା କରାଯାଉଥିଲା। ଛେଳି ସେ ପର୍ଯ୍ୟନ୍ତ ପାଦ ଚାଟୁଥିଲା ଯେ ପର୍ଯ୍ୟନ୍ତ ପାଦ ଖଣ୍ଡିଆ ନ ହୁଏ। ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ଏକ ନାଜି କ୍ୟାମ୍ପରେ ଜର୍ମାନୀ ସେନା, ଲୋକଙ୍କୁ ସେ ପର୍ଯ୍ୟନ୍ତ କୁତୁକୁତୁ ଦଣ୍ଡ ଦେଉଥିଲା ଯେ ପର୍ଯ୍ୟନ୍ତ ସେମାନଙ୍କର ମୃତ୍ୟୁ ନ ହୋଇଛି। ଜାପାନରେ ବି ପୂର୍ବେ କ୍ରିମିନାଲ କୋଡ୍‌ ଅନ୍ତର୍ଭୁକ୍ତ ହେଉ ନ ଥିବା ଭୁଲ୍‌ ପାଇଁ ମଧ୍ୟ ‘ମର୍ସିଲେସ୍‌ ଟିକଲିଂ’ର ଦଣ୍ଡ ଦିଆଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…

ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍‌ ହେଉ କିମ୍ୱା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri