ମହିଳା ଚାକିରି ଛାଡ଼ୁଛନ୍ତି କାହିଁକି

ନିକଟରେ ବିଶ୍ୱବ୍ୟାଙ୍କ୍‌ର ଗଣନାନୁଯାୟୀ ବିବାହ ପରେ ଚାକିରି ଛାଡୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଆର୍ଥିିକ ସ୍ଥିତି ପ୍ରଭାବିତ ହେବା ଆଶଙ୍କା ଉପୁଜିଛି। ଭାରତ ପରି ଜନସଂଖ୍ୟାବହୁଳ ବିକାଶଶୀଳ ରାଷ୍ଟ୍ରରେ ନାରୀ ଆର୍ଥିକ ସ୍ବତନ୍ତ୍ରତା ହାସଲକରିବା ସହ ଦେଶର ଅଭିବୃଦ୍ଧିରେ ଅଂଶୀଦାର ହେବା ଜରୁରୀ। କିନ୍ତୁ କିଛି ସମସ୍ୟା ମହିଳାମାନଙ୍କ ଆର୍ଥିକ ପ୍ରଗତି ସହ ଦେଶର ବିକାଶକୁ ପ୍ରତିହତ କରୁଛି। ଏଭଳି କ୍ରମାଗତ ଚାଲିଲେ ଲିଙ୍ଗଗତ ବିଭେଦ ବୃଦ୍ଧି ସାଙ୍ଗକୁ ସାମାଜିକ ସମନ୍ବୟ ବାଧାପ୍ରାପ୍ତ ହେବ। ଏଥିପାଇଁ ପର୍ଯ୍ୟାପ୍ତ ଆଲୋଚନା, ଅନୁସନ୍ଧାନମୂଳକ ଗବେଷଣା ଜରୁରୀ, ଯାହା ଏ ବିଷମତାକୁ ପ୍ରତିରୋଧ କରିପାରିବ। ଅବଶ୍ୟ ନାରୀପୁରୁଷଭିତ୍ତିକ ଲିଙ୍ଗଗତ ବୈଷମ୍ୟ ପ୍ରାଚୀନକାଳରୁ ରହି ଆସିଛି। ଏହା ଏତେ ବଳିଷ୍ଠ ଯେ ଆଜି ମଧ୍ୟ ନାରୀଟିଏ ନିଜର ପକ୍ଷ ରଖିବାକୁ ଭୟକରେ। ନିଜ ବୌଦ୍ଧିକତା, ସାମର୍ଥ୍ୟକୁ ସେ ସମସ୍ତଙ୍କ ସମ୍ମୁଖକୁ ଆଣିବାର ସୁଯୋଗ ପାଏନାହିଁ।
ଯୁଗର ଅଗ୍ରଗତିରେ ନାରୀର ପ୍ରମୁଖ ଭୂମିକା ରହିଥିଲେ ହେଁ ଦାୟିତ୍ୱବୋଧରେ ଚାପିହୋଇ ତାକୁ ପୁରୁଷର ଛତ୍ରଛାୟା ତଳେ ବଞ୍ଚିବାକୁ ହୁଏ। ଯଦିଓ ପରିବାର ସହ ସମାଜ ଗଠନରେ ନାରୀର ଭୂମିକା ସର୍ବାଧିକ ତେବେ ବି ତାକୁ ସୁବିଧାନୁଯାୟୀ ଅଳ୍ପ ବହୁତେ ବଳି ଚଢ଼ିବାକୁ ହୁଏ। ଯେତେ ପ୍ରକାର ସୁରକ୍ଷା ଯୋଗାଇଦେଲେ ମଧ୍ୟ ଲୋକଙ୍କ ମାନସିକତା ପରିବର୍ତ୍ତନ ନ ହେବା ଯାଏଁ ନାରୀ ଏମିତି ନିଜ ସାମର୍ଥ୍ୟ ସହ ସାଲିସ୍‌ କରୁଥିବ। ତାହା ହିଁ ବିଶ୍ୱବ୍ୟାଙ୍କର ଗବେଷଣାରୁ ଅନୁଭୂତ। ଏହା ସତ୍ୟ ଯେ ବିବାହ ପୂର୍ବରୁ ବହୁ ପ୍ରକାର ସାଲିସ୍‌ କରୁଥିବା କର୍ମଜୀବୀ ମହିଳାମାନେ ବିବାହ ପରେ ପରିବାର ଓ ଚାକିରି ଭିତରେ ସମନ୍ବୟ ରଖିପାରନ୍ତିନାହିଁ। କାରଣ ପରିବାର ଚଳାଇବା ହିଁ ତା’ର ମୁଖ୍ୟ ଦାୟିତ୍ୱ। ଅବଶ୍ୟ ସ୍ଥିତିରେ ସୁଧାର ଆସିଥିବାରୁ ପୁରୁଷଟିଏ ବି ଘରକାମରେ ଆଜିକାଲି ସାହାଯ୍ୟ କଲାଣି। କିନ୍ତୁ ସମାଜକୁ ପ୍ରଭାବିତ କଲା ପରି ନୁହେଁ। କର୍ମକ୍ଷେତ୍ରରେ ମଧ୍ୟ ଭଲ ପରିବେଶଟିଏ ମିଳିବା କଷ୍ଟକର॥
ପାରିବାରିକ, ସାମାଜିକ, ଆର୍ଥିକ ବୈଷମ୍ୟ ଆଦି ସମସ୍ୟା ଭିତରେ ଭାରସାମ୍ୟ ରଖି ନାରୀ ଶ୍ରେଷ୍ଠ ସମାଜ ଗଠନର ମୁଖ୍ୟ ମଙ୍ଗଧର ସାଜିପାରେ, କିନ୍ତୁ ତା’ ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ! ବିଶ୍ୱବ୍ୟାଙ୍କ ଏଥିପାଇଁ ସାମାଜିକ, ପାରମ୍ପରିକ ଭିତ୍ତିଭୂମି ଓ କର୍ମକ୍ଷେତ୍ରର ପ୍ରତିକୂଳତାକୁ ଇଙ୍ଗିତ କରିଛି; ଯେଉଁଥିପାଇଁ ଏକତୃତୀୟାଂଶ ବିବାହିତ ନାରୀ ଚାକିରି ଛାଡୁଥିବାବେଳେ ବିବାହିତ ପୁରୁଷମାନଙ୍କ ଯୋଗଦାନ ୧୩ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥାତ୍‌ ବିବାହ ପରେ ଚାକିରି କ୍ଷେତ୍ର ନାରୀମାନଙ୍କୁ ସୁହାଉନାହିଁ। କେବଳ ଭାରତ ନୁହେଁ, ଦକ୍ଷିଣ ଏସିଆ ମହାଦେଶରେ ମଧ୍ୟ ସମଦଶା ଉପୁଜିଛି। ବିଶ୍ୱବ୍ୟାଙ୍କ ଅନୁସାରେ ୭୭ ପ୍ରତିଶତ ପୁରୁଷ କର୍ମକ୍ଷେତ୍ରରେ ସକ୍ରିୟ ଥିବାବେଳେ ମହିଳାଙ୍କ ହାର ମାତ୍ର ୩୩ ପ୍ରତିଶତ। ସମାନ ଅନୁପାତରେ ଯଦି ନାରୀ ପୁରୁଷ ଚାକିରି କରିପାରନ୍ତେ ତେବେ ଦକ୍ଷିଣ ଏସିଆର ଜିଡିପି ହାର ଶତକଡ଼ା ୧୩ ରୁ ୫୧ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରନ୍ତା। ଆର୍ଥିକ ଯୋଗଦାନରେ ମହିଳାମାନଙ୍କ ଯୋଗଦାନ ହ୍ରାସ ପାଉଥିବାରୁ ଦେଶୀୟ ତଥା ବୈଶ୍ୱିକ ଅଭିବୃଦ୍ଧି ପାଇଁ କ୍ଷତିକାରକ।
ଆଜିକାଲି ଲୀଳାବତୀଙ୍କ ପରି ବିଦୂଷୀ ନାରୀଙ୍କ ଅଭାବ ନାହିଁ। ବଡ଼ ବଡ଼ ପରୀକ୍ଷାରେ ଝିଅମାନେ ପୁଅମାନଙ୍କଠାରୁ ଆଗୁଆ ରହି ଉଚ୍ଚପଦରେ ଅଧିସିକ୍ତ ହେଲେ ମଧ୍ୟ ଅନେକ ସମୟରେ ପ୍ରତାଡ଼ନାର ଶିକାର ହୁଅନ୍ତି। ପାରିବାରିକ ଦାୟିତ୍ୱ ସମସ୍ୟାର ନୁହେଁ, କାରଣ ପିଲାଦିନରୁ ଦାୟିତ୍ୱ ସହ ସେ ଜଡ଼ିତ। ଜନ୍ମରୁ ସହନଶୀଳତା, କର୍ତ୍ତବ୍ୟ ସଚେତନତା, ନାନା ପ୍ରକାର ବିଷମତା ସତ୍ତ୍ୱେ କାର୍ଯ୍ୟକୁଶଳତା ତା’ର କ୍ଷମତା। ମାନସିକ ଶାନ୍ତି ଓ ପାରିବାରିକ ଅଭିବୃଦ୍ଧି ପାଇଁ ସେ ବାଧ୍ୟହୋଇ ପରିବାରକୁ ଚୟନକରେ। ଲିଙ୍ଗଭିତ୍ତିକ ବିଭେଦତା, କାର୍ଯ୍ୟକ୍ଷେତ୍ରରେ ମାନସିକ ଓ ଶାରୀରିକ ଉପତ୍ୀଡ଼ନ, ଉପରିସ୍ଥ ଅଫିସର, ସହକର୍ମୀଙ୍କ ଦ୍ୱାରା ବାରମ୍ବାର ଅପମାନିତା ହୋଇ ବୀତସ୍ପୃହ ହେବା ସ୍ବାଭାବିକ।
ପ୍ରଶ୍ନ ଉଠେ- ପୁରୁଷ ଓ ନାରୀର ଦାୟିତ୍ୱ ଯଦି ସମାନ ନୁହେଁ, କର୍ମକ୍ଷେତ୍ରର ନୀତିନିୟମ କାହିଁକି ସମାନ? ସୃଷ୍ଟିର ନିୟମାନୁଯାୟୀ ନାରୀ ଭିନ୍ନଭିନ୍ନ ସ୍ବାସ୍ଥ୍ୟାବସ୍ଥା ଦେଇ ଗତିକରେ, ପୁରୁଷ କରେନା। ସୃଷ୍ଟି ଯେଉଁଠି ତାରତମ୍ୟ ରଚିଛି, ନିୟମ ଅସମାନ ରଖିଛି, କର୍ମକ୍ଷେତ୍ରରେ ସମାନତା ଅନ୍ୟାୟ ନୁହେଁ କି? ବୟଃପ୍ରାପ୍ତ ହେବାଠାରୁ ଗର୍ଭଧାରଣ ଓ ମାତୃତ୍ୱଲାଭ ପରର ସ୍ବାସ୍ଥ୍ୟଗତ ସମସ୍ୟାରେ ଆକ୍ରାନ୍ତ ହୋଇ ବି ପରିବାର ଓ କର୍ମକ୍ଷେତ୍ରରେ ଭାରସାମ୍ୟ ବଜାୟ ରଖିବା କେତେ କଷ୍ଟକର! ଏକସଙ୍ଗେ ଶିଶୁ ସହିତ ପାରିବାରିକ ଦାୟିତ୍ୱସମ୍ପନ୍ନକରି ଚାକିରି ସମ୍ଭାଳିବା ଚ୍ୟାଲେଞ୍ଜିଂ ହୋଇଯାଏ। ଏକସମୟରେ ଏକାଧିକ କାର୍ଯ୍ୟଭାରରେ ନିଜକୁ ନିୟୋଜିତକରି ନିଜ ସ୍ବାସ୍ଥ୍ୟକୁ ଅବହେଳା କରୁଥିବାରୁ ନାନା ଦୁରାରୋଗ୍ୟ ବ୍ୟାଧିର ଶିକାର ହେବାକୁ ପଡ଼େ। ଏଭଳି ଦୁଃସ୍ଥିତିରେ ନୀତିନିୟମର ଚାପ, କର୍ମସ୍ଥଳୀରେ ପ୍ରତିକୂଳତା, ଉପରିସ୍ଥ ଅଫିସରଙ୍କ ରୋଷର ଶରବ୍ୟ ହେବା ଚିନ୍ତାଜନକ। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଆବଶ୍ୟକ ସୁବିଧା ଯୋଗାଇ ନ ଦେଲେ ମହିଳାମାନଙ୍କ ଚାକିରି ଛାଡ଼ିବା ବୃଦ୍ଧି ହେବ। ସେମାନଙ୍କ ସ୍ବାସ୍ଥ୍ୟ ଓ ଦାୟିତ୍ୱ ସମ୍ପର୍କିତ ସଚେତନତା ପରିବାର କିମ୍ବା କର୍ମକ୍ଷେତ୍ରରେ ସୃଷ୍ଟି ନ ହେଲେ ଆଗକୁ ନୂତନ ସମସ୍ୟା ଦେଖାଦେଇପାରେ।
କର୍ମଜୀବୀ ମହିଳାମାନେ ଆର୍ଥିକ ସ୍ବତନ୍ତ୍ରତା ଲୋଭରେ ଯଦି ବିବାହ ନ କରନ୍ତି କିମ୍ବା ବିବାହ କରି ମାଆ ହେବାକୁ ଇଚ୍ଛା ନ କରନ୍ତି, ତେବେ ପରିବାର ଓ ସମାଜର ଅବସ୍ଥା କ’ଣ ହେବ, ଚିନ୍ତାଜନକ। ଚାକିରିର ଦୁରବସ୍ଥାରେ ଘାଣ୍ଟି ନ ହେବାକୁ ମହିଳାଟିଏ ଯଦି ପାରିବାରିକ ଜୀବନ ନ ଚାହେଁ ତେବେ ତାକୁ ପ୍ରତିରୋଧ କରିବାକୁ ସମାଜ କେଉଁ ନିୟମ ଲାଗୁକରିବ? ବୃଦ୍ଧ ଶାଶୁଶ୍ୱଶୁର, ବାପାମାଆଙ୍କ ଦାୟିତ୍ୱ ନେବାକୁ ସେ ଯଦି ପ୍ରତ୍ୟାଖ୍ୟାନ କରେ ତେବେ ପୁରୁଷ ଚାକିରି ସହିତ ନିଜ ପରିବାରର ଦାୟିତ୍ୱ ନେଇପାରିବ ତ? ଏଭଳି ଉକତ୍ଟ ବିଶୃଙ୍ଖଳା ପୂର୍ବରୁ କର୍ମକ୍ଷେତ୍ରରେ କିଛି ସୁବିଧାସୁଯୋଗ ଲାଗୁହେଉ। ବାୟୋମେଟ୍ରିକ୍‌ ଉପସ୍ଥାନ ପରି ଅନ୍ଧାଧୁନିଆ ନିୟମାବଳୀ ଦ୍ୱାରା କର୍ମଜୀବୀମାନଙ୍କୁ ଖୁଣ୍ଟରେ ନ ବାନ୍ଧି କାମର ମାନକୁ ଗୁରୁତ୍ୱ ଦିଆଯାଉ। କେବଳ ଲକ୍ଷ୍ମଣରେଖା ଟାଣିଦେଲେ ସମସ୍ୟାର ସମାଧାନ ହୋଇଯିବନାହିଁ। ସୀତାଚୋରୀ ଆଶଙ୍କାର ଅନ୍ୟ ସମ୍ଭାବନା ପରି ସମୟାନୁସାରେ ଆସିବା, ଯିବା ସାର ହେବ। ଗୁଣାମତ୍କ ମାନ ହ୍ରାସ ପାଇବ। ଏଭଳି ଅନେକ ଦୁଃସ୍ଥିତି କର୍ମଜୀବୀ ମହିଳାମାନଙ୍କ ଅସନ୍ତୋଷର କାରଣ ଯାହାକୁ ପ୍ରଶାସନିକ କ୍ଷେତ୍ରରେ ନ ସୁଧାରିଲେ ପରିଣାମ ଭୟାବହ ହେବ। ପାରିବାରିକ ସନ୍ତୁଳନ ବିଗିଡ଼ିବା ସହ ଦେଶର ଅଭିବୃଦ୍ଧି ପ୍ରଭାବିତ ହେବ। ପରିବାର ପାଇଁ ସିନା ଚାକିରି! କିନ୍ତୁ ବାଡ଼ ଫସଲ ଖାଇବା ପରି ଚାକିରି ଯଦି ପରିବାରରେ ଅନ୍ତରାୟ ସୃଷ୍ଟିକରେ, ତେବେ ଏଥିପାଇଁ ନିୟମ ସଂସ୍କାରକମାନେ ଉତ୍ତରଦାୟୀ ରହିବେ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri