Posted inଖେଳ

ଅଶ୍ୱିନଙ୍କୁ କାହିଁକି ଏତେ ଡରୁଛି ଅଷ୍ଟ୍ରେଲିଆ? ରେକର୍ଡ କହୁଛି…

ନୂଆଦିଲ୍ଲୀ,୪।୨: ଫେବୃୟାରୀ ୯ରୁ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଅଷ୍ଟ୍ରେଲିଆ। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଉପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଟିକେଟ ନିର୍ଭର କରୁଛି। ଏହି କାରଣରୁ ଉଭୟ ଟିମ୍‌ ସିରିଜ ଜିତିବା ଲାଗି ଜୋରଦାର ପ୍ରୟାସ କରିବେ ବୋଲି ଅନୁମାନ କରାଯାଉଛି। ଏସବୁ ଭିତରେ ଅଷ୍ଟ୍ରେଲିଆ ପାଇଁ ଚ୍ୟାଲେଞ୍ଜ ପାଲଟିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତର ସ୍ପିନ୍‌ ଟ୍ରାକ୍‌ରେ ତାଙ୍କୁ ସାମ୍ନା କରିବା କଷ୍ଟକର ହେବ ବୋଲି ଅଷ୍ଟ୍ରେଲିୟ ଖେଳାଳି ଭୟଭୀତ ଅଛନ୍ତି। ଅଶ୍ୱିନଙ୍କୁ ସାମ୍ନା କରିବା ଲାଗି ଭାରତର ମହେଶ ପିଥିୟାଙ୍କୁ ନେଟ ବୋଲର ଭାବେ ଅଷ୍ଟ୍ରେଲିଆ ଦଳ ସାମିଲ କରିଛି। ମହେଶ ଅଶ୍ୱିନଙ୍କ ଭଳି ବୋଲିଂ କରୁଥିବାରୁ ତାଙ୍କୁ କ୍ରିକେଟରଙ୍କ ନକଲ ବୋଲି କୁହାଯାଉଛି।

ଆସନ୍ତୁ ଜାଣିବା ଅଶ୍ୱିନଙ୍କୁ ଏତେ ଭୟ କାହିଁକି?
-ଅଶ୍ୱିନ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସଫଳ ବୋଲର। ସେ ଏଯାବତ ୮୮ ମ୍ୟାଚ୍‌ ଖେଳିଥିବା ବେଳେ ୪୪୯ ଉଇକେଟ ନେଇଛନ୍ତି। ୩୦ ଥର ସେ ଗୋଟିଏ ଇନିଂସରେ ୫ ଉଇକେଟ ନେଇଛନ୍ତି। ୭ ଥର ମ୍ୟାଚ୍‌ରେ ସେ ୧୦ରୁ ଅଧିକ ଉଇକେଟ ନେଇଛନ୍ତି।

-ଅଷ୍ଟ୍ରେଲିଆ ବିପକ୍ଷରେ ଅଶ୍ୱିନ ଏଯାବତ ୧୮ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ତାଙ୍କ ନାମରେ ୮୯ ଉଇକେଟ ଅଛି। ନିଜ କ୍ୟାରିୟରରେ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଛନ୍ତି।

-ସିରିଜ ଭାରତରେ ହେବାକୁ ଯାଉଛି। ଘରୋଇ ପିଚ୍‌ରେ ଅଶ୍ୱିନଙ୍କ ରେକର୍ଡ ବେଶ ଭଲ ଅଛି। ଏଯାବତ ସେ ୫୧ ଟେଷ୍ଟରେ ୩୧୨ ଉଇକେଟ ନେଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ବିଷୟରେ କଥା ହେଲେ ଅଶ୍ୱିନ ୧୮ ମ୍ୟାଚ୍‌ରେ ୮୯ ଉଇକେଟ ନେଇଛନ୍ତି। ସେଥିରୁ ୫୦ ଉଇକେଟ ଭାରତରେ ହୋଇଥିବା ଟେଷ୍ଟ ମ୍ୟାଚ୍‌ରୁ ଆସିଛି।

-ଅଶ୍ୱିନ ନିଜ କ୍ୟାରିୟରରେ ଡେଭିଡ୍‌ ଓ୍ବାନର୍ର୍ରଙ୍କୁ ୧୦ ଥର, ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ୬ ଥର ଆଉଟ୍‌ କରିଛନ୍ତି। ଉଭୟ ଚଳିତ ଥର ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂର ସ୍ତମ୍ଭ ବୋଲି କୁହାଯାଉଛି। ଏଥିଲାଗି ଭାରତ ଅଶ୍ୱିନଙ୍କ ଉପରେ ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri