Posted inଖେଳ

କାହିଁକି ପ୍ରଶଂସକଙ୍କୁ ବ୍ୟାଟରେ ବାଡ଼େଇବାକୁ ଉଠିଥିଲେ ଇଞ୍ଜାମାମ

ନୂଆଦିଲ୍ଲୀ, ୧୮।୭- ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଯେବେ ବି କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥାଏ ଏହା ବେଶ୍‌ ରୋମାଞ୍ଚକ ହୋଇଥାଏ। ସାରା ବିଶ୍ୱର କ୍ରିକେଟ୍‌ପ୍ରେମୀଙ୍କ ନଜର ସେତେବେଳେ ଏହି ମ୍ୟାଚ୍‌ ଉପରେ ଥାଏ। ମ୍ୟାଚ୍‌ ସମୟରେ ପଡ଼ିଆ ଭିତରେ ଯେମିତି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥାଏ ପଡ଼ିଆ ବାହାରେ ମଧ୍ୟ ଦର୍ଶକଙ୍କ କୋଳାହଳ ମ୍ୟାଚ୍‌ର ଉଷ୍ମତାକୁ ଆହୁରି ବଢ଼ାଇ ଦେଇଥାଏ। ପଡ଼ିଆ ଭିତରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଯେତେ ବିବାଦ ଥିଲେ ମଧ୍ୟ କିନ୍ତୁ ସେମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତ୍ୱ ରହିଥାଏ। ଏମିତି ଏକ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀକୁ ବର୍ଣ୍ଣନା କରିଛନ୍ତି ପୂର୍ବତନ ମହାନ ପାକିସ୍ତାନ କ୍ରିକେଟର୍‌ ଓ୍ବାକର ୟୁନିସ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସ୍ତ୍ରୀଙ୍କ ନାମ ଧରି ଜଣେ ପ୍ରଶଂସକ ଖରାପ ଶବ୍ଦ ବ୍ୟବହାର କରିଥିବାବେଳେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ ଉଲ୍‌-ହକ୍‌ କିପର ବ୍ୟାଟ୍‌ ଧରି ସେହି ପ୍ରଶଂସକଙ୍କୁ ବାଡ଼େଇବାକୁ ଉଦ୍ୟତ ହୋଇଥିଲେ ସେହି କଥାକୁ ୟୁନିସ ନିକଟରେ ଏକ ସାକ୍ଷାତ୍‌କାର ଅବରସରେ ସ୍ମରଣ କରିଛନ୍ତି।


ଘଟଣାକୁ ସ୍ମରଣ କରି ଓ୍ବାକର କହିଛନ୍ତି, ୧୯୯୭ରେ କାନାଡାର ଟରୋଣ୍ଟୋଠାରେ ଆୟୋଜିତ ଶାରଜା କପ୍‌ର ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦର୍ଶକଙ୍କ ମଧ୍ୟରୁ କେହି ଜଣେ ଇଞ୍ଜାମାମଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ୟ କରି ତାଙ୍କୁ ଆଳୁ ଆଳୁ ବୋଲି ଚିତ୍କାର କରି ଡାକିଥିଲା। ଇଞ୍ଜାମାମ କିନ୍ତୁ ଦର୍ଶକଙ୍କ ଏଭଳି ବ୍ୟବହାର ସତ୍ତ୍ୱେ ନିଜକୁ ଶାନ୍ତ ରଖିଥିଲେ। କିନ୍ତୁ ଯେତେବେଳେ ମହମ୍ମଦ ଆଝାରୁଦ୍ଦିନଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦର୍ଶକଙ୍କ ମଧ୍ୟରୁ କେହି ଜଣେ ଖରାପ ଶବ୍ଦ ପ୍ରୟୋଗ କରିଥିଲେ ଇଞ୍ଜାମାମ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ସେ ଅଧିନାୟକଙ୍କୁ କହି ଫାଇନ୍‌ ଲେଗ୍‌ ଥାର୍ଡମ୍ୟାନ ଏରିୟାରେ ଫିଲ୍ଡିଂ କରିବାକୁ ଯାଇଥିଲେ ଏବଂ ଦ୍ୱାଦଶ ଖେଳାଳିଙ୍କୁ ଏକ ବ୍ୟାଟ୍‌ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଓ୍ବାକର କହିଛନ୍ତି। କିଛି ସମୟ ପରେ ଇଞ୍ଜମାମ ଦର୍ଶକ ଗ୍ୟାଲେରୀ ପାହଚ ଚଢ଼ି ସେହି ଦର୍ଶକଙ୍କ ସହିତ ଧସ୍ତାଧସ୍ତି କରିଥିଲେ। ଏହାପରେ ଅନ୍ୟ ଦର୍ଶକମାନେ ତାଙ୍କୁ ପଡ଼ିଆ ଭିତରକୁ ଆଣିବାରେ ସଫଳ ହୋଇଥିଲେ। ଏହି ସମୟରେ ସେହି ଦର୍ଶକ ଜଣଙ୍କ ଆକ୍ରମଣ ଉଦ୍ଦେଶ୍ୟରେ ଇଞ୍ଜାମାମଙ୍କ ଉଦ୍ଦେଶ୍ୟରେ ଦୌଡ଼ିଥିଲେ। ଇଞ୍ଜାମାମ ସଙ୍ଗେ ସଙ୍ଗେ ଦ୍ୱାଦଶ ଖେଳାଳିଙ୍କ ନିକଟରୁ ବ୍ୟାଟ୍‌ ଛଡ଼ାଇ ଖରାପ ଶବ୍ଦ ବ୍ୟବହାର କରିଥିବା ସେହି ଦର୍ଶକଙ୍କୁ ବାଡ଼େଇବାକୁ ଉଦ୍ୟତ ହେଉଥିଲେ ମଧ୍ୟ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାରେ ସଫଳ ହୋଇଥିଲେ। ଏହି ଘଟଣାରେ ଇଞ୍ଜାମାମଙ୍କୁ କୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା। ଅବଶ୍ୟ ଆଝାରୁଦ୍ଦିନ କୋର୍ଟରୁ ମୁକୁଳାଇବାରେ ତାଙ୍କୁ ସହାୟତା କରିଥିଲେ। ପରେ ଇଞ୍ଜାମାମ ନିଜ ଭୁଲ ଲାଗି କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ତାଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

୨୦ହଜାର କୋଟି କ୍ଷତି, ଝୁଲୁଛି AI 171 ତଦନ୍ତର ଖଣ୍ଡା , ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ…

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri