ଭାରତ ଉପରେ କାହିଁକି ଟାରିଫ୍‌ ଲଗାଇଲେ ଟ୍ରମ୍ପ, କହିଲେ ଏହି ବଡ଼ କାରଣ…

ଓ୍ବାଶିଂଟନ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ସମେତ ବିଶ୍ୱର ପ୍ରାୟ ୭୦ ଦେଶ ଉଦ୍ଦେଶ୍ୟରେ ଘୋଷଣା କରିଥିବା ଉଚ୍ଚ ଟାରିଫ୍‌ ଗୁରୁବାର ଭାରତୀୟ ସମୟ ପୂର୍ବାହ୍ନ ୯ଟାରୁ ଲାଗୁ ହୋଇଛି। ଜୁଲାଇ ୩୧ରେ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୨୫% ଆମଦାନୀ ଶୁଳ୍କ ଘୋଷଣା କରିଥିବାବେଳେ ଅଗଷ୍ଟ ୬ରେ ଅତିରିକ୍ତ ୨୫% ଟାରିଫ୍‌ କଷିଛନ୍ତି। ନୂଆ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଅନୁସାରେ ଭାରତରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀ ଉପରେ ମୋଟ ୫୦% ଟାରିଫ୍‌ ଲାଗିବ। ଗୁରୁବାର ୨୫% ଟାରିଫ୍‌ ଲାଗୁ ହୋଇଥିବାବେଳେ ୨୧ ଦିନ ପରେ ୫୦% ଟାରିଫ୍‌ କାର୍ଯ୍ୟକାରୀ ହେବ। ରୁଷିଆଠାରୁ ଭାରତ ତୈଳ କିଣିବା ଜାରି ରଖିଥିବାରୁ ଏପରି ଟାରିଫ୍‌ କଷାଯାଇଛି ବୋଲି ଟ୍ରମ୍ପ୍‌ ଦର୍ଶାଇଛନ୍ତି। ବିଶ୍ୱର ବହୁ ଦେଶ ଅନେକ ବିଲିୟନ୍‌ ଡଲାର ଆମେରିକାଠାରୁ ଲାଭ ଉଠାଇଥିବାବେଳେ ଏଣିକି ସମ୍ପୃକ୍ତ ଦେଶଗୁଡ଼ିକରୁ ଆମେରିକାକୁ ଆର୍ଥିକ ସ୍ରୋତ ବହିବା ଆରମ୍ଭ ହୋଇଛି ବୋଲି ସେ ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲରେ କହିଛନ୍ତି। ଅନ୍ୟପକ୍ଷେ ଏହି ପାରସ୍ପରିକ ଟିକସ ବିଶ୍ୱବ୍ୟାପୀ ଅର୍ଥନୀତିକୁ ପ୍ରଭାବିତ କରିବ ଏବଂ ଭାରତ ଏଥିଯୋଗୁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି।

ବିଶେଷକରି ଭାରତର ବୟନଶିଳ୍ପ, ରାସାୟନିକ ଉଦ୍ୟୋଗ, କୃଷି, ଫାର୍ମା, ଜେମ୍ସ ଆଣ୍ଡ ଜୁଏଲେରୀ, ଲେଦର ଆଦି କ୍ଷେତ୍ର ବ୍ୟାପକ କ୍ଷତି ସହିବ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି। ଅନ୍ୟପକ୍ଷେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହିର୍ବ୍ୟାପାର ଓ ଆର୍ଥିକ ନୀତିକୁ ସମାଲୋଚନା କରିଛନ୍ତି। ମୋଦି କ୍ଷମତାକୁ ଆସିବା ପରଠୁ ଭାରତକୁ ସ୍ବାବଲମ୍ବୀ କରିବା ଉପରେ ଗୁରୁତ୍ୱ ଦେଉଥିବା କହିଆସୁଛନ୍ତି। କିନ୍ତୁ ବିଗତ ୧୧ ବର୍ଷରେ ଆମତ୍ନିର୍ଭରଶୀଳତାର ଲକ୍ଷ୍ୟ ହାସଲ ହୋଇ ନ ଥିବାରୁ ବର୍ଦ୍ଧିତ ଟାରିଫ୍‌ ଭାରତୀୟ ଅର୍ଥନୀତିକୁ ନିମ୍ନଗାମୀ କରିବା ଆଶଙ୍କା ଉପୁଜିଛି। ଏଭଳି ସ୍ଥଳେ ମୋଦି ଚାଇନା ଗସ୍ତ କରି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବା ପରିବର୍ତ୍ତେ ପ୍ରଥମେ ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ମାଧ୍ୟମରେ ସ୍ଥିତିରେ ସୁଧାର ଆଣିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri