Posted inଖେଳ

କେବେ ଦୁଇବେଳା ମ୍ୟାଗି ଖାଇ ରହୁଥିଲେ, ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ପାଣ୍ଡ୍ୟା ବ୍ରଦର୍ସ

ନୂଆଦିଲ୍ଲୀ,୨୬।୧୦: ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମୁକାବିଲାରେ ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଥବେ ବୋଲିଂ ଆଉ ପରେ ବ୍ୟାଟିଂରେ ଚମକିଥିଲେ ସେ। ମ୍ୟାଚ୍‌ ଶେଷ ହେବା ପରେ ହାର୍ଦ୍ଦିକ ଭାବବିହ୍ବଳ ହେବା ଦେଖାଯାଇଥିଲା। ସେ ନିଜର ଦିବଂଗତ ବାପାଙ୍କୁ ମନେ ପକାଇଥିଲେ।

ଦେଖିବାକୁ ଗଲେ ହାର୍ଦ୍ଦିକ ଏବଂ ତାଙ୍କ ଭାଇ କ୍ରୁନାଲଙ୍କର କ୍ରିକେଟର ଭାବେ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ। ଭାରତ ପାଇଁ ଖେଳିବା ପର୍ଯ୍ୟନ୍ତର ଯାତ୍ରା ସେତେଟା ସହଜ ନ ଥିଲା। ଉଭୟ ଗରିବ ପରିବାରରେ ଦିନ ବିତାଇଥିଲେ। କାରଣ ବାପା ହିମାଂଶୁଙ୍କୁ କ୍ରିକେଟ ପସନ୍ଦ ଥିବାରୁ ସେ ପୁଅ ଦୁହିଁଙ୍କୁ କ୍ରିକେଟର କରିବା ଲାଗି ‘କାର୍‌ ଫାଇନାନ୍ସ ବ୍ୟବସାୟ’କୁ ବନ୍ଦ କରି ବଡୋଦରା ସିଫ୍ଟ ହୋଇଥିଲେ। ସେତେବେଳେ ହାର୍ଦ୍ଦିକଙ୍କୁ ୫ ବର୍ଷ ଏବଂ କ୍ରୁଣାଳଙ୍କୁ ୭ ବର୍ଷ ହୋଇଥିଲା। ହିମାଂଶୁ ଚାହୁଁଥିଲେ ତାଙ୍କ ପୁଅମାନେ ଭଲ କ୍ରିକେଟ ଟ୍ରେନିଂ ନିଅନ୍ତୁ। ଏଥିଲାଗି ବଡୋଦରାର ‘କିରନ ମୋରେ କ୍ରିକେଟ ଏକାଡେମୀ’ରେ ଉଭୟଙ୍କ ନାମ ଲେଖାଇଥିଲେ। ହାର୍ଦ୍ଦିକ ଭଲ ପଢ଼ୁ ନ ଥିବାରୁ ନବମ ଶ୍ରେଣୀରେ ଫେଲ ହୋଇଥିଲେ। ପରେ କ୍ରିକେଟର କିରଣ ମୋରେ ତାଙ୍କୁ ପ୍ରାୟ ୩ ବର୍ଷ ଯାଏ ମାଗଣା ଟ୍ରେନିଂ ଦେଇଥିଲେ।

ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ପାଣ୍ଡ୍ୟା ପରିବାର ଏକ ଭଡ଼ା ଘରେ ରହୁଥିଲେ। ଏପରିକି ଦିନକୁ ଦୁଇବେଳା ମ୍ୟାଗି ହିଁ ଖାଉଥିଲେ। ଅନ୍ୟଠାରୁ ମାଗି କ୍ରିକେଟ ସାମଗ୍ରୀକୁ ବ୍ୟବହାର କରୁଥିଲେ। ଦୁଇ ଭାଇ ୪୦୦ରୁ ୫୦୦ ଟଙ୍କା ରୋଜଗାର କରିବାକୁ ପାଖ ଗାଁରେ ହେଉଥିବା କ୍ରିକେଟ ଟୁର୍ନାମେଣ୍ଟରେ ଖେଳିବାକୁ ଯାଉଥିଲେ।

୨୦୧୦ରେ ହାର୍ଦ୍ଦିକଙ୍କ ବାପାଙ୍କୁ ଦୁଇଥର ହୃଦ୍‌ଘାତ ହୋଇଥିଲା। ଏହାପରେ ସେ ଚାକିରି ଛାଡ଼ିଥିଲେ। ପରେ ଘରର ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ମାତ୍ର ଧିରେ ଧିରେ ସମୟ ବଦଳିଥିଲା। ଉଭୟ ଭାଇ କ୍ରିକେଟଜଗତରେ ନାଁ କମାଇଥିଲେ। ଆଇପିଏଲ ସେମାନଙ୍କର ଭାଗ୍ୟ ବଦଳାଇବାରେ ସହାୟକ ହୋଇଥିଲା। ଏବେ ଦୁଇ ଭାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ହାର୍ଦ୍ଦିକ-କ୍ରୁଣାଳ ନିଜର ବିଳାସପୂର୍ଣ୍ଣ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବିଶେଷକରି ଦାମୀ ଗାଡ଼ି, ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri