କାହିଁକି ସସ୍ମିତ ନେଲେ ଏତେ ବଡ଼ ନିଷ୍ପତ୍ତି: ଗୁମର ଖୋଲିଦେଲେ ସପ୍ତଗିରି

ଭୁବନେଶ୍ୱର,୧୨।୪(ରବିନାରାୟଣ ଜେନା):ରାଜ୍ୟ ସଭାରେ ଓ୍ବକ୍‌ଫ ବିଲ୍‌ ପାରିତ ବେଳେ ବିଜେଡି ସଦସ୍ୟ ଡ. ସସ୍ମିତ ପାତ୍ରଙ୍କ ଉପରେ ଦ୍ୱିତୀୟ କ୍ଷମତା କେନ୍ଦ୍ରର ଚାପ ଥିଲା ବୋଲି କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଶୁକ୍ରବାର ଭି. କେ ପାଣ୍ଡିଆନଙ୍କୁ ଆକ୍ଷେପ କରି କହିଛନ୍ତି।
ଗଣମାଧ୍ୟମରେ କହିଛନ୍ତି, ରାଜ୍ୟ ସଭାରେ ମତଦାନ ବେଳେ ସସ୍ମିତ କିଛି ସମୟ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କ ଉପରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ତଥା ପାଣ୍ଡିଆନ ଚାପ ପକାଇଥିଲେ; ଯେଉଁଥିପାଇଁ ସେ ଗଣମାଧ୍ୟମ ସମ୍ମୁଖରେ ସଦସ୍ୟମାନଙ୍କୁ ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ବିବେକାନୁମୋଦିତ ଭୋଟଦେବାକୁ କହିଥିଲେ। ତେବେ ସଂସଦୀୟ ଗଣତନ୍ତ୍ରରେ ପ୍ରଥମଥର ପାଇଁ ବିଜେଡି ସଦସ୍ୟଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ୍ବକ୍‌ଫ ବିଲ୍‌କୁ ବିରୋଧ କରିବାପାଇଁ କହିସାରିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସସ୍ମିତଙ୍କ ୟୁଟର୍ନ କେବଳ ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ଚାପ ଯୋଗୁ ସମ୍ଭବ ହୋଇଛି ବୋଲି ସପ୍ତଗିରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri