Posted inଜାତୀୟ

ବାବା ସାହେବ ଆମ୍ବେଦକର କାହିଁକି କରିଥିଲେ ଧର୍ମ ପରିବର୍ତ୍ତନ? ହିନ୍ଦୁରୁ ହୋଇଥିଲେ…

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ଏବଂ ରାଜ୍ୟ ସଭାରେ ସମ୍ବିଧାନ ଉପରେ ଜୋରଦାର ବିତର୍କ ଚାଲିଥିଲା। ଗୃହମନ୍ତ୍ରୀ ଅମିତ ଶାହଶଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସମସ୍ତ ବିରୋଧୀ ଦଳ ଭାଜପାକୁ କଟାକ୍ଷ କରୁଥିବା ବେଳେ ଶାହାଙ୍କ ଇସ୍ତଫା ଦାବି କରୁଛନ୍ତି।

ପୁଣିଥରେ ବାବା ସାହେବ ଡା. ଭିମରାଓ ଆମ୍ବେଦକର ଭାରତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି। ଆସନ୍ତୁ ଆପଣଙ୍କୁ ଆମ୍ବେଦକରଙ୍କ ବିଷୟରେ ଏଭଳି ଏକ କଥା ବିଷୟରେ କହିବୁ, ଯାହାକି ଏଯାବତ ଆଜିର ଯୁବପୀଢ଼ି ଅନଭିଜ୍ଞ।

ଦେଶ ସ୍ବାଧୀନ ହେବା ପରେ ଗଣତାନ୍ତ୍ରିକ ଦେଶ ନିର୍ମାଣରେ ଆମ୍ବେଦକରଙ୍କ ପ୍ରମୁଖ ଭୂମିକା ରହିଥିଲା। ବହୁତ କମ୍‌ ଲୋକ ଜାଣନ୍ତି ସେ ପ୍ରଥମେ ଜଣେ ହିନ୍ଦୁ ଥିଲେ, ହେଲେ ପରେ ସେ ଧର୍ମ ପରିବର୍ତ୍ତନ କରି ବୌଦ୍ଧ ଧର୍ମ ଆପଣାଇଥିଲେ।

ଆମ୍ବେଦକର ଭାବୁଥିଲେ ଯେ ଜାତି ପ୍ରଥା ଥିବା ଯୋଗୁ ହିନ୍ଦୁ ଧର୍ମରେ କରୁଣା, ସମାନତା ଏବଂ ସ୍ବାଧୀନତା ଭଳି ବ୍ୟକ୍ତିର ବିକାଶ ଲାଗି ଜରୁରୀ ତତ୍ତ୍ୱର ଅଭାବ ରହିଛି। ସେ ହିନ୍ଦୁ ଧର୍ମରେ ଥିବା ବର୍ଣ୍ଣ ବ୍ୟବସ୍ଥାକୁ ଶେଷ କରିବାକୁ ଆଇନର ଆଶ୍ରା ନେଇଥିଲେ। ପରେ ସେ ବୁଝି ଯାଇଥିଲେ ଯେ ଯେଉଁ ପରିବର୍ତ୍ତନ ସେ ଚାହାନ୍ତି, ତାହା କେବେ ବି ସମ୍ଭବ ନୁହେଁ।

ବୌଦ୍ଧ ଧର୍ମ ଗ୍ରହଣ କରିବା ପୂର୍ବରୁ ଆମ୍ବେଦକର ଅନ୍ୟ ଧର୍ମ ଉପରେ ବିଚାର କରିଥିଲେ। ହେଲେ ଶେଷରେ ବେଦ୍ଧ ଧର୍ମକୁ ବାଛିଥିଲେ। ୧୩ ଅକ୍ଟୋବର ୧୯୩୫ରେ ସେ ହିନ୍ଦୁ ଧର୍ମ ଛାଡ଼ିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ। ସେତେବେଳେ ସେ ଭିନ୍ନ ଧର୍ମକୁ ଆପଣାଇବେ ବୋଲି ଅନୁମାନ କରାଯାଇଥିଲା। ହେଲେ ୨୧ ବର୍ଷ ଯାଏ ସେ ହିନ୍ଦୁ ଧର୍ମ ସହ ଜଡ଼ିତ ଥିଲେ।

୧୯୫୬,ଅକ୍ଟୋବର ୧୪ରେ ଆମ୍ବେଦକର ନାଗପୁରରେ ନିଜର ୩.୬୫ ଲକ୍ଷ ସମର୍ଥକଙ୍କ ସହ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଆପଣାଇଥିଲେ। ତାଙ୍କର ଏହି ପଦକ୍ଷେପକୁ ଧର୍ମ ପରିବର୍ତ୍ତନର ସବୁଠାରୁ ବଡ଼ ଘଟଣା ଭାବେ ବିବେଗନା କରାଯାଏ। ସେତେବେଳେ ସେ କହିଥିଲେ ଯେ, ହିନ୍ଦୁ ଭାବେ ଜନ୍ମ ହୋଇଛି ସତ, ହେଲେ ହିନ୍ଦୁ ଭାବେ ମରିବି ନାହିଁ, ଅନ୍ତତଃପକ୍ଷେ ଏହା ମୋ ସାଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri