Posted inଖେଳ

ସଚିନ୍‌ଙ୍କୁ ସାଥୀ ଖେଳାଳି କାହିଁକି ଡାକନ୍ତି ‘ପାଜି’

ନୂଆଦିଲ୍ଲୀ: ଏହା ସମସ୍ତେ ଜାଣନ୍ତି ଯେ, ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ସାଥୀ ଖେଳାଳିମାନେ ‘ପାଜି’ ଭାବରେ ସମ୍ବୋଧନ କରିଥାନ୍ତି। ଏହା କେବଳ ଯେ ପୂର୍ବତନ ଖେଳାଳିମାନେ ତା ନୁହେଁ ବରଂ ବର୍ତ୍ତମାନର ପିଢ଼ି ମଧ୍ୟ ତାଙ୍କୁ ସଚିନ ପାଜି ବୋଲି ଅଧିକାଂଶ ସମୟ ଡାକିଥାନ୍ତି। ଦୀର୍ଘ ବର୍ଷ ଧରି ସଚିନଙ୍କ ସହ ଏକାଠି ଡ୍ରେସିଂରୁମ୍‌ ଶେୟାର କରିଥିବା ଆଶିଷ ନେହେରା ଏହା ପଛରେ ରହିଥିବା କାରଣ ନିକଟରେ ପ୍ରକାଶ କରିଛନ୍ତି।
କହିଛନ୍ତି, ୨୦୦୩ ବିଶ୍ୱକପ୍‌ର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଆମେ ତାଙ୍କୁ ପାଜି ବୋଲି ଡାକିବା ଆରମ୍ଭ କରିଥିଲୁ। ଏହି ମ୍ୟାଚ୍‌ରେ ସଚିନ (୯୮ ରନ)ଙ୍କ ଆକର୍ଷଣୀୟ ଇନିଂସ ଯୋଗୁ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଥିଲା। ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ସଚିନଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ୍‌ ଜିତିସାରି ଆମେ ଯେତେବେଳେ ହୋଟେଲକୁ ଫେରୁଥିଲୁ, ହରଭଜନ ସିଂ ବସ୍‌ର ପଛ ସିଟ୍‌ରେ ବସି ‘ପାଜି ନମ୍ବର ୧’ ଗୀତ ଗାଇଥିଲେ। ଏହାପରେ ଆମେ ସମସ୍ତେ ତେନ୍ଦୁଲକରଙ୍କୁ ପାଜି ବୋଲି ଡାକିବା ଆରମ୍ଭ କଲୁ। ତାଙ୍କ ପୂର୍ବରୁ ଜଣେ ପାଜି ଥିଲେ, ଯିଏକି କପିଳ ପାଜି। ଏଠାରେ ଉଲ୍ଲେଖଯୋଗ୍ୟ, ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୭୩ ରନ କରିଥିଲା। ଜବାବରେ ସଚିନଙ୍କ ୯୮ ରନର ଇନିଂସ ବଳରେ ଭାରତ ୨୬ ବଲ ପୂର୍ବରୁ ଲକ୍ଷ୍ୟ ହାସଲ କରିନେଇଥିଲା। ସୋଏବ ଅଖତର୍‌ଙ୍କ ଏକ ବାଉନ୍ସର୍‌ ବଲ୍‌କୁ ଖେଳିବାକୁ ଯାଇ ସଚିନ ପଏଣ୍ଟ ଅଞ୍ଚଳରେ କ୍ୟାଚ୍‌ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ କିନ୍ତୁ ସେ ଅଖତର୍‌ଙ୍କ ପଏଣ୍ଟ ଉପରେ ଏକ ଚମତ୍କାର ଛକା ମାରିଥିଲେ, ଯାହାକୁ ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri