ଲଗାଣବର୍ଷାରେ ଭାସିଗଲେ ୪, ଚାଳ ଉପରେ ଆଶ୍ରୟ ନେଲେ ୭ ଶ୍ରମିକ

ଭୁବନ,୧୫ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମୟ ହୋଇଯାଇଛି। ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ହୋଇଥିବାରୁ ରାମିଆଳ, ପାଣ୍ଡରା ବ୍ରାହ୍ମଣୀ ନଦୀର ପାଣି ବଢ଼ିଥିଲା। ଫଳରେ ଶନିବାର ଭୁବନକୁ କାମାକ୍ଷାନଗରକୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଥିଲା । ଭୁବନ ବ୍ଲକ ଦୟଣାବିଲ ଗ୍ରାମ ନିକଟରେ ବହି ଯାଇଥିବା ରାମିଆଳ ନଦୀରେ ଅଧିକ ପାଣି ଆସି ୫୩ ନଂ ଜାତୀୟ ରାଜପଥ ଉପରେ ୫ ଫୁଟରୁ ଊର୍ଦ୍ଧ ବନ୍ୟାପାଣି ପ୍ରବାହିତ ହୋଇଥିବା ବେଳେ ପାଣ୍ଡରା ନାଳରେ ଅଧିକ ପାଣି ଆସି ମହୁଲପାଳ ହାଟଛକରୁ ଦୟଣାବିଲ ଅଞ୍ଚଳକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାଟି ଭାସିଯାଇ ଗମନାଗମନ ବନ୍ଦ ହୋଇଯାଇଛି । ଦୟଣାବିଲ ପଞ୍ଚାୟତରୁ ଗଡ଼ଗହମପୁର ଗ୍ରାମ ଦେଇ ଭୁବନ ବ୍ଲକକୁ ସଂଯୋଗ କରୁଥିବା ପାଣ୍ଡରା ନାଳରେ ଉପରେ ନିର୍ମାଣାଧୀନ ପୋଲର ଶ୍ରମିକମାନେ ଅତ୍ୟଧିକ ବନ୍ୟାପାଣି ଆସିବାରୁ ଭୟଭୀତ ହୋଇଯାଇଥିଲେ। ବନ୍ୟାପାଣି ଠିକାଦାରଙ୍କ କ୍ୟାମ୍ପରେ ପଶିଯାଇ ୪ଜଣ ଭାସି ଯାଇଥିବା ବେଳେ ୭ଜଣ ଭୟଭୀତ ହୋଇ ଚାଳ ଉପରେ ଆଶ୍ରୟ ନେଇଥିଲେ। ଶ୍ରମିକମାନେ ଭୟଭୀତ ହୋଇ ଆଖପାଖ ଅଳରେ ଥିବା ଲୋକମାନଙ୍କୁ ପାଟିକରି ଡାକିଥିଲେ। ଖବର ପାଇ ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭାସିଯାଇ ଗଛରେ ଓ ଛପର ଉପରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ ।
ଏ ନେଇ ଭୁବନ ବିଡିଓ ଆଶୀର୍ବାଦ ପରିଡ଼ାଙ୍କୁ ପଚାରିବାରୁ ସମସ୍ତ ଅଞ୍ଚଳ ବୁଲି ଅନୁଧ୍ୟାନ କରୁଛୁ। ଯଥା ସମ୍ଭବ ସମାଧାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲେନି ବନବିଭାଗ କର୍ମଚାରୀ,ଘରେ ପଶିଥିବା ଅହିରାଜକୁ ମାରିଦେଲେ ଲୋକେ

ରଣପୁର,୨୫।୧୦(ସ୍ବ.ପ୍ର.) : ବର୍ଷା ସମୟରେ ଘରେ ପଶିଗଲା ଅହିରାଜ। ଭୟଭୀତ ହୋଇଗଲେ ପରିବାର ସଦସ୍ୟ। ସ୍ନେକ୍‌ ହେଲ୍‌ପଲାଇନ ସଦସ୍ୟଙ୍କୁ ଫୋନ କରାଗଲେ ମଧ୍ୟ ମିଳିଲାନି ସହଯୋଗ।...

ପୋଲିସର ଗାଡ଼ି ଯାଞ୍ଚ ଆରମ୍ଭ: ହେଲମେଟ ନ ପିନ୍ଧି ଗଣିଲେ ଜରିମାନା

ସୋରଡା,୨୮।୧୦: ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ୍‌ ଚାଳକଙ୍କୁ ଅଟକାଇ ଜରିମାନା...

ଅଦିନିଆ ବର୍ଷା, ମଣ୍ଡିରେ ଭିଜୁଛି ଶହଶହ ଧାନବସ୍ତା

ଖଣ୍ଡପଡା,୨୬।୨(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତସ୍ଥିତ ସେବା ସମବାୟ ସମିତିରେ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଧାନମଣ୍ଡି ଖୋଲାଯାଇଛି । ତେବେ ଧାନ ବିକ୍ରି କରିବା...

ବ୍ଲକ୍‌ ରୋଡ୍‌ ଜବର ଦଖଲତହସିଲରେ ଅଭିଯୋଗ

ଝୁମ୍ପୁରା, ୨୩।୭ (ଡି.ଏନ.ଏ.)-ଝୁମ୍ପୁରା ବଜାର ଅଞ୍ଚଳର ୨୦ନଂ ଜାତୀୟ ରାଜପଥର ବ୍ଲକ ଛକ ଠାରୁ ତହସିଲ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଉଖୁଣ୍ଡାକୁ ସଂଲଗ୍ନ...

୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟଖା, ପାନମସଲା ଜବତ

ଝାରସୁଗୁଡା ଅଫିସ,୨୨ା୪ – କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକଡାଉନ ପାଳନ କରାଯାଉଛି। ତେବେ ଏହି ପରିସ୍ଥିତିରେ ଝାରସୁଗୁଡା ସହରର କେତେକ ଅସାଧୁ ବ୍ୟବସାୟୀ...

ବିଏମ୍‌ସି ରାସ୍ତା ନିର୍ମାଣ ବେଳେ ଅଲୋଡ଼ା ହେଲା ଚିଠି ବାକ୍ସ

ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବର୍ତ୍ତମାନ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ସ୍ମାର୍ଟ ରାସ୍ତା ନିର୍ମାଣ ସମୟରେ କେତେବେଳେ ଟ୍ରାଫିକ...

ପୁରୀ ସୁରକ୍ଷା ମଞ୍ଚ- ପ୍ରଶାସନ ବୈଠକ ବିଫଳ: ଜିଲାପାଳ କହିଲେ ‘ବ୍ୟବସାୟିକ କୋଠା ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ’

ପୁରୀ ଅଫିସ,୪।୯: ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ନେଇ ସୁରକ୍ଷା ମଞ୍ଚ ଏବଂ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ନେଇ...

ପୁରୀ ମାରାଥନ୍‌: ସମ୍‌ସଦ୍‌ ଆରା, ମୁକୁନ୍ଦ ଚାମ୍ପିଅନ

ପୁରୀ ଅଫିସ,୨୩।୧: ପ୍ରାକୃତିକ ବିପର୍ଯ୍ୟୟ ସଚେନତନା ସୃଷ୍ଟି ନିମନ୍ତେ ଗୁରୁବାର ସକାଳେ ପୁରୀରେ ମିନି ମାରାଥନ୍‌ ଅନୁଷ୍ଠିତ ହୋଇଯାଇଛି। ମହିଳାବର୍ଗରେ ସମ୍‌ସଦ୍‌ ଆରା ବେଗମ୍‌ ଏବଂ...

Advertisement
Archives

Model This Week