ଚାରି ବର୍ଷର ବ୍ରେକ୍‌, ଏବେ ପୁଣି ଫେରୁଛନ୍ତି ରତନ ରାଜପୁତ୍‌

ବମ୍ବେ: ଟେଲିଭିଜନଜଗତର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରତନ ରାଜପୁତ। ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ସେ କୌଣସି ଶୋ’ରେ ନଜର ଆସିନାହାନ୍ତି। ପ୍ରଶଂସକମାନେ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଏବେ ସେ ଦିନ କେବେ ଆସିବ ସେଥିନେଇ ରତନ ନିଜେ ଅପ୍‌ଡେଟ୍‌ ଦେଇଛନ୍ତି।

ଶେଷ ଥର ପାଇଁ ରତନ ଟେଲି ଧାରାବାହିକ ‘ସନ୍ତୋଷୀ ମା’ରେ ନଜର ଆସିଥିଲେ। ଅଭିନେତ୍ରୀ ଏହା ପଛର କାରଣ ବିଷୟରେ କହିଥିଲେ ଯେ, ୨୦୧୮ରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ଶୋବିଜ୍‌ରୁ ବ୍ରେକ୍‌ ନେଇଥିଲେ। ସେ ଡିପ୍ରେସନକୁ ଚାଲି ଯାଇଥିବା ଯୋଗୁ ନିଜ ଉପରେ ଧ୍ୟାନ ଦେବାକୁ ଠିକ୍‌ ବୋଲି ଭାବିଥିଲେ।

ଡିପ୍ରେସନ ଅର୍ଥ କେବଳ ମୁଡ୍‌ ସୁଇଂ ନୁହେଁ କି କାନ୍ଦିବା ନୁହେଁ। ଏଭଳି ଅବସ୍ଥାରେ ଲୋକଙ୍କ ସହ ଅନ୍ୟ କଥାସବୁ ଘଟେ। ଏଥିଲାଗି ମେଡିକେଶନ ନେବାକୁ ଚାହୁଁ ନ ଥିଲି। ଏଥିଲାଗି ମୁଁ ସାଇକୋଲୋଜି ପଢ଼ିବାକୁ ନିଷ୍ପତ୍ତି ନେଇଥିଲି। ଏହାଫଳରେ ସବୁ ଜିନିଷ ଭଲ ଭାବେ ବୁଝିପାରିବି ବୋଲି ଲାଗିଥିଲା। ଏହାଛଡ଼ା ମୁଁ ଭ୍ରମଣ କରିବା ଆରମ୍ଭ କରିଥିଲି। ଗାଁ ଜୀବନକୁ ଉପଭୋଗ କରିଥିଲି। ଏସବୁ ପାଇଁ ମୁମ୍ବାଇ ଛାଡ଼ିବାକୁ ପଡ଼ିଥିଲା।

ତିନି ମାସ ଯାଏ ଗାଁରେ ଚାଷ କରିବା ମୋ ପାଇଁ ଥେରାପି ଭଳି ଥିଲା। ଏହା ଅନେକାଂଶରେ ମୋତେ ଠିକ୍‌ ହେବାରେ ସହାୟକ ହୋଇଥିଲା। ଗାଁର ଚିନ୍ତାମୁକ୍ତ ଜୀବନ କେଉଁଭଳି ଲୋକେ ବଞ୍ଚନ୍ତି ତାହା ଶିଖିଥିଲି। ସେଠାରେ ମୁଁ ନିଜ ସମୟକୁ ଉପଭୋଗ କରିଥିଲି। ଅଭିନୟ ବହୁତ କିଛି ଶିଖାଇଥିଲା, ହେଲେ ଗାଁରେ ରହିବା ପରେ ଜୀବନ ଜିଇଁବାକୁ ନେଇ ଏକ ନୂଆ ଦୃଷ୍ଟିକୋଣ ମୋତେ ମିଳିଛି ବୋଲି ରତନ କହିଛନ୍ତି।

ରତନ ୟୁଟ୍ୟୁବ୍‌ରେ ବେଶ ଆକ୍ଟିଭ ଥିବା ବେଳେ ଖୁବ୍‌ଶୀଘ୍ର ଟେଲିଭିଜନକୁ ଫେରିବାକୁ ଯୋଜନା ରଖିଛନ୍ତି। ବ୍ରେକ୍‌ ନେଇ କା ତାଙ୍କ ଜୀବନର କେବଳ ଏକ ଅଂଶ, ଜୀବନ ନୁହେଁ ବୋଲି ଲାଗିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri