Posted inଜାତୀୟ

ଲୋକ ସଭାରେ କିଏ ହେବେ ବାଚସ୍ପତି? ଉପ ବାଚସ୍ପତି ପଦ ନ ମିଳିଲେ, ବାଚସ୍ପତି ପାଇଁ ପ୍ରାର୍ଥୀ ଘୋଷଣା କରିବ ଇଣ୍ଡିଆ

ନୂଆଦିଲ୍ଲୀ,୧୬।୬: ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଦାବି କରାଯାଇଛି। ବାଚସ୍ପତି ପଦ ପାଇଁ ଏନଡିଏ ମେଣ୍ଟ ନିଜ ପ୍ରାର୍ଥୀ ଦେଉଥିଲେ ହେଁ ଏଥିରେ ଭାଜପାର ମୁଣ୍ଡବିନ୍ଧା ବଢାଇଛନ୍ତି ଟିଡିପି ଓ ଜେଡିୟୁ। ଟିଡିପି ଏବେ ବାଚସ୍ପତି ପଦ ପାଇବା ପାଇଁ ଅଡି ବସିଛି। ଯଦି ଭାଜପା ନିଜ ପକ୍ଷରୁ ବାଚସ୍ପତି ପଦ ନ ଦେଇ ଏନଡିଏ ମେଣ୍ଟ ସହ ଆଲୋଚନା କରି କାହାକୁ ପ୍ରାର୍ଥୀ କରେ ତେବେ ଉପ ବାଚସ୍ପତି ପଦ ହାତେଇବାକୁ ଇର୍ଡିଆ ମେଣ୍ଟ ଦାବି କରିଛି। ଆଉ ଯଦି ସେହି ପଦ ମଧ୍ୟ ନ ମିଳେ ତେବେ ଇଣ୍ଡିଆ ବାଚସ୍ପତି ପଦ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କହିଛି।

ସୂଚନାଥାଉ କି, ୧୮ତମ ଲୋକ ସଭାର ପ୍ରତମ ଅଧିବେଶଡ଼ ଜୁନ ୨୪ରେ ଆରମ୍ଭ ହେବାକୁ ଯାଉଛି। ୨୪ରୁ ଆରମ୍ଭ ହୋଇ ଏହା ଜୁଲାଇ ୩ରେ ଶେଷ ହେବ। ଏହିକ୍ରମରେ ୯ଦିବସୀୟ ସ୍ବତନ୍ତ୍ରୀ ଅଧିବେଶନ ଅନୁଷ୍ଠିତ ହେବ। ଏହି ସମୟରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଜୁନ ୨୬ରୁ ଆରମ୍ଭ ହେବ । ୧୭ତମ ଲୋକ ସଭାରେ ଭାଜପା ପକ୍ଷରୁ ଓମ ବିର୍ଲା ବାଚସ୍ପତି ଥିବାବେଳେ ଉପ ବାଚସ୍ପତି ପଦ ଖାଲି ରହିଥିଲା।

ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ୨୩୩ ଆସନ ପାଇଛି। କିନ୍ତୁ କେନ୍ଦ୍ରରେ ଭାଜପା ନେତୃତ୍ୱାଧିନ ଏନଡିଏ ମେଣ୍ଟ ସରକାର କରିଛି। ପ୍ରାୟ ୧୦ବର୍ଷ ପରେ କେନ୍ଦ୍ରରେ ଏନଡିଏ ତୃତୀୟ ଥର ପାଇଁ ସରକାର କରିଛି। ଚଳିତ ନିର୍ବାଚନରେ ବିରୋଧୀ ଇଣ୍ଡିଆ ମେଣ୍ଟ ଜବରଦସ୍ତ ପ୍ରଦର୍ଶନ କରିବା ସହ ସଶକ୍ତ ଭୂମିକାରେ ନଜର ଆସିଛନ୍ତି। ତେବେ ଏହାରି ଭିତରେ କେନ୍ଦ୍ରରେ ମେଣ୍ଟ ସରକାର ହୋଇଥିବାରୁ ବାଚସ୍ପତି ପଦ ପାଇଁ ଦଳ ଭିତରେ ଛକାପଞ୍ଝା ଲାଗି ରହିଛି। କେନ୍ଦ୍ରରେ ସରକାର ଗଢିବାରେ କିଙ୍ଗମେକର ସାଜିଥିବା ଜେଡି(ୟୁ) ଏବଂ ଟିଡିପି ମଧ୍ୟରେ ବାଚସ୍ପତି ପଦ ନେଇ ମତଭେଦ ଜାରି ରହିଛି। ଭାଜପା ଚାହୁଁଛି ଯେ ଲୋକ ସଭା ବାଚସ୍ପତି ଓମ ବିର୍ଲା ପଦ ବଜାୟ ରଖନ୍ତୁ। ଏହାକୁ ଜେଡି(ୟୁ) ସମର୍ଥନ କରଥିବାବେଳେ ଟିଡିପି ନାରାଜ ରହିଛି। ଏହାପରେ ବିରୋଧୀ ମଧ୍ୟ ଭାଜପାର ମୁଣ୍ଡବିନ୍ଧା ବଢାଇଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଅନୁସାରେ ଯଦି ଲୋକ ସଭାରେ ଉପ ବାଚସ୍ପତି ପଦ ନ ମିଳେ ତେବେ ଇଣ୍ଡିଆ ଏଥିପାଇଁ ପ୍ରାର୍ଥୀ ଘୋଷଣା କରିବ।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri