କାହିଁକି ମୃତ୍ୟୁ ପୂର୍ବରୁ ୨ ଲକ୍ଷ ଲୋନ୍‌ କରିଥିଲେ ଶ୍ୱେତା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ସପ୍ଟଓ୍ବେର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁକୁ ନେଇ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟ ପୂର୍ବରୁ ସେ ୨ଲକ୍ଷ ୩୦ ହଜାର ଟଙ୍କା ଲୋନ କରିଥିବା ଜଣାପଡ଼ିଛି। ପରେ ସେ ପୁରୁଷ ବନ୍ଧୁ ସୌମ୍ୟଙ୍କୁ ଟଙ୍କା ଦେଇଥିବା ମୋବାଇଲ୍‌ ଚାଟ୍‌ ସାମ୍ନାକୁ ଆସିବା ପରେ ଏହା ଆହୁରି ସନ୍ଦେହ ବଢ଼ାଉଛି । ତେବେ ଲୋନ୍‌ ସମ୍ପର୍କରେ ପରିବାର ଲୋକଙ୍କୁ ସ୍ବେତା ଜଣାଇ ନ ଥିବା ମଧ୍ୟ ସୂଚନା ମିଳିଛି।
ତେବେ ସେ କାହିଁକି ଏତେ ଟଙ୍କାର ଲୋନ୍‌ କରିଥିଲେ? ବଡ଼ ଚାକିରି ସତ୍ତ୍ୱେ ଟଙ୍କାର ଆବଶ୍ୟକତା କ’ଣ ରହିଥିଲା କି? ଲୋନ୍‌ ଟଙ୍କା ସେ କାହା ପାଖକୁ ପଠାଇଛନ୍ତି କି ? ଏମିତି କିଛି ପ୍ରଶ୍ନ ମନରେ ଉଙ୍କି ମାରୁଛି। ଲୋନ ଲିଙ୍କ୍‌ ମିଳିବା ପରେ ଏବେ ଶ୍ୱେତାଙ୍କ ବ୍ୟାଙ୍କ ନେଣଦେଣକୁ ନେଇ ପୋଲିସ ତଦନ୍ତ କରୁଛି। ପୂର୍ବରୁ ଶ୍ୱେତା-ସୌମ୍ୟଜିତଙ୍କ ଚାଟ୍‌ରେ ଟଙ୍କା ସମ୍ପର୍କରେ ଉଲ୍ଲେଖ ରହିଛି ।